Below header

କଣ ଆପଣ ଜାଣନ୍ତି କେରୋସିନ ତେଲର ରଙ୍ଗ କାହିଁକି ହୋଇଥାଏ ନୀଳ ?

ଆପଣଙ୍କ ମନରେ ନିଜର ଦୈନ୍ୟନ୍ଦିନ ଜୀବନରେ ବ୍ୟବହ୍ରୁତ ହେଉଥିବା ଥିବା ଜିନିଷକୁ ଦେଖି ଅନେକ ପ୍ରଶ୍ନ ଉଠିଥାଏ। କିନ୍ତୁ ଆମ ପାଖରେ ତାହାର ଉତ୍ତର ନଥାଏ। ଆମ ପାଖାପାଖି ରହୁଥିବା ସବୁ ଜିନିଷ ପଛରେ କିଛି ନା କିଛି କାରଣ ଲୁଚି ରହିଛି ଯାହାର ପ୍ରଶ୍ନ ଆମ ପାଖରେ ରହିଛି। କିନ୍ତୁ ଆମେମାନେ ଏହାର ଉତ୍ତର ଖୋଜିବା ପାଇଁ ଚେଣ୍ଟା କରନ୍ତି ନାହିଁ। ଆମେ ବର୍ତ୍ତମାନ ଆପଣଙ୍କୁ ଜଣାଇବୁ କେରୋସିନ ତେଲ ବିଷୟରେ। ଏହି ତେଲ ଏକ ରଙ୍ଗହୀନ ତରଳ ଖଣିଜ ଅଟେ। ଯେତେବେଳେ ଆମେ ଏହାକୁ କିଣିଥାନ୍ତି ଏହାର ରଙ୍ଗ ନୀଳ ହୋଇଥାଏ। କଣ କେବେ ଆପଣଙ୍କ ମନରେ ଏହାର ରଙ୍ଗକୁ ନେଇ ପ୍ରଶ୍ନ ଉଠିଛି। ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।

mitti

କେରୋସିନ ତେଲର ରଙ୍ଗକୁ ନୀଳ କରିବା ପଛରେ ସରକାର ଭ୍ରଷ୍ଟାଚାର ଏବଂ କଳାବଜାରୀ ରୋକିବା ପାଇଁ ଚାହାନ୍ତି। ଏବେ ଆପଣ ଭାବୁଥିବେ ଯେ ଏହାର ରଙ୍ଗକୁ ନୀଳ କରି କଳାବଜାରୀ କେମିତି ରୋକି ହେବ। ତେବେ ଆମେ ଜଣାଇବୁ ଯେ ଭାରତ ସରକାର ସବୁ ରାଶନ କାର୍ଡରେ କେରୋସିନ ତେଲକୁ ସପ୍ଲାଏ କରନ୍ତି। ଯେଉଁଥିରେ ଅନେକ ଲିଟର ତେଲ କଳାବଜାରୀଙ୍କ ପାଖରେ ପହଁଞ୍ଚିଯାଇଥାଏ। ଏହାକୁ ରୋକିବା ପାଇଁ ସରକାର ଏହି ଚତୁର ଉପାୟ ବାହାର କରିଛନ୍ତି।

ଏହା ସହ ପଢ଼ନ୍ତୁ : ଆପଣ ଜାଣିଛନ୍ତି କି, ଟ୍ରେନର ପ୍ରଥମ ସଂଖ୍ଯାରେ ଲୁଚି ରହିଥାଏ କିଛି ତଥ୍ଯ

ghasletଆପଣଙ୍କୁ ଜଣାଇବାକୁ ଚାହିଁବୁ ରାଶନ କାର୍ଡର ତେଲ କଳାବଜାରୀ କାମରେ ଉପଯୋଗ ନହେଉ ଏଥିପାଇଁ ଏହାର ରଙ୍ଗକୁ ନୀଳ କରାଯାଇଥାଏ। ସରକାର ଚାହୁଁଥିଲେ ରାଶନ କାର୍ଡର ତେଲ ଯେଉଁ ଉଦ୍ଦେଶ୍ୟ ପାଇଁ ଦିଆଯାଉଛି ସେହି ଉଦ୍ଦେଶ୍ୟ ପାଇଁ ଉପଯୋଗ ହେବା ଆବଶ୍ୟକ। ଏହି ତେଲକୁ ନୀଳ କରିବା ଦ୍ବାରା ସମସ୍ତେ ଜାଣିପାରନ୍ତି ଯେ ଏହି ତେଲ ରାସନର ଅଟେ। ଯଦି ସରକାର ଧଳା ରଙ୍ଗର କେରୋସିନ ବାଣ୍ଟିବେ ତେବେ ଏଥିରୁ ସରକାର ଏବଂ ତେଲ କମ୍ପାନୀଙ୍କୁ ମଧ୍ୟ ଫାଇଦା ମିଳିବ। କିନ୍ତୁ କଳାବଜାରୀ ରୋକିବା ପାଇଁ ଧଳା ରଙ୍ଗର କେରୋସିନକୁ ନୀଳ କରାଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.