ଜଗତସିଂହପୁର: ନାଉଗାଁ ଟେଣ୍ଟଇ ଗାଁରେ ଅଘଟଣ,ନିଆଁରେ ପୋଡି ହୋଇ ମା ଓ ଦେଢବର୍ଷ ପୁଅର ମୃତ୍ୟୁ

ଜଗତସିଂହପୁର(କେନ୍ୟୁଜ୍):ପାରିବାରିକ କଳହକୁ ନେଇ ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ତେଣ୍ଟୋଇ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ନିଆଁରେ ପୋଡ଼ି ହୋଇ ମାଆର ମୃତ୍ୟୁ ହୋଇଥିଲା ବେଳେ ଦେଢ ବର୍ଷର ଶିଶୁପୁତ୍ର ଗୁରୁତର ଅବସ୍ଥାରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆଜି ଦିନ ପ୍ରାୟ ବାରଟା ପାଖାପାଖି ତେଣ୍ଟୋଇ ଗାଁ ର ତପନ ସେଠୀ ଓ ତାଙ୍କ ସ୍ତ୍ରୀ ଲିପି ସେଠୀ ବାଡ଼ିରେ କାମ କରୁଥିଲେ।ପରେ ଲିପି ଘରକୁ ଆସିଲା ବେଳକୁ ତାଙ୍କର ଦେଢ ବର୍ଷର ଶିଶୁପୁତ୍ର ଗଣେଶଙ୍କୁ ଯାଆ କୋଳରେ ଧରି ଗେହ୍ଲା କରୁଥିଲେ।

ଏହି ଘଟଣା ଦେଖିବା ପରେ ଦୁଇ ଯାଆ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଲିପି କିରୋସିନ ଢାଳି ନିଜ ଦେହରେ ନିଆଁ ଲଗେଇ ଦେଇଥିବାର ସୂଚନା ମିଳିଛି। ଏଥିରେ ଲିପି ସେଠୀ ମୃତ୍ୟୁ ବରଣ କରିଥିବା ବେଳେ ପୁଅ ଗୁରୁତର ଅବସ୍ଥାରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା କିନ୍ତୁ  ସେଠାରେ ତା’ର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ପୋଲିସ ଶାଶୁ ଚପଳା ସେଠୀ ଓ ସ୍ୱାମୀ ତପନ ସେଠୀ ଓ ବଡ଼ ଭାଇଙ୍କୁ ଅଟକ ରଖିଛି। ଘଟଣା ସ୍ଥଳରେ ନାଉଗାଁ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ କେଉଁ ପରିସ୍ଥିତିରେ ଲିପି ନିଜେ ଓ ତାର ଛୋଟ ପିଲା ସହିତ ଆତ୍ମହତ୍ୟା କଲା ସେ ସମ୍ପର୍କରେ ପୋଲିସ ପକ୍ଷରୁ କୋଣସି ସୂଚନା ମିଳିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.