Below header

ଦୀର୍ଘ ୧୯ ବର୍ଷ ପରେ ମଳମାସ ଅମାବାସ୍ୟାରେ ହେଉଛି ଶୁଭ ସଂଯୋଗ, ଏହି ୪ଟି ରାଶିକୁ ମିଳିବ ଫାଇଦା

ଅଧିକ ମାସ ଅମାବାସ୍ୟା ବା ମଳମାସ ଅମାବାସ୍ୟା ଏହିସବୁ ରାଶିରେ ଆଣିବ ଶୁଭ ସଂଯୋଗ । ଗ୍ରହ ନକ୍ଷତ୍ର ଚଳନ ଚାକିରି, ବେପାର ଏବଂ ଧନ ଲାଭର ଯୋଗ ରହିବ । ଅମାବାସ୍ୟା ଦିନ ସ୍ନାନ, ଦାନ ଏବଂ ପିତୃପୁରୁଷକୁ ଶ୍ରାଦ୍ଧ ଦେବା ଦ୍ୱାରା ପିତୃଦୋଷ, କାଳସର୍ପ ଦୋଷ ଏବଂ ଶନିଦୋଷରୁ ମୁକ୍ତି ମିଳିବ ।

ମଳମାସ ଅମାବାସ୍ୟା ଆସନ୍ତାକାଲି ୧୬ ଅଗଷ୍ଟ ୨୦୨୩ରେ ପଡୁଛି । ଅମାବାସ୍ୟା ଦିନ ସ୍ନାନ, ଦାନ ଏବଂ ପିତୃପୁରୁଷକୁ ଶ୍ରାଦ୍ଧ ଦେବା ଦ୍ୱାରା ପିତୃଦୋଷ, କାଳସର୍ପ ଦୋଷ ଏବଂ ଶନିଦୋଷରୁ ମୁକ୍ତି ମିଳେ । ବ୍ୟକ୍ତିଙ୍କୁ ଜନ୍ମ ଜନ୍ମାନ୍ତର ପାପ ନଷ୍ଟ ହୋଇଯିବ । ପରିବାରରେ ଖୁସି ଆସିବ ।

୧୯ ବର୍ଷ ପରେ ଅଧିକମାସ ଅମାବାସ୍ୟା ଶ୍ରାବଣ ମାସରେ ପଡୁଛି । କିଛି ରାଶିରେ ଏହି ଅମାବାସ୍ୟା ଲାଭଦାୟକ ହୋଇଥାଏ । ଗ୍ରହ ନକ୍ଷତ୍ର ଚଳନ ଏହି ରାଶିରେ ଚାକିରି, ବେପାର ଏବଂ ଧନ ଲାଭ ଯୋଗ କରିଥାଏ । ତେବେ ଜାଣନ୍ତୁ କେଉଁ ରାଶି ପାଇଁ ମଳମାସ ଅମାବାସ୍ୟା ଲାଭଦାୟକ…

କନ୍ୟା ରାଶି : ଚଳିତବର୍ଷ ମଳମାସ ଅମାବାସ୍ୟା ବେପାର କରୁଥିବା ବ୍ୟକ୍ତିଙ୍କ ପାଇଁ ବହୁତ ଖାସ୍‌ ହୋଇଥାଏ । ବ୍ୟବସାୟରେ ଲାଭ ଉଠାଇବେ । ଧନ ବୃଦ୍ଧି, ଆର୍ଥିକ ସ୍ଥିତି ସୁଧୁରିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବାକି ପଡିଥିବା ଧନ ମିଳିବାର ଯୋଗ ରହିଛି ।

ବୃଷ ରାଶି : ଏହି ରାଶିର ବ୍ୟକ୍ତିଙ୍କ ପାଇଁ କ୍ୟାରିଅରରେ ସମସ୍ୟା ଶେଷ ହେବ । ଭଲ ଚାକିରି ମିଳିବ । ବେପାରରେ ନୂଆ ଡିଲ୍‌ରୁ ଫାଇଦା ମିଳିବ । ମାର୍କେଟରେ ପ୍ରତିଷ୍ଠା ବଢିବ । ନୂଆ ଦାୟିତ୍ୱ ମିଳିବାରେ ସଫଳ ରହିବେ । ସ୍ୱାସ୍ଥ୍ୟ ଭଲ ରହିବ ।

କୁମ୍ଭ ରାଶି : କୁମ୍ଭ ରାଶିର ଲୋକଙ୍କ ପାଇଁ ବହୁତ ଶୁଭ ରହିବ । ଆତ୍ମବିଶ୍ୱାସ ବଡିବ । ଧର୍ମକର୍ମରେ ରୁଚି ବଢିବ । ଚାକିରି ଏବଂ ଧନ ପ୍ରାପ୍ତି ହେବ । ମାତା ପିତାଙ୍କ ସହଯୋଗ ମିଳିବ । ବେପାର ପାଇଁ ଭଲ ସମୟ ।

ତୁଳା ରାଶି : ଏହି ରାଶିର ଲୋକଙ୍କ ପାଇଁ ବେଶ ଲାଭକାରୀ ହେବ ମଳମାସ ଅମାବାସ୍ୟା । ସ୍ୱାସ୍ଥ୍ୟରେ ସୁଧାର ହେବ । ପୈତୃକ ସଂପତ୍ତିକୁ ନେଇ ଚାଲିଥିବା ସମସ୍ୟା ଦୂର ହେବ । ଚାକିରିରେ ପଦୋନ୍ନତି ମିଳିବ । ଉପରିସ୍ଥ ଅଧିକାରୀ କାମରେ ପ୍ରସନ୍ନ ହେବେ । ବିବାହ ଯୋଗ୍ୟ ପ୍ରାର୍ଥୀଙ୍କୁ ଜୀବନସାଥି ମିଳିବ । ଶୀଘ୍ର ବିବାହ ଯୋଗ ଖୋଲିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.