ରବିବାର ରାତି ଓ ସୋମବାର ସକାଳେ କରନ୍ତୁ ଏହି ଗୋଟିଏ କାମ, ଦୂର ହେବ ସବୁ ସମସ୍ୟା

ଅଧିକାଂଶ ସମୟ ଆମେ ବହୁ ପରିଶ୍ରମ କରିଥିଲେ ମଧ୍ୟ ଏହାର ଫଳ ପାଇନଥାଉ। କଠିନ ପରିଶ୍ରମ ପରେ ବି ସଫଳତା ନ ମିଳିଲେ ଆମେ ଭାଗ୍ୟକୁ ହିଁ ଦୋଷ ଦେଇଥାଉ। ପ୍ରତ୍ୟେକ ବ୍ୟକ୍ତି ଜୀବନରେ ସଫଳ ଓ ଶ୍ରେଷ୍ଠ ହେବାକୁ ଚାହାନ୍ତି। ଜ୍ୟୋତିଷ ଶାସ୍ତ୍ର ଓ ଲାଲ କିତାବ ଅନୁସାରେ କିଛି ଉପାୟ ଆପଣାଇବା ଦ୍ୱାରା ଧନ ପ୍ରାପ୍ତି ହେବା ସହ ସଫଳତା ମିଳିଥାଏ। ଆସନ୍ତୁ ଜାଣିବା କ’ଣ ତାହା…

sleep

ହଠାତ୍‌ ଧନ ପ୍ରାପ୍ତି କରିବାକୁ ଚାହୁଁଥିଲେ ପ୍ରତି ରବିବାର ରାତିରେ ଶୋଇବା ପୂର୍ବରୁ ନିଜ ପାଖରେ କ୍ଷୀର ରଖନ୍ତୁ, ଧ୍ୟାନ ରଖିବେ କ୍ଷୀର ଯେମିତି ତଳେ ନ ପଡ଼େ। ସକାଳୁ ଉଠି ସୋମବାର ସ୍ନାନ କରିବା ପରେ ଏହି କ୍ଷୀରକୁ ବରଗଛ ମୂଳରେ ଢାଳିଦିଅନ୍ତୁ। ଏହା ଦ୍ୱାରା ବିଗିଡ଼ିଯାଇଥିବା କାମ ବି ହୋଇଯିବ।

milk

ଋଣରେ ବୁଡ଼ି ରହିଥିଲେ ଏଥିରୁ ମୁକୁଳିବା ପାଇଁ ଏକ ଲୁହା ପାତ୍ରରେ ଜଳ, କ୍ଷୀର, ଚିନି ଓ ଘିଅ ମିଶନ୍ତୁ। ଏହି ମିଶ୍ରଣକୁ ଅଶ୍ୱତ୍ଥ ବୃକ୍ଷ ଛାଇରେ ଠିଆ ହୋଇ ମୂଳରେ ଢାଳି ଦିଅନ୍ତୁ। ତେବେ ଧ୍ୟାନ ରଖିବେ ଏହି କାମ କରିବା ବେଳେ ଆପଣଙ୍କୁ ଯେମିତି କେହି ନ ଦେଖନ୍ତି। ପରେ ମା’ଲକ୍ଷ୍ମୀଙ୍କୁ ଘରକୁ ଆସିବା ପାଇଁ କୁହନ୍ତୁ। ଏହା ଦ୍ୱାରା ଆପଣଙ୍କ ସମସ୍ୟା ଦୂର ହେବ।

laxmi

ପ୍ରତି ଗୁରୁବାର ତୁଳସୀ ଗଛ ମୂଳରେ କିଛି କ୍ଷୀର ଚଢ଼ାନ୍ତୁ ଓ ସବୁ ସନ୍ଧ୍ୟାରେ ଦୀପ ଜଳାନ୍ତୁ। ଏଭଳି କରିବା ଦ୍ୱାରା ଘରେ ଲକ୍ଷ୍ମୀ ସ୍ଥାୟୀ ଭାବେ ବାସ କରିଥାନ୍ତି। ବେରୋଜଗାରଙ୍କ ଲାଗି ରୋଜଗାର ଅବସର ଖୋଲିଥାଏ ଓ ଆର୍ଥିକ ଅଭିବୃଦ୍ଧି ଘଟିଥାଏ।

good life

ଚାକିରି ଓ ବ୍ୟବସାୟ ସମ୍ବନ୍ଧୀୟ ସମସ୍ୟା ଦୂର କରିବା ପାଇଁ ପ୍ରତି ସୋମବାର ଶିବଲିଙ୍ଗରେ କ୍ଷୀର ଅର୍ପଣ କରନ୍ତୁ। ଏହା ପରେ ରୁଦ୍ରାକ୍ଷ ମାଳାରେ ୧୦୮ ଥର ‘ଓଁ ସୋମେଶ୍ୱରାୟ ନମଃ’ ମନ୍ତ୍ର ଜପ କରନ୍ତୁ। ଏଥିସହ ପ୍ରତି ମାସ ପୂର୍ଣ୍ଣିମାରେ ଚନ୍ଦ୍ରଙ୍କୁ ଦୁଗ୍ଧ ମିଶ୍ରିତ ଜଳର ଅର୍ଘ୍ୟ ଦିଅନ୍ତୁ। ଏହା କରିବା ଦ୍ୱାରା ସମସ୍ତ ସମସ୍ୟା ଦୂର ହେବ।

rudrakhya

ଘରର ମୁରବୀ ଭଗବାନ ଶିବ ଓ ଚନ୍ଦ୍ର ଦେବଙ୍କ ମନ୍ତ୍ରକୁ ପ୍ରତିଦିନ ଜପ କରିବା ଦ୍ୱାରା ଘରେ ସୁଖ ଶାନ୍ତି ବଢ଼ିଥାଏ। ଘରର ବଡ଼ମାନେ ଶିବଙ୍କୁ ପୂଜା କଲେ ଘରର ଉତ୍ତରୋତ୍ତର ଉନ୍ନତି ହୁଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.