ନିଜେ ଟିୱେଲ ମାରି ଶୋଷିଲା କୁକୁରକୁ ପାଣି ପିଆଇଲା କୁନି ପୁଅ, ଦେଖନ୍ତୁ ମନଛୁଆଁ ଭିଡିଓ

ଆମେ ସମସ୍ତେ ଶୁଣିଛନ୍ତି ଯେ ଛୋଟ ପିଲାମାନେ ଭଗବାନଙ୍କର ରୂପ। ଏପରି ଏଥିପାଇଁ କୁହାଯାଇଥାଏ କାରଣ ଛୋଟ ପିଲାମାନେ ଏତେ କୋମଳ ହୋଇଥାନ୍ତି ଏବଂ ତାଙ୍କ ମନ ଏତେ ନିର୍ମଳ ହୋଇଥାଏ ଯେ ସେମାନଙ୍କୁ ଦେଖିଲେ ହିଁ କୋଳେଇ ନେବାକୁ ଇଚ୍ଛା ହୁଏ। ସେମାନେ ଛନ୍ଦକପଟ କଣ ଜାଣି ନଥାଆନ୍ତି। ସମସ୍ତଙ୍କୁ ଭଲ ପାଆନ୍ତି ଏବଂ ସମସ୍ତଙ୍କ କଥାକୁ ସ୍ନେହର ସହିତ ଗ୍ରହଣ ବି କରିଥାଆନ୍ତି। ତେବେ ଥରେ ଭାବନ୍ତୁ ଏହି ଛୋଟ ପିଲା ଯେତେବେଳେ ନିଃସ୍ବାର୍ଥରେ କାହାର ସାହାଯ୍ୟ କରିବାକୁ ଲାଗେ ତାହେଲେ ଏହା ଦେଖି ଆପଣଙ୍କୁ କେମିତି ଅନୁଭବ ହେବ। ନିଶ୍ଚିତ ଭାବେ ଆପଣଙ୍କ ମନ ଏକଦମ୍‌ ଖୁସି ହୋଇଯିବ।

ଏବେ ସୋସିଆଲ ମିଡିଆରେ ଏକ ଏମିତି ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣଙ୍କ ମୁହଁରେ ନିଶ୍ଚିତ ସ୍ମାଇଲ୍‌ ଆସିଯିବ। ଏଥିରେ ଜଣେ ଛୋଟ ପିଲାଟି ଏକ ଛୋଟ କୁକୁର ଛୁଆକୁ ପାଣି ଦେବା ପାଇଁ ଏକ ଟିେଓ୍ଵଲର ହ୍ୟାଣ୍ଡେଲ ମାରୁଥିବା ଦେଖିବାକୁ ମିଳୁଛି। ଆପଣ ଦେଖିପାରୁଥିବେ ଯେ କେମିତି କୁକୁରକୁ ପାଣି ଦେବା ପାଇଁ ପିଲାଟି ଟିୱେଲର ହ୍ୟାଣ୍ଡେଲକୁ ବହୁତ କଷ୍ଟରେ ମାରୁଛି। ଏପଟେ ଶୋଷିଲା କୁକୁର ଛୁଆଟି ବି ବଡ ଆନନ୍ଦରେ ଟିକେ ଟିକେ କରି ପାଣି ପିଇ ଚାଲିଛି। ଶିଶୁଟିର ଏଭଳି କୁକୁର ପ୍ରତି ସ୍ନେହ ଦେଖି ସମସ୍ତେ ତାକୁ ପ୍ରଶଂସା କରୁଛନ୍ତି।

ସତରେ ଏ ଦୃଶ୍ୟ ଆଜିର ସ୍ୱାର୍ଥପର ସମାଜକୁ ଅନେକ କିଛି ଶିକ୍ଷା ଦେଉଛି। ଯେଉଁମାନେ ଅନ୍ୟକୁ ଅସୁବିଧାରେ ଦେଖି ସାହାଯ୍ୟ ନକରି ମୁହଁ ବୁଲାଇ ଚାଲି ଯାଉଛନ୍ତି ସେମାନେ ଏହି ଛୋଟ ପିଲା ଠାରୁ ନିହାତି ଭାବେ ଶିକ୍ଷା କରିବା ଉଚିତ। କାହାର ବିପଦ ବେଳେ କାହାକୁ ସାହାଯ୍ୟ କଲେ କେତେ ଯେ ଆନନ୍ଦ ମିଳେ ତାହା ଆପଣ ଏ ଚିତ୍ର ଦେଖି ଭଲଭାବେ ବୁଝିସାରିଥିବେ।

ଭାଇରାଲ ହୋଇଥିବା ଏହି ଭିଡିଓକୁ ଆଇପିଏସ୍ ଅଧିକାରୀ ଦୀପାଂଶୁ କାବ୍ରା ନିଜ ଟ୍ୱିଟରରେ ସେୟାର କରିଛନ୍ତି। ଲୋକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି। କୁକୁରର ଶୋଷ ମେଣ୍ଟାଇବା ପାଇଁ ପିଲାଟି ଏତେ ପରିଶ୍ରମ କରୁଥିବା ଦେଖି ସୋସିଆଲ ମିଡିଆ ୟୁଜର୍ସ ପିଲାଟିକୁ ବେଶ୍‌ ପ୍ରଶଂସା କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.