ଦୈନିକ ସେବନ କରନ୍ତୁ ଏହି ଚମତ୍କାରୀ ପରିବା, ଡାଏବେଟିସ ଓ ଏନେମିଆ ଭଳି ରୋଗରୁ ପାଇବେ ମୁକ୍ତି

ପୋଟଳ ଖାଇବା ଦ୍ୱାରା ଶରୀରରେ ବହୁତ ଫାଇଦା ହୋଇଥାଏ । ଏଥିରେ ଥିବା ପୋଷକ ତତ୍ତ୍ୱ ଶରୀରର ବହୁ ଗମ୍ଭୀର ସମସ୍ୟାକୁ ଦୁର କରିଥାଏ । ପୋଟଳରେ ଭିଟାମିନ-ଏ, ଭିଟାମିନ-ବି ୧, ବି ୨ ଓ ଭିଟାମିନ-ସି ଭରପୂର ମାତ୍ରାରେ ରହିଛି । ଏହାସହ ପୋଟଳରେ କ୍ୟାଲସିୟମ ଅଧିକ ମାତ୍ରାରେ ରହିଛି ।

ପୋଟଳ ଚୋପାରେ ମ୍ୟାଗ୍ନେସିୟମ, ପୋଟାସିୟମ, ଫସଫରସ ଭରପୂର ମାତ୍ରାରେ ରହିଛି। ଦୈନିକ ପୋଟଳ ଖାଇବା ଦ୍ୱାରା ଡାଏବେଟିସ, ଏନେମିଆ ଓ ହାର୍ଟ ଜନିତ ରୋଗରେ ଉପଶମ ମିଳିଥାଏ । ଆସନ୍ତୁ ଜାଣିବା ଦୈନିକ ପୋଟଳ ଖାଇବା ଦ୍ୱାରା କ’ଣ ସବୁ ଫାଇଦା ମିଳିଥାଏ ।

୧. ରକ୍ତ ଅଭାବ ପୁରଣ କରିଥାଏ

ଯଦି ଆପଣ ଏନେମିଆ ଅଭାବକୁ ପୁରଣ କରିବାକୁ ଚାହାଁନ୍ତି ତେବେ ଖାଦ୍ୟରେ ପ୍ରତିଦିନ ପୋଟଳ ସାମିଲ କରନ୍ତୁ । ପୋଟଳରେ ଭିଟାମିନ-ଏ, ଭିଟାମିନ-ବି ୧, ବି ୨ ଓ ଭିଟାମିନ-ସି ଭରପୂର ମାତ୍ରାରେ ରହିଛି । ଏହାର ସେବନ ଦ୍ୱାରା ଏନେମିଆରୁ ମୁକ୍ତି ମିଳିପାରେ । ଏହା ଥକାପଣ ଓ ଶାରୀରିକ କଷ୍ଟ ଦୁର କରିଥାଏ ।

୨. ହାର୍ଟର ସୁରକ୍ଷା କରିଥାଏ

ଯଦି ହାର୍ଟକୁ ସୁସ୍ଥ ରଖିବାକୁ ଚାହାଁନ୍ତି ତ ଦୈନିକ ଭୋଜନରେ ପୋଟଳ ସାମିଲ କରନ୍ତୁ । ଏଥିରେ ପ୍ରାକୃତିକ ଭାବେ ଆଣ୍ଟିଅକ୍ସିଡାଣ୍ଟ ଓ ଏଣ୍ଟି ଇନଫ୍ଲାମେଟୋରୀ ଭଳି ବହୁ ତତ୍ତ୍ୱ ରହିଛି । ଯଦି ଆପଣ ହାର୍ଟ ଆଟାକ ଭଳି ଅସୁବିଧାରୁ ବଞ୍ଚିବାକୁ ଚାହୁଁଛନ୍ତି ତେବେ ପୋଟଳ ଖାଦ୍ୟରେ ସାମିଲ କରନ୍ତୁ ।

୩. ପାଚନ କ୍ଷମତାକୁ ସୁସ୍ଥ ରଖିଥାଏ

ପାଚନ ଶକ୍ତିକୁ ଶକ୍ତିଶାଳି କରିବାକୁ ହେଲେ ଦୈନିକ ପୋଟଳ ଖାଆନ୍ତୁ । କୋଷ୍ଠ କାଠିନ୍ୟ, ପେଟ ଫୁଲିବା ଓ ଅଲସର ସମସ୍ୟା ଦୁର କରିଥାଏ ପୋଟଳ । ତେଣୁ ଖାଦ୍ୟରେ ପୋଟଳ ସାମିଲ କରିବା ବହୁତ ଲାଭକାରୀ ହୋଇଥାଏ ।

୪. ଡାଏବେଟିସ ନିୟନ୍ତ୍ରଣ କରିଥାଏ

ଯଦି ଆପଣ ଡାଏବେଟିସକୁ କଣ୍ଟ୍ରୋଲରେ ରଖିବାକୁ ଚାହୁଁଛନ୍ତି ତେବେ ଖାଦ୍ୟରେ ପୋଟଳକୁ ଜରୁର ସାମିଲ କରନ୍ତୁ । ଏହାର ସେବନ ଦ୍ୱାରା ମେଟାବୋଲିଜିମରେ ସୁଧାର ଆସିବା ସହ ବ୍ଲଡ ସୁଗାର ନିୟନ୍ତ୍ରଣ ହୋଇଥାଏ । ଏଥିରେ ଥିବା ଗ୍ଲାଇସେମିକ ତତ୍ତ୍ୱ ଇନସୁଲିନ କ୍ଷରଣକୁ ସକ୍ରିୟ କରି ଡାଏବେଟିସକୁ କଣ୍ଟ୍ରୋଲ କରିଥାଏ ।

୫. ହାଡ ମଜବୁତ କରିଥାଏ

ହାଡ ଓ ଦାନ୍ତ ମଜବୁତ କରିବାକୁ ଚାହୁଁଛନ୍ତି ତ ଦୈନିକ ପୋଟଲ ଖାଆନ୍ତୁ । ଏହାକୁ ଭରପୁର ମାତ୍ରାରେ ସେବନ କରିବା ଦ୍ୱାରା ହାଡ ଭାଙ୍ଗିବା ଆଶଙ୍କା ମଧ୍ୟ କମ କରିଥାଏ । ଏହା ଓଷ୍ଟିଓଆର୍ଥରାଇଟିସ ଏବଂ ଓଷ୍ଟିଓପୋରୋସିସ ଆଶଙ୍କା କମ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.