Below header

ସାରା ଦେଶରେ ଚାଲିଛି ଗୋଟିଏ ଚର୍ଚ୍ଚା, ଉତ୍କଣ୍ଠାରେ ଜନସାଧାରଣ ନେତାଙ୍କ ବଢୁଛି ହୃତସ୍ପନ୍ଦନ

ନବୀନ ପୁଣି ଥରେ ମୁଖ୍ୟମନ୍ତ୍ରୀ ହୋଇ ଇତିହାସ ସୃଷ୍ଟି କରିବେ କି? ଏକଜିଟ ପୋଲ କହୁଛି, ନବୀନ ପୁଣି କ୍ଷମତାକୁ ଫେରିବେ। କିନ୍ତୁ ଏକଜିଟ ରେଜଲ୍ଟକୁ ସମସ୍ତଙ୍କ ଅପେକ୍ଷା। ଏହାସହ ଫଳାଫଳକୁ ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ଉତ୍କଣ୍ଠା ବଢିଛି।

ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ହେବେ କି ନବୀନ। କାଲି ସ୍ପଷ୍ଟ ହେବ ଚିତ୍ର। ବିଭିନ୍ନ ଏକଜିଟ ପୋଲ କହୁଛି ବିଜେଡି ଗଠନ କରୁଛି ସରକାର। ପ୍ରଗତିବାଦୀ ଏକଜିଟ ପୋଲରେ ଜଣାପଡିଛି, ବିଜେଡି ୧୦୫- ବିଜେପି ୨୬ ଓ କଂଗ୍ରେସ ୧୫ଟି ଆସନ ପାଇବ। ଆଉ କିଛି ସଂସ୍ଥା ସର୍ଭେ କରିଛନ୍ତି ବିଜେଡି ୯୦ରୁ ୧୦୫, ବିଜେପି ୩୦ରୁ ୩୫ ଓ କଂଗ୍ରେସ ୧୨ରୁ ୧୫ ଆସନ ପାଇବ। ଲୋକସଭାରେ ମଧ୍ୟ ବିଜେଡିକୁ ଅଧିକ ଆସନର ଅନୁମାନ କରାଯାଉଛି। କିନ୍ତୁ ୨୦୧୪ ତୁଳନାରେ ସିଟ୍ ସଂଖ୍ୟା କମିପାରେ। ବିଜେଡିକୁ ଏପରି ଆକଳନକୁ ଖଣ୍ଡନ କରିଛି।

ଏକଜିଟ ପୋଲ ଆକଳନକୁ ନେଇ ବିଜେପି ଉତ୍ସାହିତ ଅଛି। କିନ୍ତୁ ଗଣତନ୍ତ୍ରରେ ଏକଜିଟ ରେଜଲ୍ଟକୁ ଅପେକ୍ଷା କରିବାକୁ ପଡିବ। ତେଣୁ ଉତ୍ସାହିତ ଥିଲେ ବି ବିଜେପି ନେତା ବି ଅପେକ୍ଷା କରି ରହିଛନ୍ତି କାଲିର ଫଳାଫଳକୁ।
ସେପଟେ ଏଥର କଣ ରହିବ କଂଗ୍ରେସ ସ୍ଥିତି। କେତେ ସଫଳ ହେବ ଦଳ। ଏକଜିଟ୍ ପୋଲ କହୁଛି, ପ୍ରମୁଖ ବିରୋଧୀ ଦଳର ମାନ୍ୟତା ହରାଇବ କଂଗ୍ରେସ। ଦଳୀୟ ପ୍ରାର୍ଥୀ ମଧ୍ୟ ଏବେ ପ୍ରକୃତ ଫଳାଫଳକୁ ଅପେକ୍ଷା କରି ରହିଛନ୍ତି।

ଗଣତି ପୂର୍ବରୁ ନେତାଙ୍କ ମନ୍ଦିର ଗସ୍ତ ମଧ୍ୟ ଜାରି ରହିଛି। ଆଜି ଭଦ୍ରକ ଆରଡି ଅଖଣ୍ଡଳମଣିଙ୍କ ପୀଠରେ ନେତାଙ୍କୁ ଦେଖିବାକୁ ମିଳିଥିଲା।  ୨୪ ଘଣ୍ଟାରୁ କମ୍ ସମୟ। ଜଣା ପଡିଯିବ, କିଏ ଜିତୁଛି କିଏ ହାରୁଛି। କେଉଁ ଦଳ ସରକାର କରୁଛି, କେଉଁ ଦଳ ପଛରେ ପଡୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.