Below header

ଦୁବାଇରୁ ଫେରିଥିବା ବ୍ୟକ୍ତିଙ୍କ ପାଇଁ ଭଞ୍ଜନଗର ଲଣ୍ଢେଇସାହିକୁ ପ୍ରଶାସନ କଲା ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍

କେନ୍ୟୁଜ୍(ବ୍ୟୁରୋ): ବିଦେଶ ଫେରନ୍ତା ଜଣେ ବ୍ୟକ୍ତି କୋଭିଡ୍ ପଜେଟିଭ୍ ଥିବା ଜଣାପଡିବା ପରେ ଗଂଜାମ ଜିଲ୍ଲା ଭଂଜନଗର ପ୍ରଶାସନ ପକ୍ଷରୁ ସଂପୃକ୍ତ ବ୍ୟକ୍ତିଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ସେ ଓମିକ୍ରନ୍ ସଂକ୍ରମିତ କି ନୁହେଁ ସେ ସଂକ୍ରାନ୍ତରେ ତାଙ୍କର ସ୍ବାବ୍ ପରୀକ୍ଷା ପାଇଁ ପଠାଯାଇଛି । ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଭଂଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କ ତରଫରୁ ସୂଚନା ମିଳିଛି । ଏନେଇ ସଂପୃକ୍ତ ସାହିର ୪ ଟି ଘରକୁ “ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍” ଘୋଷଣା କରାଯାଇଛି । ଗଂଜାମ ଜିଲ୍ଲା ଭଂଜନଗର ସହର ନିକଟ  ଲଣ୍ଢେଇସାହିର ଏକ ସାହିରେ ଏ ଘଟଣା ନଜରକୁ ଆସିଛି ।

ସୂଚନା ପ୍ରକାରେ ସଂପୃକ୍ତ ବ୍ୟକ୍ତି ଜଣକ ଦୁବାଇରୁ ରାଉରକେଲା ଆସି ସେଠାରୁ ଭଂଜନଗର ଲଣ୍ଢେଇସାହିକୁ ଗତ ୭ ତାରିଖରେ ଫେରିଥିଲେ । ପରେ ସେ ପଜେଟିଭ୍ ଜଣାପଡିବା ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ତାଙ୍କୁ ଭଂଜନଗର ମେଡିକାଲର କୋଭିଡ୍ ଆଇସୋଲେସନରେ ଭର୍ତ୍ତି କରାଯାଇଛି । ଏବେ ରିପୋର୍ଟକୁ ଅପେକ୍ଷା କରାଯାଇଥିବା ବେଳେ ଯେହେତୁ ସେ ବାହାରଦେଶରୁ ଫେରିଛନ୍ତି ସେଥିପାଇଁ ସାଧାରଣ ଲୋକଙ୍କ ଭିତରେ ଏବେ ସନ୍ଦେହ ଦେଖାଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.