Below header

ଦେବଦୂତ ସାଜି ଆସିଲା ମହିନ୍ଦ୍ରା ବୋଲେରୋ ଆଉ ବଞ୍ଚାଇଲା ବ୍ୟକ୍ତିଙ୍କ ଜୀବନ, ଦେଖନ୍ତୁ ଭାଇରଲ ଭିଡିଓ

କଥାରେ ଅଛି ରଖେ ହରି ତ ମାରେ କିଏ ଅର୍ଥାତ ଭଗବାନ ଯାହାକୁ ରକ୍ଷା କରିବାକୁ ଚାହିଁବେ ତାକୁ ସାରା ଦୁନିଆର ଶକ୍ତି ଏକଜୁଟ ହେଲେ ବି ମାରି ପାରିବେନି । ଏହାର ଏକ ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି କେରଳ ରାଜରାସ୍ତାରେ । ଥରେ ଭଲକରି ଦେଖନ୍ତୁ ଏଇ ଦୃଶ୍ୟକୁ । ହଠାତ ଏଭଳି ଭୟଙ୍କର ଦୃଶ୍ୟ ଦେଖି ଆପଣ ଚମକି ପଡ଼ିଥିବେ ନିଶ୍ଚୟ । କଣ ହେଉଛି କିଛି ବୁଝିବା ପୂର୍ବରୁ ମୃତ୍ୟୁ ସତେ ଯେପରି ଉକ୍ତ ବ୍ୟକ୍ତି ଜଣଙ୍କୁ ହାତଠାରି ଡାକିଲା ଭଳି ଲାଗୁଛି । ଏହି ଭିଡିଓ ଦେଖି ଜଣେ ଲୋକ ହଠାତ ଭାବି ପାରିବ ନାହିଁ ଯେ ପର ମୁହୂର୍ତ୍ତରେ କଣ ଘଟିବ । କାରଣ ଏଠି କିଛି ବି ଘଟିଯାଇପାରେ ।


ଆପଣ ଦେଖୁଥିବା ଏହି ଭିଡିଓରେ ଜଣେ ବ୍ୟକ୍ତି ବାଇକ ଉପରେ ବସିଛନ୍ତି ଆଉ ପଛପଟୁ ଏକ ଜେସିବି ଅତ୍ୟନ୍ତ ଦ୍ରୁତ ଗତିରେ ତାଙ୍କ ଆଡକୁ ମାଡି ଆସିଛି । ଦୃଶ୍ୟ ଦେଖି ଲାଗୁଛି ମାତ୍ର ଗୋଟିଏ ମୁହୂର୍ତ୍ତରେ ହିଁ ଏହି ଜେସିବି ଧକ୍କାରେ ବ୍ୟକ୍ତିଙ୍କ ଜୀବନ ଚାଲିଯାଇପାରେ । ଏହିଭଳି ସମୟରେ କେବଳ ଭଗବାନ ହିଁ ଭରଷା କିନ୍ତୁ ହଠାତ ସେହି ସମୟରେ ପଛଆଡ଼ୁ ଏକ ମହିନ୍ଦ୍ରା ବୋଲେରୋ ଦେବଦୂତ ପାଲଟି ଯାଇଛି ଉକ୍ତ ବ୍ୟକ୍ତିଙ୍କ ପାଇଁ । ଏହା ଏକ କୋ-ଇନସିଡେଣ୍ଟ କିମ୍ବା ଡ୍ରାଇଭର ଜାଣିଶୁଣି ଏପରି କରିଛନ୍ତି ତାହା ଯଦିଓ ଜଣାପଡ଼ୁନାହିଁ କିନ୍ତୁ ସବୁଠାରୁ ବଡ଼ କଥା ହେଲା ବୋଲେରୋ ଜେସିବିକୁ ଧକ୍କା ଦେବାପରେ ଉକ୍ତ ବ୍ୟକ୍ତିଙ୍କ ଜୀବନଟି ବଂଚି ଯାଇଛି । କାରଣ ବୋଲେରୋଟି ଜେସିବିକୁ ଧକ୍କା ଦେବା ଫଳରେ ତାର ଦିଗ ପରିବର୍ତ୍ତନ ହୋଇଯାଇଥିଲା ଆଉ ବ୍ୟକ୍ତି ଜଣକ ମୃତ୍ୟୁମୁଖରୁ ବଂଚି ଯାଇଥିଲେ । ଶନିବାର ଦିନ ଘଟିଥିବା ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଆଉ ଏହି ଭିଡିଓ ଦେଖି ଲୋକେ କହୁଛନ୍ତି ଭଗବାନ ଯଦି କାହାକୁ ବଞ୍ଚାଇବାକୁ ଚାଁହାନ୍ତି ତାହେଲେ ମହିନ୍ଦ୍ରା ବୋଲେରୋକୁ ବି ପଠାଇ ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.