କାଲି ପାଲାମ ଏୟାରପୋର୍ଟରେ ହେବ ୧୩ ଜଣଙ୍କ ପାର୍ଥିବ ଶରୀରର ଅନ୍ତିମ ଦର୍ଶନ, ଶ୍ରଦ୍ଧାଞ୍ଜଳି ଦେବେ ପ୍ରଧାନମନ୍ତ୍ରୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତି ବିଶେଷ

କେନ୍ୟୁଜ୍(ବ୍ୟୁରୋ): ଅଲବିଦା ଜେନେରାଲ୍‌ ବିପିନ୍‌ ରାଓ୍ଵତ । ତାଙ୍କ ପାର୍ଥିବ ଶରୀରକୁ ଦିଲ୍ଲୀ ଅଣାଯାଉଛି । ସିିଡିଏସ୍‌ ରାଓ୍ଵତ, ତାଙ୍କ ପତ୍ନୀଙ୍କ ସମେତ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୩ ଜଣଙ୍କ ପାର୍ଥିବ ଶରୀରକୁ ସୁଲୁର ଏୟାରବେସ୍‌ରୁ ଦିଲ୍ଲୀ ଅଣାଯାଉଛି । ପାଲାମ ଏୟାରପୋର୍ଟରେ ଅନ୍ତିମ ଦର୍ଶନ ପାଇଁ ରଖାଯିବ ପାର୍ଥିବ ଶରୀର । ଏୟାରପୋର୍ଟରେ ସିଡିଏସ୍‌ ରାଓ୍ଵତଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଏନ୍‌ଏସ୍‌ଏ ଅଜିତ ଡୋଭାଳ ।

cds bipin

ଆସନ୍ତାକାଲି ସଂପୂର୍ଣ୍ଣ ସାମରିକ ସମ୍ମାନ ସହ ସିଡିଏସ ଜେନେରାଲ ବିପିନ ରାୱତଙ୍କ ଶେଷକୃତ୍ୟ ସଂପନ୍ନ କରାଯିବ । ସେପଟେ ଦୁର୍ଘଟଣାରେ ଗୁରୁତର ଥିବା ଗ୍ରୁପ୍‌ କ୍ୟାପଟେନ୍‌ ବରୁଣ ସିଂହଙ୍କୁ ଆଜି ବେଙ୍ଗାଳୁରୁ ଆର୍ମି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଗତକାଲି ହେଲକପ୍ଟର ଦୁର୍ଘଟଣାରେ ସିଡିଏସ୍‌ ବିପିନ ରାଓ୍ଵତ, ତାଙ୍କ ପତ୍ନୀଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା । ସୁଲୁର ଏୟାରବେସରୁ େଓ୍ଵଲିଂଟନ୍‌ ଯିବା ବେଳେ ଖସି ପଡ଼ିଥିଲା MI-17V-5 ହେଲିକପ୍ଟର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.