ଦୁର୍ଘଟଣାଗ୍ରସ୍ତ ହୋଇ ଆପାର୍ଟମେଣ୍ଟ୍‌ରେ ଖସିଲା ଫାଇଟର୍‌ ଜେଟ୍‌, ପାରାଶୁଟ୍‌ରୁ ସୁରକ୍ଷିତ ବାହାରିଗଲେ ପାଇଲଟ୍‌ ଓ ଯାତ୍ରୀ; ଦେଖନ୍ତୁ Video

ଆମେରିକାର ମିଶିଗନରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଏୟାର ଶୋ’ ଚାଲିଥିବା ବେଳେ ଏକ ଭିଣ୍ଟେଜ୍‌ ଫାଇଟର ଜେଟ୍‌ରେ ହଠାତ୍‌ ବିସ୍ଫୋରଣ ଘଟିଥିଲା। ଫଳରେ ଏଥିରେ ନିଆଁ ଲାଗିଯିବାରୁ ଜେଟ୍‌ଟି ତଳକୁ ଖସିପଡ଼ିଥିଲା।

ଆମେରିକାର ମିଶିଗନରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଏୟାର ଶୋ’ ଚାଲିଥିବା ବେଳେ ଏକ ଭିଣ୍ଟେଜ୍‌ ଫାଇଟର ଜେଟ୍‌ରେ ହଠାତ୍‌ ବିସ୍ଫୋରଣ ଘଟିଥିଲା। ଫଳରେ ଏଥିରେ ନିଆଁ ଲାଗିଯିବାରୁ ଜେଟ୍‌ଟି ତଳକୁ ଖସିପଡ଼ିଥିଲା।

ଏହି ଦୁର୍ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏଥିରେ ଦେଖିବାକୁ ମିଳୁଛି ଯେ ଏୟାର ଶୋ’ ବେଳେ ଜେଟ୍‌ଟି ଆକାଶରେ ଉଡ଼ୁଛି। ଏହି ସମୟରେ ହଠାତ୍‌ ସେଥିରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଉଛି ଏବଂ ଏଥିରୁ ଭୟଙ୍କର ଧୂଆଁ ଆକାଶକୁ ଉଠୁଛି। ଯଦିଓ ଆଶ୍ୱସ୍ତିକର କଥା ଯେ ଜେଟ୍‌ରେ ଥିବା ପାଇଲଟ୍‌ ଓ ଯାତ୍ରୀ ପାରାଶୁଟ୍‌ ଖୋଲି ସୁରକ୍ଷିତ ଭାବେ ବାହାରକୁ ବାହାରି ଆସିଛନ୍ତି।

ରିପୋର୍ଟ ମୁତାବକ, ଏହି ମିଗ୍‌ ସୋଭିୟତ୍‌ କାଳର ଥିଲା। ମିଗ୍‌-୨୩ରେ ଏକାଠି ବସିଥିବା ଯାତ୍ରୀ ଓ ପାଇଲଟ୍‌ ତଳକୁ ଆସିବା ପରେ ତୁରନ୍ତ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନେ ପାରାଶୁଟ୍‌ ସାହାଯ୍ୟରେ ସୁରକ୍ଷିତ ଭାବେ ବେଲେଭିଲେ ହ୍ରଦରେ ଓହ୍ଲାଇଥିଲେ।

ସୂଚନା ରହିଛି ଯେ ଯାତ୍ରୀ ଓ ପାଇଲଟ୍‌ଙ୍କୁ କୌଣସି ଗମ୍ଭୀର ଆଘାତ ଲାଗିନାହିଁ। ଦୁର୍ଘଟଣା ପୂର୍ବରୁ ହିଁ ସେମାନେ ଜେଟ୍‌ରୁ ବାହାରି ଆସିଥିଲେ। ସେହିପରି ଜେଟ୍‌ଟି ଭୂମି ଉପରେ ଦୁର୍ଘଟଣାଗ୍ରସ୍ତ ହେବାବେଳେ କାହାକୁ କୌଣସି ଆଘାତ ଲାଗିନାହିଁ। ଜେଟ୍‌ ନିକଟସ୍ଥ ଏକ ଆପାର୍ଟମେଣ୍ଟର ପାର୍କିଂରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ସମୟରେ କେହି ସେଠାରେ ଉପସ୍ଥିତ ନ ଥିଲେ। କହି ରଖୁଛୁ, ଲଢ଼ୁଆ ଜେଟ୍‌ ଥଣ୍ଡର୍‌ ଓଭର ମିଶିଗନ୍‌ ଏୟାର ଶୋ’ରେ ଉଡ଼ାଣ ଭରୁଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.