ଏକ ଏମିତି ଶିବଲିଙ୍ଗ ଯାହା କ୍ଷଣି କ୍ଷଣି ବଦଳୁଛି ନିଜର ସ୍ବରୂପ , ଜାଣନ୍ତୁ କେଉଁଠି ରହିଛି ଭୋଳାନାଥଙ୍କ ଏହି ଚମତ୍କାରୀ ମନ୍ଦିର

ଆଜି ପର୍ଯ୍ଯନ୍ତ ଆପଣ ଅନେକ ମନ୍ଦିର ବିଷୟରେ ଶୁଣିଥିବେ ଏବଂ ଦେଖିଥିବେ। ଯେଉଁଠି ବହୁତ ପ୍ରକାର ଚମତ୍କାର ହେଉଥିବାର ଦେଖାଯାଇଥାଏ। ଯାହା ବିଷୟରେ ଆଜି ପର୍ଯ୍ଯନ୍ତ ଜାଣିପାରି ନାହାନ୍ତି। ଆଜି ଆମେ ଆପଣଙ୍କୁ ଏକ ଏମିତି ମନ୍ଦିର ବିଷୟରେ ଜଣାଇବାକୁ ଯାଉଛୁ। ଆମେ ଏମିତି ଶିବଲିଙ୍ଗ ବିଷୟରେ ଜଣାଇବୁ ଯାହାଙ୍କ ମହିମାକୁ ଦେଖି ଆସ୍ଥାରେ ନତମସ୍ତକ ହୋଇଯାଇଥାଏ। ଆମେ ଆପଣଙ୍କୁ ସୀତାପୁରର ନୈମିଷାରଣ ଭୁତ୍ତେଶ୍ବର ନାଥ ମନ୍ଦିର ବିଷୟରେ ଜଣାଇବୁ ଯେଉଁଠି ପ୍ରତି ବର୍ଷ ଲୋକଙ୍କର ମେଳା ଲାଗି ରହିଥାଏ।

shivକୁହାଯାଏଯେ ଏହି ମନ୍ଦିରର ସ୍ଥାପନା ସ୍ବୟଂ ବ୍ରହ୍ମାଦେବ କରିଥିଲେ। ଏହି ମନ୍ଦିରର ଶିବଲିଙ୍ଗର ସ୍ବତନ୍ତ୍ର କଥା ଏହା ହେଉଛି ଯେ ଏହା ତିନି ଥର ଆପେ ଆପେ ରଙ୍ଗ ବଦଳାଇଥାଏ। ଏହି ମନ୍ଦିରକୁ ନୈମିଷାରଣ୍ୟର ସୁରକ୍ଷା କର୍ମୀ ବୋଲି ମଧ୍ୟ କୁହାଯାଏ। କୁହାଯାଇଥାଏଯେ ନିମିଷାରଣ୍ୟରେ ୮୮ ହଜାର ଋଷିମାନେ ତପସ୍ୟା କରିଥିଲେ।

ଏହା ସହ ପଢ଼ନ୍ତୁ : ବିବ୍ଲେଶ୍ବରନାଥ ଶିବ ମନ୍ଦିର, ଯେଉଁଠି ହୋଇଥିଲା ରାବଣ ଏବଂ ମନ୍ଦୋଦରୀଙ୍କ ପ୍ରଥମ ଦେଖା

lord-shiva-sitapur2ଏହା ପରେ ନିଜେ ବ୍ରହ୍ମାଦେବ ଆସି ଋଷି ମାନଙ୍କୁ ଦୁଷ୍ଟ ମାନଙ୍କ ଠାରୁ ରକ୍ଷା କରିବା ପାଇଁ ଏହି ମନ୍ଦିର ତିଆରି କରିଥିଲେ କୁହାଯାଇଥାଏଯେ ଏହି ଶିବଲିଙ୍ଗ ଦିନରେ ଆପେ ଆପେ ହିଁ ରଙ୍ଗ ବଦଳାଇଥାଏ। ଏଠାକାର ମନ୍ଦିରର ପୂଜାରୀଙ୍କର କହିବାନୁଯାୟୀ ସବୁ ଶିବଲିଙ୍ଗଙ୍କର ନିରୂପାକାର ଦର୍ଶନ ହୋଇଥାଏ କିନ୍ତୁ ଏଠାରେ ଭଗବାନ ଶିବଙ୍କର ସ୍ବରୂପାକାର ଦର୍ଶନ ହୋଇଥାଏ। କୁହାଯାଏଯେ ଏଠାକାର ସକାଳ ସମୟ ବାଲ୍ୟକାଳ ହୋଇଥାଏ।

shiv3ଦ୍ବିପ୍ରହର ୧୨ଟା ସମୟରେ ଶିବଙ୍କର ପ୍ରତିମାର ରୂପ ରୂଦ୍ରରୂପ ହୋଇଯାଏ ଏବଂ ସନ୍ଧ୍ୟା ସମୟରେ ଦୟାଳୁ ରୂପରେ ପରିବର୍ତ୍ତନ ହୋଇଯାଏ। କୁହାଯାଏଯେ ଯେଉଁ ଲୋକ ଭଗବାନଙ୍କର ତିନୋଟି ରୂପର ଦଶର୍ନ କରିଥାଏ ସେ ସମସ୍ତ ପାପରୁ ମୁକ୍ତି ପାଇଥାଏ। ଯେଉଁ କାରଣରୁ ପ୍ରତି ବର୍ଷ ଶ୍ରଦ୍ଧାଳୁଙ୍କର ଭିଡ ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.