Below header

ଉଇ ହୁଙ୍କା ଉପରେ ମୁନିଙ୍କର ପୂଜାର୍ଚ୍ଚନା, ମାନସିକ ପୂରଣ ହେବା ପରେ ଏଠାରେ ୫୦ଫୁଟ ଉଚ୍ଚରେ ଥିବା ଉଇ ହୁଙ୍କା ଉପରେ ମାଟି ରଖିଥାନ୍ତି ଭକ୍ତ

ଉଇ ହୁଙ୍କାରୁ ବାହାରି ଥିଲେ ମହର୍ଷି ବାଲ୍ମୀକି ମୁନୀ । ସମାୟାନୁକ୍ରମେ ଗ୍ରାମବାସୀ ମାନେ ବାଳଙ୍ଗ ମୁନୀ ନାମରେ ନାମ କରଣ କରି ପ୍ରତ୍ୟେକ ମକର ସଂକ୍ରାନ୍ତିରେ ବାଳଙ୍ଗ ମୁନିଙ୍କୁ ପୂଜାର୍ଚ୍ଚନା କରିଆସୁଛନ୍ତି। ବାଲେଶ୍ୱର ଜିଲ୍ଲା ସୋର ବ୍ଳକ ବାଳଙ୍ଗ ଠାରେ ପ୍ରତିବର୍ଷ ଏଠାରେ ପୁରାଣ ପ୍ରସିଦ୍ଧ ମେଳା ଆରମ୍ଭ ହୋଇଥାଏ ।

ସୋର(କେନ୍ୟୁଜ): ଉଇ ହୁଙ୍କାରୁ ବାହାରି ଥିଲେ ମହର୍ଷି ବାଲ୍ମୀକି ମୁନୀ । ସମାୟାନୁକ୍ରମେ ଗ୍ରାମବାସୀ ମାନେ ବାଳଙ୍ଗ ମୁନୀ ନାମରେ ନାମ କରଣ କରି ପ୍ରତ୍ୟେକ ମକର ସଂକ୍ରାନ୍ତିରେ ବାଳଙ୍ଗ ମୁନିଙ୍କୁ ପୂଜାର୍ଚ୍ଚନା କରିଆସୁଛନ୍ତି। ବାଲେଶ୍ୱର ଜିଲ୍ଲା ସୋର ବ୍ଳକ ବାଳଙ୍ଗ ଠାରେ ପ୍ରତିବର୍ଷ ଏଠାରେ ପୁରାଣ ପ୍ରସିଦ୍ଧ ମେଳା ଆରମ୍ଭ ହୋଇଥାଏ । ଏଠାରେ ମାନସିକ ଧାରିମାନେ ଵିଭିନ୍ନ ମାନସିକ ରଖିଲେ ମନସ୍କାମନା ପୂରଣ ହେବା ପରେ ମାଟି ନେଇ ୫୦ଫୁଟ ଉଚ୍ଚରେ ଥିବା ଉଇ ହୁଙ୍କା ଉପରେ ରଖିଥାନ୍ତି।

ଉଇ ହୁଙ୍କା ଉପରେ ମୁନିଙ୍କର ପୂଜାର୍ଚ୍ଚନା । ଲମ୍ବା ଧାଡ଼ିରେ ଭକ୍ତ ମାନେ ଯାଇ ୫୦ଫୁଟ ଉଚ୍ଚତାରେ ଥିବା ବାଳଙ୍ଗ ମୁନୀଙ୍କୁ ପୂଜାର୍ଚ୍ଚନା ସହିତ ଭୋଗରାଗ କରିଥାନ୍ତି। ଭକ୍ତ ମାନେ ଯାହା ମାନସିକ ରଖନ୍ତି ବାଳଙ୍ଗ ମୁନୀ ପୂରଣ କରନ୍ତି ବୋଲି କଥିତ ଅଛି। ସେଥିପାଇଁ ବାଲେଶ୍ବର, ଭଦ୍ରକ, ଭୁବନେଶ୍ୱର କଟକ, ସହିତ ବିଭିନ୍ନ ସ୍ଥାନରୁ ମଧ୍ୟ ଭକ୍ତମାନେ ଆସି ନିଜକୁ ଧନ୍ୟମନେ କରିଥାନ୍ତି ।

ବାଲେଶ୍ୱର ଜିଲ୍ଲା ସୋର ବ୍ଳକ ବାଳଙ୍ଗ ଠାରେ ପ୍ରତିବର୍ଷ ପୁରାଣ ପ୍ରସିଦ୍ଧ ମେଳା ଆରମ୍ଭ ହୋଇଥାଏ । ଏଠାରେ ମାନସିକ ଧାରିମାନେ ଵିଭିନ୍ନ ମାନସିକ ରଖିଲେ ମନଷ୍କାମନା ପୂରଣ ହେବା ପରେ ମାଟି ନେଇ ୫୦ଫୁଟ ଉଚ୍ଚରେ ଥିବା ଉଇ ହୁଙ୍କା ଉପରେ ରଖିଥାନ୍ତି। ବିରାଟ ଜଙ୍ଗଲ ଘେରା ମଧ୍ୟରେ ଥିବା ଉଇ ହୁଙ୍କା ବେଶ ମନୋରମ ସହିତ ପୁରାତନ କଥା ବେଶ ହୃଦୟ ଛୁଆଁ।

ପୁରାଣ କଥା ଅନୁସାରେ ଜଙ୍ଗଲ ଭିତରେ ମହର୍ଷି ବାଲ୍ମୀକି ଏଠାରେ ଉଈ ଉଙ୍କାରୁ ବାହାରି ଥିବା ବେଳେ ଧଳାବାଘ ବାହାରି ଖେଳନ୍ତି। ସେବେଠାରୁ ଗ୍ରାମବାସୀ ମାନେ ବାଳଙ୍ଗ ମୁନୀଙ୍କୁ ପୂଜାର୍ଚ୍ଚନା କରିଆସୁଛନ୍ତି। ସେହିପରି ଏହି ବାଳଙ୍ଗ ମୁନି ନିକଟରେ ଗଡ଼ି ଉଠିଛି ଅନ୍ୟ ଏକ ଆଧ୍ୟାତ୍ମିକ ସ୍ଥଳ । ମୁଗୁନି ପଥରରେ ୫୭ଫୁଟ ଲମ୍ବରେ ହନୁମାନ ଙ୍କ ମୂର୍ତ୍ତି ପାଇଁ ମୟୂରଭଞ୍ଜ ଜିଲ୍ଲା ଖିଚିଂରୁ ଆସିଥିଲା ମୁଗୁନିପଥର । ନୀଳଗିରି ବ୍ଳକ ବଉଳଗଡିଆରୁ ୩ ଖଣ୍ଡ ର ତିଆରି ହୋଇ ଟ୍ରଲର ରେ ଲଦା ହୋଇ ଆସିଥିଲା ।

hanuman

ବର୍ତ୍ତମାନ ତାହାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନଥିଲାବେଳେ ଏହି ମୁଗୁନି ପଥରରେ ତିଆରି ମୂର୍ତ୍ତି ବିଶ୍ୱରେ କେଉଁଠାରେ ନଥିବାର ଅମୁଲ୍ୟ କୁମାର ଵେହେରାଙ୍କ ବଡ଼ଭାଇ ନିର୍ମଳ କୁମାର ବେହେରା ପ୍ରକାଶ କରିଛନ୍ତି । ଆହୁରି ମଧ୍ୟ ହନୁମାନ ମୂର୍ତ୍ତି ସହିତ ରାମ,ଲକ୍ଷମଣ ସୀତା,ଲକ୍ଷ୍ମୀନାରାୟଣ ଙ୍କ ଅନନ୍ତ ଶୟନ ମୂର୍ତ୍ତି କାମ ଚାଲୁଥିବା ର ସୂଚନା ଦେଇଛନ୍ତି । ଏହା ଏକ ଦେଵ ସ୍ଥାନ ହେଵବୋଲି ମଧ୍ୟ ଅଞ୍ଚଳଵାସୀ ପ୍ରକାଶ କରିଛନ୍ତି । ସତରେ ଏହି ସ୍ଥାନ ର ମାହାତ୍ମ୍ୟ ଦିନକୁ ଦିନ ଵୃଦ୍ଧି ପାଉଛି । ଏପଟେ ଦସ୍ୟୁ ରନ୍ତାକର ମରା ମରା ଜପି ରାମ ଜପିବା ପରେ ଉଈ ହୁଙ୍କାରୁ ଏଠାରେ ଵାଲ୍ମିକ ଋଷି ହେଵା ଘଟଣା କୁ ଏଡ଼ାଇ ଦିଆଯାଇନପାରେ । ପୌରାଣିକ କିମ୍ବଦନ୍ତୀ ଵହନ କରୁଥିବା ବାଳଙ୍ଗ ମୁନି କ୍ଷେତ୍ର ଦିନେତୀର୍ଥ କ୍ଷେତ୍ର ପାଲଟିବାକୁ ଯାଉଛି । ସରକାରଙ୍କ ପ୍ରତ୍ନତାତ୍ତ୍ୱିକ ସର୍ଵେକ୍ଷଣ ସଂସ୍ଥା ଅନୁସନ୍ଧାନ କରି ପଦକ୍ଷେପ ନେବାକୁ ଦାବି ହେଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.