Below header

ବିଶ୍ୱକପ୍‌ ପୂର୍ବରୁ ଅଲ୍‌ରାଉଣ୍ଡରଙ୍କ ର‍୍ୟାଙ୍କିଂ ପ୍ରକାଶ କଲା ଆଇସିସି, ତାଲିକାରେ ଭାରତର କେହି ବି ନାହାନ୍ତି

ଦୁବାଇ : ଆଇସିସି ବିଶ୍ୱ କପ୍‌କୁ ଆଉ ମାତ୍ର ସପ୍ତାହେ ବାକି । ଏହା ପୂର୍ବରୁ ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ (ଆଇସିସି) ଅଲରାଉଣ୍ଡରଙ୍କ ର‍୍ୟାଙ୍କିଂ ତାଲିକା ଜାରି କରିଛି । ତେବେ ଏହି ତାଲିକାରେ ଭାରତୀୟ ଦଳର କେହି ବି ନାହାନ୍ତି । ତାଲିକା ଶୀର୍ଷରେ ଅଛନ୍ତି ବାଂଲାଦେଶର ଶାକିବ ଅଲ ହାସନ୍‌ । ସେ ୩୫୯ ପଏଣ୍ଟ ପାଇଥିବା ବେଳେ ତାଙ୍କ ପଛକୁ ଦ୍ୱିତୀୟରେ ଅଛନ୍ତି ଆଫଗାନିସ୍ତାନ୍‌ର ରସିଦ ଖାନ୍‌ (୩୩୯ ପଏଣ୍ଟ) । ତୃତୀୟ ସ୍ଥାନ ଦଖଲ କରିଛନ୍ତି ସେହି ଆଫଗାନିସ୍ତାନ୍‌ର ମହମ୍ମଦ ନବି (୩୧୯) । ଚାରି ନମ୍ବରରେ ପାକିସ୍ତାନର ଇମାଦ ଓ୍ଵାସିମ (୨୮୯ ) ଓ ପଞ୍ଚମରେ ରହିଛନ୍ତି ନ୍ୟୁଜିଲାଣ୍ଡର ମିସେଲ ସାଣ୍ଟନର୍‌ ( ୨୭୯) ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.