Below header

କେବେ ଅଜଗର ଛୁଆ ଜନ୍ମ କରିବାର ଲାଇଭ ଭିଜୁଆଲ, ଥରେ ଦେଖନ୍ତୁ ଶିହରି ଉଠିବ ଆପଣଙ୍କ ଦେହ

କିଛି ହେବ ଏକ ବିରାଟ ଅଜଗର ସାପର ଭିଡିଓ ବିଭିନ୍ନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଲୋକେ ମଧ୍ୟ ଏହାକୁ ଖୁବ ପସନ୍ଦ କରିଛନ୍ତି । କାହିଁକି ଭାଇରାଲ ହେଉଛି, ଲୋକେ କାହିଁକି ଏହାକୁ ଏତେ ପସନ୍ଦ କରିଛନ୍ତି ତା ପଛରେ ବି ଏକ ବିଶେଷ କାରଣ ରହିଛି । କେଉଁଠି ଗଛ ଚଢିବା ବା ଖେଳିବା ପାଇଁ ନୁହେଁ କି କେଉଁ ଜୀବ ଉପରେ ଆଟାକ କରିବା ପାଇଁ ବି ନୁହେଁ । ଏଠି ଲାଇଭ ଛୁଆ ଜନ୍ମ କରୁଛି ଏକ ଅଜଗର । ଭିଡିଓଟିରେ ଆପଣ ଦେଖିପାରିବେ ଏକ ଗଛ ଉପରେ ଓପନ ଡେଲିଭରି କରୁଛି ଏକ ବିରାଟକାୟ ସବୁଜ ରଙ୍ଗର ଅଜଗର । ଦୀର୍ଘ ସମୟ ଧରି ଖୁବ ଯନ୍ତ୍ରଣା ପାଇବା ପରେ ଦୁନିଆରେ ପାଦ ଦେଇଛି କୁନି ଅଜଗର ସାବକଟି । ଯାହା ଆପଣ ଭିଡିଓଟିକୁ ମନ ଦେଇ ଦେଖିବା ପରେ ନିଜେ ଠିକ ଅନୁଭବ କରିପାରିବେ । ଆଉ ଜନ୍ମ ନେବା ପରେ ନିଜ ମାଁ ପାଖରେ ଆଉଜି ହୋଇଯାଉଛି କୁନି ଅଜଗରଟି । ମା’ ଛୁଆଙ୍କ ମଧ୍ୟ ନିବିଡ ସମ୍ପର୍କ ଠିକ ବାରି ହୋଇପଡୁଛି | ଆଉ ମନକୁ ଆସୁଛି କାହିଁକି କେଉଁ କାଳରୁ ଯେଉଁ ଉକ୍ତିଟି ଚଳିଆସୁଛି ମା’ ସର୍ବଂସହା ।

 

 

 

ତାହା ସମ୍ପୂର୍ଣ୍ଣ ରୂପେ ଠିକ । ସନ୍ତାନ ପାଇଁ ମା ହିଁ କେବଳ ଏତେ କଷ୍ଟ ସହିପାରେ । ଭିଡିଓଟିକୁ ଦେଖି ଛୋଟ ରୁ ବଡ ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି । ଟ୍ୱିଟର ଆକାଉଣ୍ଟରେ @sara_s _ 2020 ନାମକ ଜଣେ ୟୁଜର ଏହି ଭିଡିଓଟିକୁ ସେୟାର କରିଛନ୍ତି । ଏହାର କ୍ୟାପ୍ସନରେ ସେ ଲେଖିଛନ୍ତିକି “ଡେଲିଭରି ସମୟର ଲାଇଭ ଭିଜୁଆଲ” । ଭିଡିଓଟିକୁ ନ୍ୟୁଜ ଆକାରରେ ଲେଖାଯିବା ପର୍ଯ୍ୟନ୍ତ ୫ ହଜାରରୁ ଅଧିକ ସଂଖ୍ୟକ ଲୋକ ଦେଖିସାରିଥିବା ବେଳେ ଅନେକ ଜଣ ଲାଇକ ମଧ୍ୟ କରିଛନ୍ତି । ଆଉ ମଧ୍ୟ ଭିଡିଓ ଉପରେ ଭିନ୍ନ ଭିନ୍ନ ଲୋକ ଭିନ୍ନ ଭିନ୍ନ ମତ ଦେଇଥିବା ନଜର ଆସିଛି । କିଛି ଲୋକତ ଏମିତି ଲେଖିଛନ୍ତି, “ଆମେ ତ ପୂର୍ବରୁ ଶୁଣିଥିଲୁ ଯେ ଅଜଗର(ସାପ) ଅଣ୍ଡା ଦିଏ ବୋଲି । କିନ୍ତୁ ଅଜଗର ଛୁଆ ଜନ୍ମ କରୁଥିବାର ଆମେ ପ୍ରଥମ ଥର ପାଇଁ ଦେଖୁଛୁ ।”

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.