Below header

ରାସ୍ତାରେ ପ୍ରସବ ପୀଡାରେ ଛଟପଟ ହେଉଥିଲେ ମହିଳା, ଭଗବାନଙ୍କ ଦେବଦୂତ ଭଳି ଆସି ସାହାଯ୍ୟ କଲା ପାଞ୍ଚ ବର୍ଷର ଝିଅ

ଛୋଟ ପିଲାମାନଙ୍କୁ ଭଗବାନଙ୍କର ସ୍ୱରୁପ ବୋଲି କୁହାଯାଏ। ଆଉ ଅନେକ ଥର ଛୋଟ ପିଲାମାନେ ଏମିତି କିଛି ମହତ କାମ କରିଦିଅନ୍ତି ଯାହାକୁ ଦେଖି ବଡ ମାନଙ୍କ ମୁଣ୍ଡ ନଇଁଯାଏ। ଛୋଟ ପିଲାଟି କେମିତି ଜଣେ ଗର୍ଭବତୀ ମହିଳାଙ୍କୁ ଠିକ୍‌ ସମୟରେ ହସ୍ପିଟାଲ ନେଉଛି। ସୋସିଆଲ ମିଡିଆରେ ଘଟଣାର ଭିଡିଓ ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଆପଣ ଦେଖନ୍ତୁ ଜଣେ ମହିଳା ଗୋଟେ ଅଟୋ ଭିତରେ ବସିଛନ୍ତି ଆଉ ତାଙ୍କର ପ୍ରସବ ପୀଡା ହେଉଛି। ଚିତ୍ର ଦେଖି ଲାଗୁଛି ହସ୍ପିଟାଲ ଯିବା ବାଟରେ ବୋଧହୁଏ ଅଟୋଟି ଖରାପ ହୋଇଯାଇଛି। ପାଖରେ ଅଟୋ ବାଲା ବି ଛିଡା ହୋଇଛନ୍ତି ଆଉ ସେ ରାସ୍ତାରେ ଯାଉଥିବା ଗାଡିକୁ ହାତ ଟେକି ଅଟକାଇବାକୁ ଚେଷ୍ଟା କରୁଛନ୍ତି।

ଏପଟେ ଅଟୋ ଭିତରେ ବସିଥିବା ମହିଳା ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଚିତ୍କାର କରୁଛନ୍ତି ହେଲେ କେହିବି ତାଙ୍କୁ ସାହାଯ୍ୟ ପାଇଁ ଆସୁନାହାଁନ୍ତି। ବାଟରେ ଗାଡି ମଟର ଯାଉଛି କିନ୍ତୁ କାହାରି ତାଙ୍କ ଉପରେ ନଜର ପଡୁନାହିଁ କି ଅଟୋ ବାଲାର ଅନୁରୋଧକୁ ବି କେହି ରଖୁନାହାଁନ୍ତି। କିନ୍ତୁ ତଥାପି ହାର ମାନୁନାହାଁନ୍ତି ଅଟୋ ଚାଳକ ଭାଇ। ହାତ ହଲାଇ ଗାଡିକୁ ଅଟକାଇବାକୁ ଚେଷ୍ଟା କରୁଛନ୍ତି। ତେବେ ସବୁ ଗାଡି ଚାଲିଯାଉଥିବାବେଳେ ଗୋଟେ ବିଏମଡବ୍‌୍ୟୂୁ ଗାଡି ଆଗକୁ ଚାଲିଯାଇଥିଲେ ବି ବ୍ୟାକ୍‌ କରି ପଛକୁ ଆସିଲା। ଆଉ ସେହି ଗାଡିରୁ ଓହ୍ଲାଇ ପଡିଲା ଚାରି ପାଞ୍ଚ ବର୍ଷର ଛୋଟ ଝିଅଟି। ଯିଏ କି ସ୍କୁଲ ୟୁନିଫର୍ମରେ ଅଛି। ସେ ତୁରନ୍ତ ଗାଡିରୁ ଓହ୍ଲାଇ ମହିଳାଙ୍କ ଅବସ୍ଥା ଦେଖି କାର ଭିତରେ ରଖିଥିବା ପାଣି ବୋତଲକୁ ଆଣି ମହିଳାଙ୍କୁ ପିଇବାକୁ ଦେଲା। ଆଉ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ଗର୍ଭବତୀ ମହିଳା ବି ପିଲାଟି ପାଖରୁ ପାଣି ନେଇ ପିଇଗଲେ।

ଏହାପରେ ଛୋଟ ଝିଅଟି କାର ପାଖକୁ ଯାଉଛି ଆଉ ଜଣେ ବ୍ୟକ୍ତିଙ୍କୁ ଡାକିକି ଆଣୁଛି। ଭିଡିଓରେ ଆପଣ ଦେଖିପାରିବେ ଯେ ସେହି ବ୍ୟକ୍ତି ଅଟୋ ରିକ୍ସାରେ ବସିଥିବା ଗର୍ଭବତୀ ମହିଳାଙ୍କୁ ଉଠାଇ ବିଏମଡବ୍ଲ୍ୟୁ କାରର ପଛ ସିଟରେ ବସାଇଲେ। ଏବଂ ଛୋଟ ପିଲାଟି ବି ଗାଡିରେ ବସି ତୁରନ୍ତ ମହିଳାଙ୍କୁ ହସ୍ପିଟାଲ ପର୍ଯ୍ୟନ୍ତ ନେଇଗଲେ। ତେବେ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏବଂ ଦେବଦୁତ ସାଜି ମହିଳାଙ୍କୁ ରକ୍ଷା କରିଥିବା ଛୋଟ ଝିଅଟକୁ ଖୁବ୍‌ ତାରିଫ୍‌ କରୁଛନ୍ତି ଲୋକେ।

ଏହି ଭିଡିଓକୁ ଆଇଏଫଏସ ଅଫିସର ଧରମବୀର ମୀଣା ସେୟାର କରିଛନ୍ତି। ଭିଡିଓ ସେୟାର କରିଛନ୍ତି। ଲୋକମାନେ ଭିଡିଓକୁ ଦେଖି ଛୋଟ ଝିଅଟିକୁ ଖୁବ୍‌ ପ୍ରଶଂସା କରୁଛନ୍ତି ଏବଂ ତାର ଉପସ୍ଥିତ ବୁଦ୍ଧିକୁ ସଲାମ କରିବା ସହ ତାର ବାପା ମାଆଙ୍କୁ ବି ଧନ୍ୟବାଦ ଦେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.