ବିବାହ ବିଚ୍ଛେଦ ପରେ କୃଷ୍ଣ ବନିଲେ ସାହାରା , ଧର୍ମ ବଦଳାଇ ପରିବାର ତ୍ୟାଗ କରି ଚାଲିଆସିଲେ ବୃନ୍ଦାବନଧାମ

କୃଷ୍ଣଙ୍କ ପ୍ରେମରେ ପାଗଳ ହେଲେ ମୁସଲିମ ମହିଳା ଶବନମ । ବୃନ୍ଦାବନ ଆସି ବନିଗଲେ ମୀରା, ନିଜ କୃଷ୍ଣଙ୍କ ପାଇଁ । ଜୀବନର ପରିସ୍ଥିତି ତାଙ୍କୁ ଏମିତି ବାଟରେ ଆଣି ରଖିଲା ଯେଉଁଠି ସେ କୃଷ୍ଣଙ୍କ ଛଡା ଆଉ କେଉଁଠାକୁ ଯିବାକୁ ଇଛା କଲେ ନାହିଁ । ଶେଷରେ ନିଜ ଧର୍ମ ବଦଳାଇଲେ .. ଆଉ ବନିଗଲେ ଶବନମ ରୁ ମୀରା..

କୃଷ୍ଣଙ୍କ ପ୍ରେମରେ ପାଗଳ ହେଲେ ମୁସଲିମ ମହିଳା ଶବନମ । ବୃନ୍ଦାବନ ଆସି ବନିଗଲେ ମୀରା, ନିଜ କୃଷ୍ଣଙ୍କ ପାଇଁ । ଜୀବନର ପରିସ୍ଥିତି ତାଙ୍କୁ ଏମିତି ବାଟରେ ଆଣି ରଖିଲା ଯେଉଁଠି ସେ କୃଷ୍ଣଙ୍କ ଛଡା ଆଉ କେଉଁଠାକୁ ଯିବାକୁ ଇଛା କଲେ ନାହିଁ । ଶେଷରେ ନିଜ ଧର୍ମ ବଦଳାଇଲେ .. ଆଉ ବନିଗଲେ ଶବନମ ରୁ ମୀରା..

ମୁସଲିମ ମହିଳା ଶବନମ ବନିଲେ କୃଷ୍ଣଙ୍କ ଭକ୍ତ .. କୃଷ୍ଣ ପ୍ରେମରେ ତ ସମସ୍ତେ ପାଗଳ। ଶବନମ ବି କାହିଁକି ପଛରେ ରହିବେ। ନିଜକୁ କୃଷ୍ଣ ଭକ୍ତିରେ ଲୀନ କରାଇ ଏବେ ବୃନ୍ଦାବନ ଧାମକୁ ନିଜ ବାସ ସ୍ଥାନ କରିନେଇଛନ୍ତି ।

ସାଧାରଣ ଭାବେ ଶ୍ରୀକୃଷ୍ଣଙ୍କ ଧାମ କୁ ଅନେକ ଭକ୍ତ ଆସିଥାନ୍ତି… ଏମାନେ ବିଭିନ୍ନ ଧର୍ମ ର ହୋଇଥାନ୍ତି । ନିଜ ଭକ୍ତିକୁ ପ୍ରକାଶ କରିବା ପାଇଁ ଦୂର ଦୂରାନ୍ତରୁ ଧାଇଁ ଆସନ୍ତି । ସେଭଳି ଶାବନମ ମଧ୍ୟ ନିଜ ଘର ଛାଡି ଏଠାକୁ ଚାଲିଆସିଛନ୍ତି..କୃଷ୍ଣ ପ୍ରେମରେ ଲୀନ ହେବା ପାଇଁ…

ଏମିତି ତ ଦେଶରେ ଅନେକ ଧାର୍ମିକ ସ୍ଥାନ ରହିଛି, ତେବେବି ଶ୍ରୀକୃଷ୍ଣଙ୍କ ଲୀଳାସ୍ଥଳୀ ବୃନ୍ଦାବନ ସାରା ଦୁନିଆ ରେ ଭକ୍ତିର ସ୍ଥାନ ରୂପେ ଗଣାଯାଏ । ଏଥିପାଇଁ ଶ୍ରୀକୃଷ୍ଣଙ୍କର ଅନେକ ଭକ୍ତ ଏହି ଧାମକୁ ଛୁଟିଆସନ୍ତି ।ଏବେ ଉତ୍ତରପ୍ରଦେଶ ମୁରାଦାବାର ଶବନମଙ୍କ କାହାଣୀ ମଧ୍ୟ କିଛି ଏଭଳି । ନିଜର ଘର ଦ୍ୱାର ଛାଡି କୃଷ୍ଣ ପ୍ରେମରେ ବୃନ୍ଦାବନ ଆସିବା ପରେ ଏବେ ଏହି ସ୍ଥାନ ପାଲଟିିଛି ତାଙ୍କ ସାଧନାସ୍ଥଳୀ ।

ଉତ୍ତରପ୍ରଦେଶ ମୁରାଦାବାଦ୍ ସ୍ଥିତ ଜିଗର କଲୋନୀ ନିବାସୀ ଇକରାମ ହୁସୈନଙ୍କ ଝିଅ ଶବନମ । ପେଷାରେ ଇକରାମ କଂସାବାସନ ଓ ପିତଳ ମୂର୍ତ୍ତି ବନାନ୍ତି । ଶବନମ୍ ପିଲାବେଳୁ ହିନ୍ଦୁ ଦେବାଦେବୀଙ୍କ ପ୍ରତି ଆସକ୍ତ ଥିଲେ । ବିଶେଷ କରି କୃଷ୍ଣ ଙ୍କ ପ୍ରତି ତାଙ୍କର ରହିଥିଲା ବିଶେଷ ଆକର୍ଷଣ । ସୂଚନା ଅନୂସାରେ ସେ ୪ ମାସ ପୂର୍ବରୁ ନିଜ ସହ ବାଳ ଗୋପାଳଙ୍କୁ ଧରି ବୃନ୍ଦାବନ ଚାଲିଅସିଲେ । ଏଠାରେ ଗୋବର୍ଦ୍ଧନ ପରିକ୍ରମା ମାର୍ଗ ସ୍ଥିତ ଗୋପାଳ ଆଶ୍ରମରେ ରହିବାର ଅନୁମତି ମିଳିଗଲା । ସେହିଦିନ ଠୁ ସେ ଏଠାରେ ରହୁଛନ୍ତି ।

ସୂଚନା ମୁତାବକ ୨୦୦୦ ମିସିହାରେ ଶବନମ୍ ଦିଲ୍ଲୀର ଶାହଦରା ନିବାସୀ ଜଣେ ଯୁବକଙ୍କୁ ବିବାହ କରିଥିଲେ । ହେଲେ ୫ ବର୍ଷ ପରେ ମାନେ ୨୦୦୫ ରେ ବିବାହ ବିଚ୍ଛେଦ ହୋଇଗଲା । ଏହାପରେ ଶବନମ୍ ବାପ ଘରକୁ ଚାଲିଆସିଲେ । ଶବନମ୍ ୪ ଭାଇ ଭଉଣୀଙ୍କ ମଧ୍ୟରୁ ତୃତୀୟ ଥିଲେ । ସ୍ୱାମୀ ଛାଡି ଦେବା ପରେ ଶବନମ୍ ଦିଲ୍ଲୀରେ ରହିବାକୁ ଲାଗିଲେ । ଘର ଲୋକଙ୍କ ଉପରେ ଯେପରି ବୋଝ ନହେବେ ସେଥିପାଇଁ ଏକ ଘରୋଇ ସଂସ୍ଥାରେ ଚାକିରି ମଧ୍ୟ କଲେ । ପରେ ଚାକିରି ଛାଡି ଶବନମ୍ କିଛି ମାସ ଲେଡି ବାଉନ୍ସର ଭାବେ କାର୍ଯ୍ୟ କରିଥିଲେ ।

ହେଲେ ଶ୍ରୀକୃଷ୍ଣଙ୍କ ଭକ୍ତି ତାଙ୍କୁ ବୃନ୍ଦାବନକୁ ଟାଣି ଆଣିଥିଲା । ବାପଘର , ଆଉ ସବୁ ସମ୍ପର୍କକୁ ତ୍ୟାଗ କରି ଚାଲିଆସିଲେ ବୃନ୍ଦାବନ । ସୂଚନା ଅନୁସାରେ ଏବେ ବାପା, ମା’ ଓ ଭାଇ ଭଉଣୀଙ୍କ ସହ କିଛି ଯୋଗଯୋଗ ନାହିଁ । ଏବେ କୃଷ୍ଣ ହିଁ ତାଙ୍କର ଏକମାତ୍ର ପରିବାର । ଏବେ ସେ ହିଁ ସବୁକିଛି ..

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.