Below header

ଜ୍ୟୋତିଷଙ୍କ ଏକଜିଟ୍ ପୋଲିଂ: ଜାଣନ୍ତୁ କଣ କହୁଛି ନେତାଙ୍କ ଭାଗ୍ୟରେଖା

ନୂଆଦିଲ୍ଲୀ : ଦେଶରେ ସରକାର ଗଠନ ହେବାର ପ୍ରକ୍ରିୟା ପାଖାପାଖି ଅନ୍ତିମ ଚରଣରେ ପହଞ୍ଚି ସରିଛି। ନିର୍ବାଚନୀ ଜ୍ୟୋତିଷମାନେ ଏନେଇ ବିଭିନ୍ନ ଆକଳନ କରିବାକୁ ଲାଗିଛନ୍ତି। ବିଭିନ୍ନ ଏକଜିଟ ପୋଲରେ ଯେତେବେଳେ ମୋଦି ସରକାର ଜିତିବେ ବୋଲି କୁହାଯାଉଛି ଦେଶର କିଛି ମୁଖ୍ୟ ପଣ୍ଡିତ କରିଛନ୍ତି ଭିନ୍ନ ଭବିଷ୍ୟବାଣୀ। ପଣ୍ଡିତ ଜଣଙ୍କ ମୋଦି ଏବଂ ଭାଜପାର ଭାଗ୍ୟରେ ପରିଣାମ କିଛି ଆଶ୍ଚର‌୍ୟ୍ୟକର ରହିବ ବୋଲି କହିଛନ୍ତି। ଏହି ବିଷୟରେ ସରକାର ସମୀକରଣ ବଦଳିବା ସହ ମୋଦିଙ୍କ ଜିତିବା ରାସ୍ତା ସହଜ ହେବ ନାହିଁ ବୋଲି କହିଛନ୍ତି।

lokasbha

ଆସନ୍ତୁ ଜାଣିବା ନିର୍ବାଚନ ଉପରେ ଜ୍ୟୋତିଷଙ୍କ ମତ

ଗୁରୁବାର ଅର୍ଥାତ୍ ଆସନ୍ତାକାଲି ମତଗଣନା ହେବାକୁଥିବା ବେଳେ ପଣ୍ଡିତଙ୍କ ଅନୁଯାୟୀ କାଲି ଉତ୍ତରାଷାଢ଼ା ନକ୍ଷେତ୍ର ଏବଂ ବୁଧାଦିତ୍ୟା ଯୋଗର ପ୍ରଭାବ ସଂପୂର୍ଣ୍ଣ ଦିନ ତମାମ୍ ରହିବ। ସୂର‌୍ୟ୍ୟ, ଚନ୍ଦ୍ର ଏବଂ କେତୁ ଧନୁ ରାଶିରେ ଥିବା ବେଳେ ଗୁରୁ ଏବଂ ବ୍ରୁହସ୍ପତି ନରେନ୍ଦ୍ର ମୋଦିଙ୍କ ବିଛା ରାଶିରେ ରହିବେ। ଏହି ମଧ୍ୟରେ ଦିନ ସମୟରେ ଚନ୍ଦ୍ରମାର ଧନୁ ରାଶିରେ ସ୍ଥାନ ପରିବର୍ତ୍ତନ ହେବ ଯାହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନରେ ପଡିବାର ସମ୍ଭାବନା। ଗ୍ରହର ଚଳଣିରେ ସମସ୍ତ ଆକଳନ ଫେଲ ମାରିବ। ପରିଣାମ ମେଣ୍ଟ ସରକାରଙ୍କ ପକ୍ଷରେ ଯିବ ତଥା ଅଧିକ ଆଶା କରୁଥିବା ପ୍ରାର୍ଥୀଙ୍କୁ ବିଫଳତାର ସ୍ବାଦ ଚାଖିବାକୁ ପଡିବ।

Election

ଜ୍ୟୋତିଷ ବିମଲ ଜେନ୍

ବୃହସ୍ପତି, ଶନି ଏବଂ କେତୁ ଗ୍ରହର ସିଧା ପ୍ରଭାବ ନିର୍ବାଚନ ଉପରେ ପଡିବ। ପରିଣାମ ଖୁବ ଆଶ୍ଚର‌୍ୟ୍ୟକର କିନ୍ତୁ ଲୋକତନ୍ତ୍ର ସପକ୍ଷରେ ହେବ। ପଦ ହାସଲ କରିବା ଏବଂ ନକରିବାରେ ଶନି-ରାହୁ ଗ୍ରହର ପ୍ରମୁଖ ଭୂମିକା ରହିଥାଏ। ଏହା ଦ୍ବାରା ଜିତିଥିବା ବାଜି ହାରିବାର ମଧ୍ୟ ସମ୍ଭାବନା ରହିଥାଏ। ଏନେଇ ବିଭିନ୍ନ ନେତାଙ୍କ ଆଶା ନିରାଶାରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଥିବା ବେଳେ ଦେଶକୁ ଏକ ମଜବୁତ ସରକାର ମିଳିବ ବୋଲି କୁହାଯାଇଛି। ଏବେ ଭଲ ପ୍ରଦର୍ଶନ କରୁଥିବା ଏକ-ଦୁଇ ଦଳକୁ ଆଗକୁ ଖୁବ ଫାଇଦା ମିଳିବ ବୋଲି କୁହାଯାଉଛି।

ରାଶି ଏବଂ ଉଚ୍ଚ ଗ୍ରହର ପିଏମ୍ ମୋଦିଙ୍କ ଭାଗ୍ୟରେ ଖୁବ ପ୍ରଭାବ ରହିଥିବା ବେଳେ କ୍ଷେତ୍ରୀୟ ଦଳର ସହଯୋଗରେ ସେ ପୁଣିଥରେ ଦେଶର ଭାରସାମ୍ୟ ସମ୍ଭାଳିବାର ସମ୍ଭାବନା ରହିଛି। କହିବାକୁ ଗଲେ ଜନମତର ସୁଫଳ ମିଳିବ ବୋଲି ଆଶା କରାଯାଉଛି।

election india

ପ୍ରୋ. ବିନୟ କୁମାର ପାଣ୍ଡେ , ଜ୍ୟୋତିଷ ବିଭାଗଧ୍ୟାକ୍ଷ, ବିଏଚୟୁ

ବୃହସ୍ପତି, ଶନି ଏବଂ କେତୁ ଧନୁ ରାଶିରେ ରହିଥିବା ହେତୁ ମିଥୁନ ରାଶିରେ ରାହୁ ଏବଂ ମଙ୍ଗଳ ଯୋଡିର ଜବରଦସ୍ତ ପ୍ରଭାବ ପଡିବ । ଅନେକ ବଡ଼ ନାମ ନିର୍ବାଚନ ହାରିବାର ସମ୍ଭାବନା ରହିଥିବା ବେଳେ ନୂଆ ପ୍ରାର୍ଥୀ ବାଜି ମାରିବେ। ବିଭିନ୍ନ ଦଳରେ ପରିବର୍ତ୍ତନ ନଜର ଆସିବ। ଘୋଷଣା ପରେ ଯେଉଁ ପ୍ରାର୍ଥୀଙ୍କୁ ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବାର ମଉକା ମିଳିବ ସେ ନିଜ ଉପରେ ହୋଇଥିବା ଆକ୍ରମଣର ସଠିକ ଭାବେ ପ୍ରତିଶୋଧ ନେବେ ।

ଡା.କାମେଶ୍ବର ଉପାଧ୍ୟାୟ, ମହାମନ୍ତ୍ରୀ ଅଖିଳ ଭାରତୀୟ ବିଦ୍ବାନ ପରିଷଦ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.