ଗଣତନ୍ତ୍ର ଦିବସରେ ଦୁନିଆ ଦେଖିବ ଭାରତର ମହିଳା ଶକ୍ତି, ଭିନ୍ନ ଉପାୟକୁ ଆପଣାଇଛନ୍ତି ଅନେକ ରାଜ୍ୟ

ଏଥର ଗଣତନ୍ତ୍ର ଦିବସ ପରେଡ ସୋ’ରେ ଶକ୍ତି ଏବଂ ସାହସର ଏକ ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିବ, ଯେଉଁଥିରେ ମହିଳା ଶକ୍ତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ପରେଡର ରିହର୍ସଲରେ ଏହାର ଝଲକ ଦେଖିବାକୁ ମିଳିଥିଲା । ତେବେ ଆସନ୍ତା କାଲି ଅର୍ଥାତ ଜାନୁଆରୀ ୨୬ରେ ଏହି ପ୍ରଦର୍ଶନ ଦେଖିବାକୁ ମିଳିବ ।

ଆସନ୍ତା କାଲି ଗଣତନ୍ତ୍ର ଦିବସ । ଏନେଇ ସମଗ୍ର ଭାରତ ବର୍ଷରେ ପ୍ରସ୍ତୁତି ଚାଲିଛି । ତେବେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କର୍ତ୍ତବ୍ୟ ପଥରେ ଭାରତର ଶକ୍ତିକୁ ସାରା ଦୁନିଆ ଦେଖିବ । କିନ୍ତୁ ଚଳିତ ବର୍ଷ କିଛି ଭିନ୍ନ ଉପାୟକୁ ଆପଣାଇଛନ୍ତି ଅନେକ ରାଜ୍ୟ । ଏବଂ ଭାରତର ମହିଳା ଶକ୍ତିକୁ ସମଗ୍ର ଦୁନିଆ ସାମ୍ନାକୁ ଅଣାଯିବା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି ।

ଏଥର ଗଣତନ୍ତ୍ର ଦିବସ ପରେଡ ସୋ’ରେ ଶକ୍ତି ଏବଂ ସାହସର ଏକ ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିବ, ଯେଉଁଥିରେ ମହିଳା ଶକ୍ତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ପରେଡର ରିହର୍ସଲରେ ଏହାର ଝଲକ ଦେଖିବାକୁ ମିଳିଥିଲା । ତେବେ ଆସନ୍ତା କାଲି ଅର୍ଥାତ ଜାନୁଆରୀ ୨୬ରେ ଏହି ପ୍ରଦର୍ଶନ ଦେଖିବାକୁ ମିଳିବ ।

ଏହି ରିହର୍ସଲରେ ପ୍ରଥମେ ହରିୟାଣାର ମହିଳା ଶକ୍ତି ଦେଖିବାକୁ ମିଳିଥିଲା, ଯେଉଁଥିରେ ଟେବୁଲରେ ଏକ ଝିଅର ଷ୍ଟେଚ୍ୟୁ ବସିଥିଲା, ଯେଉଁ ଷ୍ଟେଚ୍ୟୁକୁ ଦେଖିଲେ ଶିକ୍ଷାର ମହତ୍ତ୍ୱ ବୁଝା ପଡ଼ୁଥିଲା । ସ୍କୁଲ ପୋଷାକରେ ଥିବା ଝିଅଟି ଏକ କଲମ ଧରିଥିବା ଦେଖିବାକୁ ମିଳିଛି ।

ଏଥର ଗଣତନ୍ତ୍ର ଦିବସରେ ମଣିପୁରର ନାରୀ ଶକ୍ତି ମଧ୍ୟ ଦେଖିବାକୁ ପାଇବେ । ରିହର୍ସଲ ସମୟରେ ମଣିପୁର ତରଫରୁ ହୋଇଥିବା ପରେଡ ସୋ’ରେ ଏକ ଟେବୁଲରେ ପାରମ୍ପରିକ ମଣିପୁରୀ ପୋଷାକ ପିନ୍ଧିଥିବା ଜଣେ ମହିଳା ଷ୍ଟେଚ୍ୟୁ କ୍ଷେତରେ କାମ କରୁଥିବା ଦେଖାଯାଇଛି ।

ଗଣତନ୍ତ୍ର ଦିବସ ପରେଡ ୨୦୨୪ ପାଇଁ ମଙ୍ଗଳବାର ଦିନ କରାଯାଇଥିବା ଫୁଲ୍‌ ଡ୍ରେସ ରିହର୍ସଲରେ ମଧ୍ୟପ୍ରଦେଶ ସାମିଲ ହୋଇଥିଲା । ଏଥିରେ ଭାରତର ପ୍ରଥମ ମହିଳା ଫାଇଟର ପାଇଲଟ୍ ଅବନୀ ଚତୁର୍ବେଦୀଙ୍କ ସଫଳତା ପ୍ରଦର୍ଶନ କରାଯାଇଥିଲା ।

ସେହିରପି ଆନ୍ଧ୍ରପ୍ରଦେଶ ତରଫରୁ ହୋଇଥିବା ରିହର୍ସଲରେ ଏକ ଟେବୁଲରେ ପାରମ୍ପରିକ ଗୁରୁକୁଳ ଦେଖାଯାଇଛି, ଯେଉଁଥିରେ କିଛି ଛାତ୍ରଛାତ୍ରୀ ଗୁରୁଙ୍କ ଠାରୁ ଶିକ୍ଷା ଗ୍ରହଣ କରୁଛନ୍ତି । । ଏହା ସହିତ ଝିଅମାନେ ପୁଅମାନଙ୍କ ଭଳି ଭବିଷ୍ୟତରେ ଆଗକୁ ବଢ଼ନ୍ତୁ ତାକୁ ନେଇ ଏକ ବାର୍ତ୍ତା ମଧ୍ୟ ଦିଆଯାଇଥିଲା ।

ମଙ୍ଗଳବାର ଦିନ ଦିଲ୍ଲୀର କର୍ତ୍ତବ୍ୟ ପଥରେ ଆୟୋଜିତ ଗଣତନ୍ତ୍ର ଦିବସ ପ୍ୟାରେଡ ୨୦୨୪ର ଫୁଲ୍‌ ଡ୍ରେସ ରିହର୍ସଲରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ଟେବୁଲ ମଧ୍ୟ ପ୍ରଦର୍ଶିତ ହୋଇଥିଲା । ଏହି ରିହର୍ସଲରେ ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା ମହିଳାମାନଙ୍କର କୃତିତ୍ୱ ପ୍ରଦର୍ଶନ କରାଯାଇଥିଲା ।

ମହାରାଷ୍ଟ୍ରର ଟେବୁଲରେ ଛତ୍ରପତି ଶିବାଜୀ ଏବଂ ମା’ ଜିଜାବାଇଙ୍କୁ ପ୍ରଦର୍ଶନ କରାଯାଇଥିଲା । ଟେବୁଲରେ ଦିଆଯାଇଥିବା ବାର୍ତ୍ତା ସୂଚାଇ ଥିଲା ଯେ ଯଦି ଶିବାଜୀ ହିନ୍ଦୁ ସ୍ୱରାଜର ଛତ୍ରପତି ହୋଇଥିଲେ, ତେବେ ଏଥିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ତାଙ୍କ ମା’ ଜିଜାବାଇଙ୍କର ଥିଲା। ତାଙ୍କ ମା’ଙ୍କ ବିନା ଏ ସଫଳତା ସମ୍ଭବ ନଥିଲା ।

ରାଜସ୍ଥାନର ଟେବୁଲରେ ଘାଗରା ପିନ୍ଧି ପାରମ୍ପରିକ ଘୁମର ନୃତ୍ୟ ପରିବେଷଣ କରୁଥିବା ଜଣେ ମହିଳାଙ୍କ ପ୍ରତିମୂର୍ତ୍ତି ପ୍ରଦର୍ଶିତ ହୋଇଥିଲା । ରାଜସ୍ଥାନର ରଙ୍ଗୀନ ସଂସ୍କୃତି ଓ ବୈଭବକୁ କର୍ତ୍ତବ୍ୟ ପଥରେ ପ୍ରଦର୍ଶିତ କରାଯାଇଥିଲା ।

ଏଥର CRPFର ମହିଳା ଡେୟର ଡେଭିଲ୍ସ ମଧ୍ୟ ସେମାନଙ୍କ ବୁଲେଟ୍ ଉପରେ ବସି କର୍ତ୍ତବ୍ୟ ପଥରେ ଯାଉଥିବା ଦେଖିବାକୁ ମିଳିବ । ଛତିଶଗଡର ପାରମ୍ପରିକ ଆଦିବାସୀ ସଂସ୍କୃତି କର୍ତ୍ତବ୍ୟ ପଥରେ ପ୍ରଦର୍ଶିତ ହୋଇଥିଲା ।

ଚଳିତ ବର୍ଷର ଗଣତନ୍ତ୍ର ଦିବସ ପରେଡରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ । ସେ ୨୫ ଜାନୁଆରୀ ଅର୍ଥାତ ଆଜି ଭାରତରେ ପହଞ୍ଚିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.