Below header

ଶ୍ମଶାନ ଘାଟରୁ ଚୋରି ହୋଇଗଲା ଅସ୍ଥି, ପଦାକୁ ଆସିଲା ଏମିତି କଥା

ମଧ୍ୟପ୍ରଦେଶ: ରତଲାମରୁ ଏକ ଏମିତି ଚୋରି ଘଟଣା ସାମ୍ନାକୁ ଆସିଛି ଯାହାକୁ ଜାଣିବା ପରେ ଆପଣ ବି ମୁଣ୍ଡରେ ହାତ ଦେବାଟା ସ୍ବଭାବିକ । କୌଣସି ମୂଲ୍ୟବାନ ଜିନିଷ ନୁହେଁ ବରଂ ଅସ୍ଥି ଚୋରି ହୋଇଛି । ଯେତେବେଳେ ଅସ୍ଥି ନେବାକୁ ପରିବାର ଲୋକେ ଶ୍ମଶାନ ଘାଟରେ ପହଁଚିଲେ ସେତେବେଳେ ସେଠାରେ ଖାଲି ପାଉଁଶ ହିଁ ଥିଲା କୌଣସି ଅସ୍ଥି ନଥିଲା । ଯାହାପରେ ପରିବାର ଲୋକେ ପୋଲିସକୁ ଏନେଇ ଜଣାଇଥିଲେ।

ସୂଚନା ଅନୁଯାୟୀ, ଜିଲ୍ଲାର ଜାବରା ଅଞ୍ଚଳରେ ଗେହଲୋତ ପରିବାରର ଜଣେ ବୟଷ୍କା ମହିଳାଙ୍କ ଦେହାନ୍ତ ହୋଇଥିଲା । ଏହାପରେ ପରିବାରଲୋକେ ତାଙ୍କର ଅନ୍ତିମ ସସ୍କାର କରିଥିଲେ । ଏହାପରେ ଯେତେବେଳେ ସେମାନେ କିଛି ସମୟ ଛାଡି ଅସ୍ଥି ଆଣିବାକୁ ସେଠାରେ ପହଁଚିଥିଲେ ସେତେବେଳକୁ ସେଠାରେ ଅସ୍ଥି ନଥିଲା । ତେବେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା । ଅନ୍ୟପଟେ ଏହି ପରିବାର ଭିତରେ ପୂର୍ବରୁ ବିବାଦ ରହିଥିଲା ।

deadଯାହାଫଳରେ ଏହା ପାରିବାରିକ କହଳର ପରିଣାମ ବୋଲି କିଛି ଲୋକେ କହିଥିଲେ । କାରଣ ପରିବାରର କିଛି ଲୋକେ ଶ୍ମଶାନରେ ଅନ୍ତିମ ସଂସ୍କାର କରୁଥିବା ବେଳେ ଆଉ କିଛି ସଦସ୍ୟଙ୍କୁ ଶ୍ମଶାନ ଭିତରକୁ ଛଡାଯାଇନଥିଲା । ଯାହାଫଳରେ ଛଡାଯାଇନଥିବା ସଦସ୍ୟ ଏପରି ଅସ୍ଥିକୁ ଚୋରି କରିଥାଇପାରନ୍ତି ବୋଲି କୁହାଯାଉଛି । ଏନେଇ ପୋଲିସ୍ ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.