ସାଟେଲାଇଟ୍ RISAT-2 B ଉତକ୍ଷେପଣ ସଫଳ, ଶ୍ରୀହରିକୋଟାରୁ ଗଲା PSLV-C46

ଏଣିକି ମହାକାଶରୁ ଶତ୍ରୁର ଗତିବିଧି ଓ ଅନୁପ୍ରବେଶ ଉପରେ ନଜର ରଖିବ ସାଟେଲାଇଟ। ଶ୍ରୀହରିକୋଟା ସତୀଶ ଧଓ୍ଵନ ସ୍ପେସ୍ ସେଣ୍ଟରର ଏକ ନମ୍ବର ଲଞ୍ଚ ପ୍ୟାଡ୍ରୁ ଉତ୍କ୍ଷେପଣ ହେଲା ନୂଆ ଉପଗ୍ରହ RISAT-2B। PSLV C46 ରକେଟରେ ପାଖାପାଖି ୬୧୫ କିଲୋଗ୍ରାମର ସାଟେଲାଇଟକୁ ଉତକ୍ଷେପଣ ହୋଇଛି।

ମହାକାଶରେ ଇତିହାସ ରଚିଲା ଇସ୍ରୋ। ସୀମାରେ ଅନୁପ୍ରବେଶ ରୋକିବା, ପ୍ରତିକୂଳ ପରିସ୍ଥିତିରେ ଭୂପୃଷ୍ଠର ସ୍ପଷ୍ଟ ଚିତ୍ର ଉଠାଇବା ଓ ବିପର୍ଯ୍ୟୟ ବେଳେ ସଠିକ ସୂଚନା ଦେବା ପାଇଁ ମହାକାଶକୁ ଗଲା ନୂଆ ଉପଗ୍ରହ RISAT-2B। ଭୋର ସାଢେ ୫ଟାରେ PSLV C46 ରକେଟରେ ଏହାକୁ ଉତକ୍ଷେପଣ କରାଯାଇଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧଓ୍ଵନ ସ୍ପେସ୍ ସେଣ୍ଟରର ଏକ ନମ୍ବର ଲଞ୍ଚ ପ୍ୟାଡ୍ରୁ ଏହାକୁ ଅନ୍ତରୀକ୍ଷକୁ ପଠାଯାଇଛି। PSLVର ୪୮ତମ ଉତକ୍ଷେପଣରେ ରାଡାର୍ ଇମେଜିଂ ଉପଗ୍ରହ ରିସେଟ୍-2B ସାଟେଲାଇଟ୍ ଛ଼ଡାଯାଇଛି। ଉତ୍କ୍ଷେପଣ ହେବାର ୧୫ମିନିଟ ପରେ RISAT-2B ନିଜ କକ୍ଷପଥରେ ଅବସ୍ଥାପିତ ହୋଇଥିଲା। ଏହାର ଓଜନ ପାଖାପାଖି ୬୧୫ କିଲୋଗ୍ରାମ ଓ ଭୂପୃଷ୍ଠରୁ ୫୫୫ କିମି ଦୂରରେ ଏହାକୁ ସ୍ଥାପନ କରାଯାଇଛି।

୫ ବର୍ଷିଆ ମିଶନରେ ପଠାଯାଇଛି RISAT-2B ଉପଗ୍ରହ। ଦେଶର ପ୍ରତିରକ୍ଷା ଓ ଯୋଗାଯୋଗ କ୍ଷେତ୍ର ପାଇଁ ଯୁଗାନ୍ତକାରୀ ସାବ୍ୟସ୍ତ ହେବ। ସୀମାରେ ସୁରକ୍ଷା ଓ ଅନୁପ୍ରବେଶ ଉପରେ ତୀକ୍ଷ୍ଣ ନଜର ରଖିବ। ଏଥିରେ ସଂଯୋଗ ହୋଇଥିବା ସିନ୍ଥେଟିକ ଆପାରେଚର ରାଡର ଦିନ,ରାତି ଏପରିକି କୁହୁଡ଼ି ପାଗରେ ମଧ୍ୟ ଭୂପୃଷ୍ଠର ଚିତ୍ର ଉତ୍ତୋଳନ କରିପାରିବ।

 

Leave A Reply

Your email address will not be published.