ଘରେ ପ୍ରସ୍ତୁତ କରନ୍ତୁ ସ୍ପାଇସି ଚିକେନ ମନଚୁରିଆନ୍‌

ଚିକନେ ଖାଇବା କାହାକୁ ପସନ୍ଦ ନଆସିଥାଏ। ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଚିକେନ ମନଚୁରିଆନ ବନାଇବାର ପ୍ରସ୍ତୁତି ସମ୍ପର୍କରେ ଜଣାଇବୁ। ଏହି ରେସିପି ବହୁତ ହିଁ ସ୍ୱାଦିଷ୍ଟ। ଏହି ଚିକେନ ମନଚୁରିଆନ ରେସିପିକୁ ସାଧାରଣ ଭେଜ୍‌ ମନଚୁରିଆନ ଭଳି ପ୍ରସ୍ତୁତ କରାଯାଇଥାଏ।

ସାମଗ୍ରୀ

୧ କିଲୋ ବୋନଲେସ ଚିକେନ

୧ ବଡ ଚାମଚ ରସୁଣ ପେଷ୍ଟ

୫-୬ଟି ଲାଲ ଲଙ୍କା

୧ ଛୋଟ ଚାମଚ କଳାମରୀଚ ପାଉଡର

୨ ବଡ ଚାମଚ ଟମାଟୋ କ୍ୟାଚଅପ୍‌

୪ ବଡ ଚାମଚ କର୍ଣ୍ଣଫ୍ଲୋର ପେଷ୍ଟ

୧ କପ୍‌ ପିଆଜ କଟା ହୋଇଥିବା

୧/୨-୧/୨କପ୍‌ ଗାଜର ଏବଂ ଟମାଟୋ ଛୋଟ କଟା ହୋଇଥିବା

୧ ଛୋଟ ଚାମଚ ଛୋଟ କଟା ରସୁଣ

୨-୩ଟି କଞ୍ଚା ଲଙ୍କା କଟା ହୋଇଥିବା

ତେଲ ଏବଂ ସ୍ୱାଦାନୁସାରେ ଲୁଣ

ପ୍ରଣାଳୀ

ସିମଲା ଲଙ୍କା ଏବଂ ପିଆଜକୁ ମେରିନେଟ ସାମଗ୍ରୀ ସହିତ ଚିକେନକୁ ମିଶାଇ ଅଧ ଘଣ୍ଟା ପଯ୍ୟର୍ନ୍ତ ରଖି ଦିଅନ୍ତୁ। କର୍ଣ୍ଣଫ୍ଲୋର ପେଷ୍ଟରେ ଲୁଣ, କଳା ମରୀଚ ପାଉଡର, ଲାଲ ଲଙ୍କା, ରସୁଣ ପେଷ୍ଟ ଏବଂ ଚିନି ମିଶାନ୍ତୁ। କଡାଇରେ ତେଲ ଗରମ କରନ୍ତୁ। ମେରିନେଟ୍‌ ଚିକେନକୁ ପ୍ରସ୍ତୁତ କରି ରଖିଥିବା ପେଷ୍ଟରେ ବୁଡାଇ ଗରମ ତେଲାର ଛାଣନ୍ତୁ। ଏହା ସୁନେଲି ରଙ୍ଗ ହୋଇଗଲା ପରେ କାଢ଼ି ଟମାଟୋ କେଚଅପରେ ମିଶାଇ ଅଲଗା ରଖିଦିଅନ୍ତୁ। କଡାଇରେ ଦୁଇ ବଡ ଚାମଚ ତେଲ ଗରମ କରନ୍ତୁ। ଏହାପରେ କଟା ହୋଇଥିବା ରସୁଣ, ପିଆଜ ଏବଂ କଞ୍ଚା ଲଙ୍କା ମିଶାଇ ତେଲରେ ଛାଣନ୍ତୁ। ଟମାଟୋ ଏବଂ ଗାଜର ମିଶାଇ ଆଉ କିଛି ସମୟ ପାଇଁ ଛାଣନ୍ତୁ ।ଏବେ ଆପଣଙ୍କର ଚିକେନ ମନଚୁରିଆନ ପ୍ରସ୍ତୁତ ହୋଇଯାଇଛି। ଏହାକୁ ପିଆଜ ଏବଂ ସିମଲା ଲଙ୍କାରେ ସଜାଇ ଦିଅନ୍ତୁ।