ହଠାତ୍‌ ମାଡ଼ି ଆସିଥିଲା ବନ୍ୟାଜଳ: ବ୍ରାହ୍ମଣୀ ନଦୀରୁ ଉଦ୍ଧାର ହେଲେ ଫସି ରହିଥିବା ୨ ଯୁବକ

ବ୍ରାହ୍ମଣୀ ନଦୀରୁ ଉଦ୍ଧାର ହେଲେ ଦୁଇ ସିକ୍ୟୁରିଟି ଗାର୍ଡ । ଉଭୟ ଯୁବକ ନଦୀରେ ଏକ ମେଗା ପ୍ରୋଜେକ୍ଟର ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ । ହେଲେ ହଠାତ୍‌ ବନ୍ୟା ଜଳ ମାଡ଼ି ଆସିବାରୁ ନଦୀ ଭିତରେ ଯୁବକ ଦୁଇଜଣ ଫସି ଯାଇଥିଲେ।

ଢେଙ୍କାନାଳ (କେନ୍ୟୁଜ): ବ୍ରାହ୍ମଣୀ ନଦୀରୁ ଉଦ୍ଧାର ହେଲେ ଦୁଇ ସିକ୍ୟୁରିଟି ଗାର୍ଡ । ଢେଙ୍କାନାଳ ସଦର ବ୍ଲକ ନୂଆପଡା ଗାଁ ନିକଟ ବ୍ରାହ୍ମଣୀ ନଦୀରେ ୨ଜଣ ସିକ୍ୟୁରିଟି ଗାର୍ଡ ଫସି ରହିଥିଲେ । ଅଗ୍ନିଶମବାହିନୀ ପହଞ୍ଚି ଦୁଇଜଣଙ୍କୁ ଉଦ୍ଧାର କରିଛନ୍ତି ।

ରାଧାଦେଇପୁର ପଞ୍ଚାୟତ ନୂଆପଡ଼ା ଗାଁର ୨ଜଣ ଯୁବକ ଫସିରହିଥିବା ଜଣାପଡ଼ିଥିଲା । ଉଭୟ ଯୁବକ ନଦୀରେ ଏକ ମେଗା ପ୍ରୋଜେକ୍ଟର ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ । ହେଲେ ହଠାତ୍‌ ବନ୍ୟା ଜଳ ମାଡ଼ି ଆସିବାରୁ ନଦୀ ଭିତରେ ଯୁବକ ଦୁଇଜଣ ଫସି ଯାଇଥିଲେ। ଦୁଇ ଜଣ ଯୁବକଙ୍କୁ ଉଦ୍ଧାର କରିବାକୁ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରଛି ।

ଅନ୍ୟପଟେ ବ୍ରାହ୍ମଣୀ ନଦୀରେ ଜଳସ୍ତର ବୃଦ୍ଧି ଯୋଗୁ କରମୋଳ ଗାଁରେ ଥିବା ଦଉଡ଼େଶ୍ୱର ମହାଦେବ ମନ୍ଦିର ପାଣି ଘେରରେ ରହିଛି। ଫଳରେ ଆଜି ସକାଳୁ ସମସ୍ତ ପୂଜାର୍ଚ୍ଚନା ଓ ନୀତିକାନ୍ତି ବନ୍ଦ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.