ଚାଣକ୍ୟ ନୀତି : ଟଙ୍କା ପାଇଁ ଏହି ୩ ଜିନିଷକୁ ତ୍ୟାଗ କରିବା ବଡ଼ ମୂର୍ଖତା

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିଗୁଡିକ ଭିତରୁ କେତେ ନୀତି ଵା ବିଚାର ଆପଣଙ୍କୁ କଠୋର ଲାଗିପାରେ କିନ୍ତୁ ଏହି କଠୋରତା ହିଁ ଜୀବନର ସତ୍ୟ ଅଟେ । ବ୍ୟସ୍ତ ବହୁଳ ଜୀବନରେ ଆପଣ ଏହି ବିଚାରଗୁଡିକୁ ଅଣଦେଖା କରିଦେଇ ପାରନ୍ତି କିନ୍ତୁ ଏହା ଜୀବନର ପ୍ରତିଟି ଘଡ଼ିସନ୍ଧି ମୁହୁର୍ତ୍ତରେ ଆପଣଙ୍କୁ ସାହାଯ୍ୟ କରିଥାଏ । କୁହାଯାଏ ଯଦି କେହି ଚାଣକ୍ୟଙ୍କ ନୀତି ମାନିଥାନ୍ତି,ତାଙ୍କୁ ନିଶ୍ଚିତ ଭାବେ ସଫଳତା ମିଳିଥାଏ । ଚାଣକ୍ୟ କହିଛନ୍ତି ଯେଉଁ ବ୍ୟକ୍ତି ଟଙ୍କାପାଇଁ ପ୍ରେମ,ଧର୍ମ ଓ ଆତ୍ମ ସମ୍ମାନ ଛାଡି ଦେଇଥାନ୍ତି । ସେମାନେ ସବୁଠାରୁ ବଡ଼ ମୂର୍ଖ ।

ଧର୍ମ :
ଚାଣକ୍ୟଙ୍କ ନୀତିରେ କୁହାଯାଇଛି ଯେ ବ୍ୟକ୍ତି କିଛି ଅର୍ଥ ପାଇଁ ଧର୍ମ ତ୍ୟାଗ କରିବା ଉଚିତ୍‌ ନୁହେଁ । ଅର୍ଥ ପାଇଁ ଧର୍ମ ତ୍ୟାଗ କରୁଥିବା ବ୍ୟକ୍ତି କେବଳ ନିଜର ପ୍ରତିଷ୍ଠା ନଷ୍ଟ କରିଦେଇ ନଥାଏ,ବରଂ ଟଙ୍କାର ଲାଳସାରେ ଖରାପ ମାର୍ଗରେ ଚାଲିଯାଇଥାଏ । ତେଣୁ ବ୍ୟକ୍ତି ନିଜର କର୍ତ୍ତବ୍ୟ ସହ ଧର୍ମର ବି ପାଳନ କରିବା ଉଚିତ୍‌ ।

ପ୍ରେମ :

ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି, ପରିବାରର ପ୍ରେମ ପାଇଁ ଯଦି କିଛି ଅର୍ଥ ତ୍ୟାଗ କରିବାକୁ ପଡୁଛି ତେବେ ଏଥିରେ ହଟିବାର କଥା ନୁହେଁ । କାରଣ ପ୍ରେମ ପାଖରେ ଅନ୍ୟ କୌଣସି ଜିନିଷ ବଡ଼ ନୁହେଁ । ଧନ କେବଳ କିଛି କ୍ଷଣ ପାଇଁ ସାଙ୍ଗରେ ରହିଥାଏ, କିନ୍ତୁ ପ୍ରେମ ସର୍ବଦା ସାଙ୍ଗରେ ରହିଥାଏ । ଯେଉଁ ପରିବାରରେ ନିଜ ଭିତରେ ପ୍ରେମ ଓ ବୁଝାମଣା ରହିଥାଏ । ସେଠାରେ ଧନ, ସମ୍ମାନ ଓ ଐଶ୍ୱର୍ଯ୍ୟ ବୃଦ୍ଧି ପାଇଥାଏ ।

ଆତ୍ମ ସମ୍ମାନ :

ଚାଣକ୍ୟଙ୍କ ମତରେ ଆତ୍ମ ସମ୍ମାନ ମନୁଷ୍ୟର ଅମୂଲ୍ୟ ସମ୍ପତ୍ତି । କାରଣ ଚାଲିଯାଇଥିବା ଧନ ଫେରି ପାଇପାରିବେ । ହେଲେ ଆତ୍ମ ସମ୍ମାନ ଥରେ ଗଲେ ଆଉ ଫେରେନି । ତେଣୁ ବ୍ୟକ୍ତିକୁ ସ୍ୱାଭିମାନ ଆଗରେ ଟଙ୍କାକୁ ତୁଳନା କରିବା କଥା ନୁହେଁ । ଯଦି ସମ୍ମାନ ପାଇଁ ଧନ ତ୍ୟାଗ କରିବାକୁ ପଡେ, ତେବେ କରିବା ଉଚିତ୍‌ । ଏପରି ବ୍ୟକ୍ତିକୁ ଶ୍ରେଷ୍ଠ ବୋଲି କୁହାଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.