Below header

ଚାଣକ୍ୟ ନୀତି : ପଶୁଙ୍କ ପରି ହୋଇଥାଏ ଏହି ବ୍ୟକ୍ତିଙ୍କ ଜୀବନ, ଯିଏ କରି ନଥାନ୍ତି ଏହି ୩ କାମ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ ସଫଳ ଜୀବନ ପାଇଁ କେତେକ ନୀତି କହିଛନ୍ତି |ଏହି ନୀତି ଗୁଡିକ ଭିତରୁ କେତେ ନୀତି ଵା ବିଚାର ଆପଣଙ୍କୁ କଠୋର ଲାଗିପାରେ କିନ୍ତୁ ଏହି କଠୋରତା ହିଁ ଜୀବନର ସତ୍ୟ ଅଟେ | ବ୍ୟସ୍ତ ବହୁଳ ଜୀବନରେ ଆପଣ ଏହି ବିଚାର ଗୁଡିକୁ ଅଣଦେଖା କରିଦେଇ ପାରନ୍ତି କିନ୍ତୁ ଏ ବଚନ ଜୀବନର ପ୍ରତିଟି ଘଡ଼ିସନ୍ଧି ମୁହୁର୍ତରେ ଆପଣଙ୍କୁ ସାହାଯ୍ୟ କରିଥାଏ |

ଏହି ଜିନିଷ ବିନା ବେକାର ଅଟେ ଜୀବନ

ଚାଣକ୍ୟ କିଛି ଏପରି କଥାକୁ ଗୁରୁତ୍ୱ ଦେଇଛନ୍ତି ଯାହା ବିନା ମନୁଷ୍ୟ ଜୀବନ ପଶୁ ସମାନ ଅଟେ । ଏହି ବ୍ୟକ୍ତିମାନେ ପୃଥିବୀ ଉପରେ ବୋଝ ସଦୃଶ ବୋଲି ଚାଣକ୍ୟ ତାଙ୍କ ନୀତିରେ କହିଛନ୍ତି । ଆସନ୍ତୁ ଜାଣିବା କ’ଣ ସେହି ୩ ଜିନିଷ ।

ଜ୍ଞାନ :

ଯେଉଁ ବ୍ୟକ୍ତିଙ୍କର ଜ୍ଞାନ ନାହିଁ ବା ଯିଏ ଜ୍ଞାନ ପାଇବା ପାଇଁ ଚେଷ୍ଟା କରି ନଥାନ୍ତି, ସେମାନଙ୍କ ଜୀବନ ପଶୁ ସମାନ । ବିନା ଜ୍ଞାନରେ ମନୁଷ୍ୟ ଜୀବନ ବେକାର ।

ଧର୍ମ-ତପ :

ଯେଉଁ ବ୍ୟକ୍ତି ଧର୍ମ କର୍ମ କରିନଥାନ୍ତି, ସାଧନା ଭକ୍ତି କରନ୍ତି ନାହିଁ, ତାଙ୍କର ଜୀବନ ମଧ୍ୟ ବେକାର । ଏପରି ବ୍ୟକ୍ତିଙ୍କୁ ନା ଜୀବନରେ ଶାନ୍ତି ମିଳେ ନା ସେମାନେ ଜୀବନକୁ ସୁଧାରି ପାରନ୍ତି ।

ଦାନ :

ଯେଉଁ ବ୍ୟକ୍ତି ଜୀବନରେ କାହାର କାମରେ ଆସି ନଥାନ୍ତି, ଯିଏ କେବେ କାହାକୁ ସାହାଯ୍ୟ କରିନଥାନ୍ତି ଓ କାହାକୁ ଦାନ କରିନଥାନ୍ତି । ସେମାନଙ୍କ ଜୀବନ ମଧ୍ୟ ବେକାର ବୋଲି ଚାଣକ୍ୟ କହିଛନ୍ତି । ଏହି ବ୍ୟକ୍ତିଙ୍କର ଧନ ଶୀଘ୍ର ନଷ୍ଟ ହୋଇଥାଏ । ଯେଉଁ ବ୍ୟକ୍ତି କେବଳ ନିଜ ପାଇଁ ବଞ୍ଚନ୍ତି, ସେମାନଙ୍କ ଜୀବନ ମଧ୍ୟ ପଶୁ ସମାନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.