ଡିଆରଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି ୫ମ ଜିଲ୍ଲାପରିଷଦର ସପ୍ତମ ସାଧାରଣ ବୈଠକ

ଯାଜପୁର ଟାଉନ (କେନ୍ୟୁଜ୍‌) : ଯାଜପୁର ୫ମ ଜିଲା ପରିଷଦର ସପ୍ତମ ସାଧାରଣ ବୈଠକ ଡିଆରଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲାର ସମସ୍ତ ବିଧାୟକ ଓ ସାଂସଦ ମାନେ ଉପସ୍ଥିତ ରହିଥିଲେ । ଜିଲାର ନବ ନିର୍ବାଚିତ ବିଧାୟକ ଓ ସାଂସଦ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ପରେ ଫନି ଜନିତ କ୍ଷୟକ୍ଷତି ସହାୟତା ପାଇଁ ଜିଲ୍ଲାପରିଷଦ ସଦସ୍ୟ ମାନେ ଏକ ମାସର ଦରମା ପ୍ରଦାନ ପାଇଁ ନିଷ୍ପତି ଗୃହିତ ହୋଇଥିଲା ।ଜିଲ୍ଲାପରିଷଦ ଅଧ୍ୟକ୍ଷଙ୍କ ନିର୍ଦ୍ଧେଶକ୍ରମେ ବୈଠକ ପରିଚାଳନା ପାଇଁ ଜିଲାପାଳ ରଂଜନ କୁମାର ଦାସ ପରିଚାଳନା କରିଥିଲେ । ଏହି ବୈଠକରେ ଜିଲା ସ୍ୱାସ୍ଥ୍ୟ ସମିତି ସଂପର୍କରେ ପ୍ରଥମେ ଆଲୋଚନା କରାଯାଇଥିଲା ।

jillaparisadaଏଥିରେ ଶାସକ ଦଳର ମୁଖ୍ୟ ସଚେତକ ତଥା ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ଦୀର୍ଘବର୍ଷ ଧରି ଏହି ସମିତିର ବୈଠକ କାହିଁକି ହେଉନାହିଁ ବୋଲି ପ୍ରଶ୍ନ କରିଥିଲେ । ଏଥିସହିତ ଜିଲାର ବିଭିନ୍ନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଖାଲି ପଡିଥିବା ପଦବୀ ସଂପର୍କରେ ଆଲୋଚନା ହୋଇଥିଲା ।

ଏହା ବ୍ୟତିତ ବିଭିନ୍ନ ମୌଳିକ ସମସ୍ୟା ସଂପର୍କରେ ଅନୁଷ୍ଠିତ ଆଲୋଚନାରେ ଜିଲ୍ଲାପରିଷଦ ସଦସ୍ୟ ମାନେ ଅଂଶଗ୍ରହଣ କରିଥିଲେ । ବର୍ତ୍ତମାନ ଗ୍ରୀଷ୍ମ କାଳୀନ ସମସ୍ୟା ଓ ଆଗକୁ ବନ୍ୟାର ଆଶଙ୍କା ଥିବାରୁ ଏଥିପାଇଁ ଜଳସେଚନ ବିଭାଗ ସତର୍କ ରହିବାକୁ ପରାମର୍ଶ ଦିଆଯାଇଥିଲା । ଶେଷରେ ସମସ୍ୟା ଗୁଡିକର ସମାଧାନ ନିଦ୍ଧିଷ୍ଟ ସମୟ ମଧ୍ୟରେ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଧେଶ ଦିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.