Below header

ଗାଡ଼ି ସହ ଟ୍ରାଫିକରେ ଫସିଲା ଟ୍ରେନ, ରେଳ ଫାଟକ ଉଠିବା ପରେ ବଢ଼ିଲା ଜାମ୍‌

ଏକ ଟ୍ରେନ୍ ଟ୍ରାଫିକ୍ ଜାମରେ ଅଟକି ରହିଥିବା ଦେଖାଯାଇଛି । ଲୋକୋ ପାଇଲଟ୍ ବାରମ୍ବାର ହର୍ଣ୍ଣ ମାରି ଲୋକଙ୍କୁ ହଟାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ଲୋକମାନେ ଟ୍ରେନକୁ ରାସ୍ତା ଦେଇନଥିବା ଦେଖାଯାଇଛି । ଟ୍ରାଫିକ ଜାମ୍‌ ଯୋଗୁଁ ଟ୍ରେନକୁ ଅଟକାଇବାକୁ ପଡ଼ିଥିଲା । ଟ୍ରାଫିକ ପୋଲିସର ସମସ୍ତ ଚେଷ୍ଟା ପରେ ମଧ୍ୟ ଟ୍ରାଫିକ ଜାମ୍‌ କ୍ଲିଅର ହୋଇପାରି ନଥିଲା ।

ରାସ୍ତାରେ ଅନେକ ଗାଡ଼ି ଟ୍ରାଫିକ ଜାମରେ ଫସିଥିବା ଆପଣମାନେ ନିଶ୍ଚୟ ଦେଖିଥିବେ । ପ୍ରତିଦିନ ଅଫିସ ଯିବା ସମୟରେ ଲୋକମାନେ ଟ୍ରାଫିକ ଜାମ୍‌ ସମସ୍ୟାର ସମୁଖୀନ ହୋଇଥାନ୍ତି । କିନ୍ତୁ ଆପଣ କେବେ ଟ୍ରେନ୍‌ ଟ୍ରାଫିକ ଜାମରେ ଫସିଥିବାର ଦେଖିଛନ୍ତି କି । ଯଦି ଆପଣ ଏଭଳି ଦୃଶ୍ୟ କେବେ ଦେଖି ନାହାଁନ୍ତି ତେବେ ଏହି ଘଟଣା ବିଷୟରେ ଆମେ ଆପଣଙ୍କୁ ଜଣାଇବୁ । ନିକଟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏକ ଟ୍ରେନ୍ ଟ୍ରାଫିକ୍ ଜାମରେ ଅଟକି ରହିଥିବା ଦେଖାଯାଇଛି । ଲୋକୋ ପାଇଲଟ୍ ବାରମ୍ବାର ହର୍ଣ୍ଣ ମାରି ଲୋକଙ୍କୁ ହଟାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ଲୋକମାନେ ଟ୍ରେନକୁ ରାସ୍ତା ଦେଇନଥିବା ଦେଖାଯାଇଛି । ଏହାପୂର୍ବରୁ, ଆପଣ ନିଶ୍ଚିତ ଭାବରେ ଏକ ପ୍ରଦର୍ଶନରେ ଟ୍ରେନ୍ ସାମ୍ନାରେ ଶୋଇପଡି ଟ୍ରେନକୁ ଅଟକାଇଥିବା ଖବର ଶୁଣିଥିବେ ।

ଟ୍ଵିଟରରେ ସେୟାର ହୋଇଥିବା ଏହି ଭିଡିଓ ବାଲା ନାମକ ଏକ ଆକାଉଣ୍ଟରୁ ସେୟାର କରାଯାଇଛି । ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଦ୍ରୁତଗତିରେ ଭାଇରାଲ ହେଉଛି । କାରଣ ଟ୍ରାଫିକ ଜାମରେ ଟ୍ରେନ ଫସିବା ଦୃଶ୍ୟ ସାଧାରଣତଃ କେବେ ବି ଦେଖିବାକୁ ମିଳେ ନାହିଁ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ ବନାରସ ସହରର ବୋଲି କୁହାଯାଉଛି । ଅନେକ କାହାଣୀକୁ ନିଜ ଭିତରେ ସାଇତି ରଖିଥିବା ବନାରସ ସହରର ଆଉ ଏକ ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓ ବନାରସର ଏକ ରେଳ ଫାଟକ ନିକଟରୁ ଆସିଥିବା ଜଣା ପଡ଼ିଛି । ଯେଉଁଠାରେ ଟ୍ରାଫିକ ଜାମ୍‌ ଯୋଗୁଁ ଟ୍ରେନକୁ ଅଟକାଇବାକୁ ପଡ଼ିଥିଲା । ଏଠାରେ ରେଳ ଫାଟକ ଉଠାଯିବା ପରେ ଏତେ ସଂଖ୍ୟାରେ ଗାଡ଼ି ପାର ହେବା ଆରମ୍ଭ କରିଥିଲା ଯେ ସେଠାରେ ଟ୍ରେନ ଅଟକି ଯାଇଥିଲା ।

ଭାଇରାଲ ହୋଇଥିବା ଏହି ଭିଡିଓରେ ଆପଣମାନେ ଦେଖିପାରିବେ ଯେ ଟ୍ରାଫିକ ପୋଲିସ ମଧ୍ୟ ଟ୍ରାଫିକ ହଟାଇବାକୁ ଆସିଥିଲା । ତେବେ ଅନେକ ଗାଡି ରେଲେଓ୍ଵ ଟ୍ରାକରେ ସୃଷ୍ଟି ହୋଇଥିବା ଟ୍ରାଫିକ ଜାମରେ ଏପରି ଅଟକି ଯାଇଥିଲେ ଯେ ଏହି ଟ୍ରାକ ଦେଇ ଯାଉଥିବା ଟ୍ରେନକୁ ଅଟକାଇବାକୁ ପଡିଥିଲା । ଏହି ସମୟରେ ସେଠାରେ କେବଳ ଗାଡ଼ି ହିଁ ଗାଡ଼ି ଦେଖାଯାଇଥିଲା ।

ଟ୍ରାଫିକ ପୋଲିସର ସମସ୍ତ ଚେଷ୍ଟା ପରେ ମଧ୍ୟ ଟ୍ରାଫିକ ଜାମ୍‌ କ୍ଲିଅର ହୋଇପାରି ନଥିଲା । ତେବେ ବର୍ତ୍ତମାନ ସୁଦ୍ଧା ଅଢ଼େଇ ଲକ୍ଷରୁ ଅଧିକ ଲୋକ ସୋସିଆଲ ମିଡିଆରେ ଏହି ଭିଡିଓ ଦେଖି ସାରିଛନ୍ତି। ଏଥି ସହିତ ଅନେକ ୟୁଜର ମଧ୍ୟ ଏହି ଭିଡିଓରେ କମେଣ୍ଟ ଦେଇଛନ୍ତି । ଜଣେ ୟୁଜର ଲେଖିଛନ୍ତି, ‘ଏହା କେବଳ ଭାରତରେ ହିଁ ହୋଇପାରେ’। ଏଭଳି ଅନେକ ୟୁଜର ନିଜର ଭିନ୍ନ ଭିନ୍ନ ମତ ରଖିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.