ମୁଁ ବି ହେବି ମୀରାବାଈ ଚାନୁ, ଅଲିମ୍ପିକରେ ଜିତିଵି ପଦକ, ରଖିବି ଦେଶର ଟେକ

ଜାପାନ ରାଜଧାନୀ ଟୋକିଓରେ ଚାଲିଥିବା ଅଲିମ୍ପିକରେ ଏଯାବତ ଭାରତକୁ ଗୋଟିଏ ସିଲଭର ମେଡାଲ ମିଳିଛି ।  ୱେଟ ଲିଫ୍ଟଇଙ୍ଗରେ ମଣିପୁର ଝିଅ ସାଇଖୋମ ମୀରାବାଈ ଚାନୁ ଏହି ପଦକ ହାସଲ କରି ଦେଶ ପାଇଁ ଗୌରବ ଆଣିଛନ୍ତି ।  ଆଉ ନିଜ ମାଟିକୁ ଫେରିବା ପରେ ଭବ୍ୟ ତରିକାରେ ମୀରାଙ୍କ ସ୍ୱାଗତ ମଧ୍ୟ କରାଯାଇଛି ।  ଛୋଟରୁ ବଡ ସମସ୍ତ ସମସ୍ତଙ୍କ ପାଟିରେ ଏବେ ଯେମିତି କେବଳ ମୀରାଙ୍କ ନାଁ ।  ଶିଶୁଙ୍କ ଠାରୁ ଆରମ୍ଭ କରି ଯୁବପିଢ଼ି ସମସ୍ତେ ଜଣେ ଜଣେ ମୀରାବାଈ ହେବାକୁ ସ୍ବପ୍ନ ଦେଖୁଛନ୍ତି ।  ଖାଲିଯେ ସ୍ବପ୍ନ ଦେଖୁନାହାନ୍ତି ସେ ନେଇ ଚେଷ୍ଟା ମଧ୍ୟ ଆରମ୍ଭ କରିଦେଲେଣି ।  ଏନେଇ ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଭିଡିଓଟିକୁ ଦେଖିଲେ ଆପଣ ଜାଣିପାରିବେଯେ ଏକ ଛୋଟ ଝିଅ ଟିଭି ଦେଖି ଦେଖି ୱେଟଲିଫଟିଙ୍ଗ କରିବାକୁ ଚେଷ୍ଟା କରୁଛି ।  ପୁରା ମୀରାଙ୍କୁ ନକଲ କରିଦେଉଛି ଛୋଟ ଝିଅଟି ।  ସେ ସମୟରେ ଟିଭିରେ ଅଲିମ୍ପିକରେ ସିଲଭର ମେଡାଲ ପାଇଁ ମୀରାଙ୍କ ପ୍ରୟାସ ଦୃଶ୍ୟମାନ ହେଉଥିଲା ।  ତୁଲସୀ ଦୁଇ ପତ୍ରରୁ ବାସିବା ପରି ଝିଅଟିର ହାବଭାବରୁ ହିଁ ଜଣାପଡୁଛି ଭବିଷ୍ୟତରେ ସେ ନିଜକୁ ମୀରାଙ୍କ ସ୍ଥାନରେ ଦେଖିବାକୁ ଚାହୁଁଛି ।  ଦେଶ ପାଇଁ ପଦକ ଜିତିବା ତାର ଯେମିତି ଏକ ମାତ୍ର ସ୍ବପ୍ନ ।

ଭିଡିଓଟିକୁ ସତୀଶ ଶିବଲିଙ୍ଗମ ନାମକ ଜଣେ ଭାରତ୍ତୋଳନକାରୀ ସେୟାର କରିଥିବା ବେଳେ ଏହାର କ୍ୟାପ୍ସନରେ ସେ ଲେଖିଥିଲେ “ଇଏ ହେଉଛନ୍ତି ଜୁନିୟର ମୀରାବାଇ ଚାନୁ, ଏହାକୁ ହିଁ କୁହାଯାଏ ଈଂସ୍ପିରେସନ” ।  ଭିଡିଓ ଟିକୁ ଏଯାବତ ୬ଲକ୍ଷରୁ ଅଧିକ ଜଣ ଦେଖିସାରିଥିବା ବେଳେ ୫୦ ହଜାରରୁ ଅଧିକ ଥର ଲାଇକ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.