ଆଜି ଦିନରେ ହୋଇଥିଲା ଜାତିର ପିତାଙ୍କ ଦେହାନ୍ତ
ଆଜି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଶ୍ରାଦ୍ଧ ଦିବସ । ଏହି ଅବସରରେ ବିଭିନ୍ନ ସ୍ଥାନରେ ନାନା କାର୍ୟ୍ୟକ୍ରମର ଆୟୋଜନ କରାଯାଉଛି। ଗାନ୍ଧିଜୀଙ୍କ ସମାଧୀପୀଠ ରାଜଘାଟରେ ଶ୍ରଦ୍ଧାସୁମନ ଅର୍ପଣ କରିବେ ବିଭିନ୍ନ ଦଳର ନେତା ଓ ବହୁ ବିଶିଷ୍ଟ ବ୍ୟକ୍ତି । ୧୯୪୮ ମସିହା ଜାନୁଆରି ୩୦ ତାରିଖରେ ବିରଳା ଭବନଠାରେ ଆତତାୟୀ ନାଥୁରାମ ଗଡସେ ଗୁଳି କରି ଗାନ୍ଧିଜୀଙ୍କୁ ହତ୍ୟା କରିଥିଲା । ଆଜି ଗାନ୍ଧିଜୀଙ୍କ ଶ୍ରାଦ୍ଧ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟରେ ଦାଣ୍ଡିରେ ଥିବା ‘ଜାତୀୟ ସଲ୍ଟ ସତ୍ୟାଗ୍ରହ ମେମୋରିଆଲ’କୁ ଦେଶ ଉଦ୍ଦେଶ୍ୟରେ ସମର୍ପଣ କରିବେ ।
ଗାନ୍ଧୀଙ୍କ ବିଷୟରେ ଜଣାଅଜଣା କଥା
-ନୋବେଲ ଶାନ୍ତି ପୁରସ୍କାର ପାଇଁ ମହାତ୍ମା ଗାନ୍ଧୀଙ୍କୁ ପାଞ୍ଚ ଥର ଚୟନ କରାଯାଇଥିଲା ।
-ଚାରି ଦେଶ ଓ ୪ ମହାଦେଶରେ ନାଗରିକ ଅଧିକାର ପାଇଁ ସେ ଲଢ଼ିଥିଲେ ।
-ଗାନ୍ଧୀଙ୍କ ମରଶରୀରର ଶୋଭାଯାତ୍ରା ଦୀର୍ଘ ୮ କିଲୋମିଟର ପର୍ୟ୍ୟନ୍ତ ବ୍ୟାପିଥିଲା ।
-ସହିଦ ହେବାର ୨୧ ବର୍ଷ ପରେ ଗାନ୍ଧୀଙ୍କ ସମ୍ମାନାର୍ଥେ ଗ୍ରେଟ ବ୍ରିଟେନ ପକ୍ଷରୁ ଡାକ ଟିକେଟ ପ୍ରଚଳନ ଆରମ୍ଭ ହୋଇଥିଲା ।
-ଜୀବନକାଳରେ ଗାନ୍ଧୀଙ୍କ ହାରାହାରି ଦୈନିକ ପଦଯାତ୍ରା ଥିଲା ୧୮ କିଲୋମିଟର: ଦୁଇ ଥର ବିଶ୍ୱ ଭ୍ରମଣ ପାଇଁ ଏହା ଯଥେଷ୍ଟ ।
-ଗାନ୍ଧୀଙ୍କ ନାଁଆରେ ଭାରତରେ ୫୩ଟି ଏବଂ ବିଦେଶରେ ୪୮ଟି ମୂଖ୍ୟ ରାସ୍ତା ଲୋକାର୍ପିତ ।
-ଗାନ୍ଧୀଙ୍କ ଅସଂଖ୍ୟ ପତ୍ରବନ୍ଧୁଙ୍କ ମଧ୍ୟରେ ଥିଲେ ଟଲଷ୍ଟୟ, ଆଇନଷ୍ଟାଇନ !
-ଡର୍ବାନ, ପ୍ରିଟୋରିଆ ଓ ଜୋହାନ୍ସବର୍ଗରେ ତିନୋଟି ଫୁଟ୍ବଲ୍ କ୍ଲବ ଗଠନରେ ଗାନ୍ଧୀ ଥିଲେ ମୂଖ୍ୟ ପୁରୋଧା ।