କାହିଁକି ଏହି ଅଷ୍ଟ୍ରେଲିୟାନ ଅଭିନେତା ନିଜ ଝିଅର ନାମ ରଖିଲେ ଇଣ୍ଡିଆ ରୋଜ୍‌ ?

ଅଷ୍ଟ୍ରେଲିଆନ୍ ଅଭିନେତା କ୍ରିସ୍ ହେମସୱର୍ଥ କହିଛନ୍ତି ଭାରତ ମୋ ହ୍ରୁଦୟରେ ଅଛି। ମୁଁ ଏବଂ ମୋ ସ୍ତ୍ରୀ ଭାରତକୁ ବହୁତ ଭଲପାଉ। ଅଷ୍ଟ୍ରେଲିଆର ଏହି ଅଭିନେତା ତାଙ୍କ ଝିଅର ନାମ ଇଣ୍ଡିଆନ୍ ରୋଜ୍ ରଖିଛନ୍ତି। ଏହି ଖବର ସିନେପ୍ରେମୀଙ୍କ ସହିତ ସମସ୍ତ ଭାରତୀୟଙ୍କୁ ଗର୍ବ ଓ ଗୌରବର ଅନୁଭୂତି ଆଣିଦେଇଛି।

ଏମିତି ନାମ ଦେବାର କାରଣ ସମ୍ପର୍କରେ କ୍ରିସ୍ କହିଛନ୍ତି ଯେ ସେ ଓ ତାଙ୍କ ପତ୍ନୀ ଭାରତକୁ ବହୁତ ଭଲପାଆନ୍ତି ଏବଂ ଭାରତ ସହିତ ତାଙ୍କର ଏକ ନିଆରା ସମ୍ପର୍କ ରହିଛି। ସେଥିପାଇଁ ମୁଁ ମୋର ନବଜନ୍ମିତ ଝିଅର ନାଁ ଇଣ୍ଡିଆ ରୋଜ୍ ଦେଇଛି।

 Chris Hemsworthଏକ ସାକ୍ଷାତକାରରେ କ୍ରିସ୍ କହିଥିଲେ ଯେ ସେ ଓ ତାଙ୍କ ପତ୍ନୀ ଭାରତରେ ଅନେକ ସମୟ ବିତାଇଛନ୍ତି। ଗତବର୍ଷ ନେଟଫ୍ଲିକ୍ସ ପକ୍ଷରୁ ପ୍ରସ୍ତୁତ ୱେବ ସିରିଜ୍ ‘ଢାକା’ର ସୁଟିଂ ପାଇଁ କ୍ରିସ୍ ଭାରତକୁ ଆସିଥିଲେ। ଏହାର ସୁଟିଂ ମୁମ୍ବାଇ ଓ ଅହମଦାବାଦରେ କରାଯାଇଥିଲା। ତେବେ ସୁଟିଂ ସମୟର ଅନୁଭୂତି ବେଶ୍ ନିଆରା।

‘ସ୍ଥାନୀୟ ଲୋକଙ୍କ ଗହଳି ଭିତରେ ସୁଟିଂ କରିବା ଏବଂ ନିର୍ଦ୍ଦେଶକଙ୍କ ଠାରୁ ‘କଟ୍’ ଶୁଣିବା ପରେ ଶହଶହ ଲୋକଙ୍କ ତାଳି ମୋ ପାଇଁ ଏକ ଅଲଗା ଅନୁଭବ ଆଣିଥିଲା । ସେହି ସମୟରେ ମନେ ହେଉଥିଲା ମୁଁ ଯେମିତି ଏକ ଷ୍ଟାଡିୟମରେ ଅଛି ଏବଂ ଜଣେ ରକଷ୍ଟାର୍ ଭଳି ପରଫର୍ମ କରୁଛି ।ଭାରତରେ ସୁଟିଂର ଅନୁଭବ ମୋ ପାଇଁ ଅବିସ୍ମରଣୀୟ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.