ତାଜମହଲ ଦେଖିବାକୁ ଯାଉଥିବା ପର୍ଯ୍ୟଟକଙ୍କ ପାଇଁ ଜାରି ହେଲା ସମୟ ସୀମା, ୩ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ବିତାଇଲେ ଦେବାକୁ ପଡିବ ଅତିରିକ୍ତ ଦେୟ

ତାଜମହଲ ପରିସରରେ ୩ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ବିତାଇଲେ ଏଣିକି ପର୍ଯ୍ୟଟକଙ୍କୁ ଦେବାକୁ ପଡିବ ଅତିରିକ୍ତ ଦେୟ। ଏ ନେଇ ଜାରି କରାଯାଇଛି ଏକ ସର୍କୁଲାର । ବେନିୟମ ପ୍ରବେଶ ରୋକିବା ପାଇଁ ତାଜ୍‌ମହଲ ନିକଟରେ ଟର୍ଣ୍ଣଷ୍ଟାଇଲ୍‌ ଗେଟ୍‌ କରାଯାଇଛି। ପୂର୍ବ ଏବଂ ପଶ୍ଚିମ ପ୍ରବେଶ ଦ୍ୱାରରେ ସମୁଦାୟ ୭ଟି ଟର୍ଣ୍ଣଷ୍ଟାଇଲ୍‌ ଗେଟ୍‌ କରାଯାଇଛି ଯେଉଁଥିରେ ୫ଟି ପ୍ରସ୍ଥାନ ଗେଟ୍‌ ରହିଛି। ବିଦେଶୀ ପର୍ଯ୍ୟଟକଙ୍କ ପ୍ରବେଶ ପାଇଁ ପୃଥକ ଗେଟ୍‌ ରହିଛି। ପ୍ରବେଶ ବେଳେ ପର୍ଯ୍ୟଟକମାନଙ୍କୁ ଏକ ଟୋକନ୍‌ ପ୍ରଦାନ ଦିଆଯିବ। ଯାହାର ୩ ଘଣ୍ଟା ପର୍ଯ୍ୟନ୍ତ ବୈଧ୍ୟ ରହିବ । ସେହି ୩ ଘଣ୍ଟା ପରେ ପର୍ଯ୍ୟଟକଙ୍କୁ ତାଜମହଲରେ ରହିବା ପାଇଁ ଅତିରିକ୍ତ ଦେୟ ଦେବାକୁ ହେବ। ଅଧିକ ସମୟ ରହିବା ପାଇଁ ପର୍ଯ୍ୟଟକମାନେ ପ୍ରବେଶ କାଉଣ୍ଟର୍‌ ନିକଟରେ ଅତିରିକ୍ତ ଦେୟ ଦେଇ ସମୟ ବଢ଼ାଇ ଯାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.