ଖରା ତାତିରୁ ଗାଡିକୁ ରକ୍ଷା କରିବା ପାଇଁ କାରରେ ଗୋବର ଲିପିଲେ ମାଲିକ, ଫଟୋ ଭାଇରାଲ୍

ତାତିରୁ ମିଳୁନି ତ୍ରାହି । ପ୍ରଚଣ୍ଡ ଗ୍ରୀଷ୍ମ ଲହରୀରେ ସନ୍ତୁଳି ହେଉଛି ସାରା ଦେଶ । ଦେଶର ଅନେକ ସ୍ଥାନର ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିଛି ତାପମାତ୍ରା । ୧୦ ଟା ପରେ ଘରୁ ବାହାରିବା ଅସମ୍ଭବ ହୋଇପଡୁଛି । ଏମିତିରେ ଖରାରୁ ରକ୍ଷା ପାଇବା ପାଇଁ ଲୋକମାନେ ବିଭିନ୍ନ ପ୍ରକାର ଉପାୟ ଆପଣାଉଛନ୍ତି । କେବଳ ମଣିଷ କାହିଁକି ନିଜର ଯାନବାହନକୁ ମଧ୍ୟ ଖରାର ତାତିରୁ ରକ୍ଷା କରିବା ଜରୁରୀ ।

ତେଣୁ ଅହମ୍ମଦାବଦର ଜଣେ ବ୍ୟକ୍ତି ନିଜ ଗାଡିକୁ ଥଣ୍ଡା ରଖିବା ପାଇଁ ପୁରା କାରକୁ ଗୋବରରେ ଲିପି ଦେଇଛନ୍ତି । ଗାଡିକୁ ଥଣ୍ଡା ରଖିବାର ଏହି ନିଆରା ଶୈଳୀ ଏବେ ସୋସିଆଲ୍ ମଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ଫେସବୁକ୍ ୟୁଜର ରୁପେଶ ଗୌରାଙ୍ଗ ଦାସ ଗୋବରରେ ଲିପା ହୋଇଥିବା କାରର ଫଟୋ ସେୟାର୍ କରି ଲେଖିଛନ୍ତି ଗାଇ ଗୋବରର ଏହାଠୁ ବଳି ଉପଯୁକ୍ତ ବ୍ୟବହାର ମୁଁ ଆଜି ଯାଏଁ ଦେଖିନି । ୪୫ଡିଗ୍ରୀ ତାପମାତ୍ରାର ଗରମକୁ ମାତ୍ ଦେବା ସହ ନିଜ ଗାଡିକୁ ରକ୍ଷା ପାଇବା ସେଜଲ ଶାହ ନିଜ କାରକୁ ଗୋବର ଲିପି ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.