ସୁବର୍ଣ୍ଣପୁର : ଅସାମାଜିକ ବ୍ୟକ୍ତିଙ୍କ ରାସ୍ତା ଅବରୋଧ, ଯାତାୟତ କରିବାରେ ଅସୁବିଧା

ସୁବର୍ଣ୍ଣପୁର : ଜଟେସିଂହା ଗାଁରେ ରାସ୍ତା ଅବରୋଧକୁ ନେଇ ଅସନ୍ତୋଷ । ଗାଁର ଦୁଇଟି ସ୍ଥାନରେ ଜଣେ ଅସାମାଜିକ ଯୁବକ ରାସ୍ତା ଅବରୋଧ କରୁଥିବାରୁ ଲୋକେ ଯାତାୟତ କରିବାରେ ଅସୁବିଧା ଭୋଗୁଛନ୍ତି । ଏନେଇ ଗାଁ ଲୋକେ ବାରମ୍ବାର ତହସିଲ କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି । ହେଲେ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ଫଳରେ ଲୋକେ ବାଧ୍ୟ ହୋଇ ତହସିଲ ଅଫିସ ଘେରାଉ କରିଛନ୍ତି । ଏହାସହ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି । ତୁରନ୍ତ ଜବରଦଖଲ ହଟାଇବାକୁ ପ୍ରଶାସନ ପକ୍ଷରୁ ଉଦ୍ୟମ କରାନଗଲେ ଆନ୍ଦୋଳନକୁ ଯୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.