Below header

ଦେଶରେ ବଜେଟ୍‌ ପ୍ରସ୍ତୁତ ପ୍ରକ୍ରିୟାରେ ଓଡ଼ିଶା ତୃତୀୟ ସର୍ବୋଶ୍ରେଷ୍ଠ, ସ୍ୱଛତା ଓ ପାରଦର୍ଶିତା ଆଦିକୁ ନେଇ ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲର ସର୍ଭେ

କେନ୍ୟୁଜ୍: ଦେଶରେ ବଜେଟ୍ ପ୍ରସ୍ତୁତ ପ୍ରକ୍ରିୟାରେ ଓଡ଼ିଶା ତୃତୀୟ ସର୍ବଶ୍ରେଷ୍ଠ । ସ୍ୱଚ୍ଛତା ଓ ପାରଦର୍ଶିତା ଆଦିକୁ ନେଇ କରାଯାଇଥିବା ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲର ସର୍ଭେରେ ଏହା କୁହାଯାଇଛି । ସବୁଠୁ ଆଗରେ ରହିଛି ଆସାମ । ଏହା ପଛକୁ ଆନ୍ଧ୍ର ପ୍ରଦେଶ ଏବଂ ଓଡ଼ିଶା ରହିଛନ୍ତି । ପ୍ରଥମ ୫ଟି ରାଜ୍ୟ ମଧ୍ୟରୁ ୭୦ ପଏଣ୍ଟ ସହ ଆସାମ ପ୍ରଥମରେ ଥିବାବେଳେ ଦ୍ୱିତୀୟରେ ଆନ୍ଧ୍ରପ୍ରଦେଶ, ଆନ୍ଧ୍ରପ୍ରଦେଶର ପଏଣ୍ଟ ୬୭ ଥିବା ବେଳେ ୬୬ ପଏଣ୍ଟ ସହ ତୃତୀୟରେ ଓଡ଼ିଶା, ଚତୁର୍ଥରେ ଝାଡଖଣ୍ଡ ଓ ପଞ୍ଚମରେ ରହିଛି ବିହାର । ଏଥିରେ ଗୋଆ, ମହାରାଷ୍ଟ୍ର ଓ ପଞ୍ଜାବର ର‍୍ୟାଙ୍କିଂ କମ୍ ରହିଛି । ଗୋଆ ୪୫, ମହାରାଷ୍ଟ୍ର ୩୮ ଓ ପଞ୍ଜାବର ୩୦ ପଏଣ୍ଟ ରହିଛି ।

budget ସର୍ବସାଧାରଣ ଯେପରି ଅବଗତ ହୋଇପାରିବେ, ବଜେଟ୍ ପ୍ରକ୍ରିୟା, ବଜେଟ୍‌କୁ ଅଧିକ ପାରଦର୍ଶିତା କରିବା ଓ ଲୋକଙ୍କୁ ସୁହାଇଲା ଭଳି କରାଯାଇଥିବା ପ୍ରୟାସକୁ ନେଇ ଏହି ସର୍ଭେ କରାଯାଇଥିଲା । ଦେଶରେ କେନ୍ଦ୍ରୀୟ ବଜେଟ୍‌କୁ ଯେପରି ଗୁରୁତ୍ୱ ଦିଆଯାଏ, ସେହିପରି ରାଜ୍ୟ ବଜେଟ୍‌କୁ ଦିଆଯାଏ ନାହିଁ ବୋଲି ରିପୋର୍ଟରେ କୁହାଯାଇଛି । ଏହା ଦେଶ ପାଇଁ ଠିକ୍ ନୁହଁ ଓ ସେହି ରାଜ୍ୟ ପାଇଁ ମଧ୍ୟ ଭଲ ନୁହେଁ ବୋଲି ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲ ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.