Below header

ରିଅଲ ‘ଭଲ୍ଲାଲଦେବ’, କିଛି ସମୟରେ ଷଣ୍ଢକୁ ଧୂଳି ଚଟାଇଲେ ଏହି ବ୍ୟକ୍ତି

ଆପଣମାନେ ନିଶ୍ଚିତ ଭାବେ ଫିଲ୍ମ ‘ବାହୁବଲୀ’ ଦେଖିଥିବେ। ଏହି ଫିଲ୍ମର ଏକ ସିନ୍‌ରେ ବାହୁବଲୀର ଭାଇ ଅର୍ଥାତ୍‌ ଭଲ୍ଲାଲଦେବ ଏକ ଭୟଙ୍କର ଷଣ୍ଢ ସହିତ ଲଢି ତାକୁ ହରାଇ ଦେଇଥିଲେ। ଆପଣ ସମସ୍ତେ ଏହି ସିନ୍‌ ଦେଖି ଆଶ୍ଚର୍ଯ୍ୟ ହୋଇଥିବେ। କିନ୍ତୁ ଏହା ତ ଫିଲ୍ମରେ ଥିଲା। ପ୍ରକୃତରେ ରିଅଲ ଲାଇଫରେ ଆପଣ କେବେ ଏଭଳି ସିନ୍‌ ଦେଖିନଥିବେ। ଷଣ୍ଢ ରାଗିଥିବା ଦେଖି ଆପଣମାନେ ସମସ୍ତେ ବାଟ କାଟି ନେଇଥିବେ କିମ୍ବା ଦୂରେଇ ଯାଉଥିବେ। କିନ୍ତୁ ଏଭଳି ଜଣେ ରିଅଲ ଲାଇଫ ଭଲ୍ଲାଲଦେବ ରହିଛନ୍ତି ଯିଏକି କିଛି ସମୟ ମଧ୍ୟରେ ଷଣ୍ଢକୁ ଆୟତ୍ତ କରି ତାଙ୍କୁ ଧୂଳି ଚଟାଇଦେଇଛନ୍ତି। ସୋସିଆଲ ମିଡିଆରେ ଫଟୋ ଭାଇରାଲ ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତି ଷଣ୍ଢର ଶିଙ୍ଘ ଧରି ତାକୁ ଆୟତ୍ତ କରୁଛି।

1

ଏହାସହ ପଢ଼ନ୍ତୁ : ବିନା ଅପରେସନରେ ଅନ୍ଧତ୍ୱ ଦୂର କରନ୍ତି ଏହି ମହିଳା, ଆପଣାନ୍ତି ଏହି କୌଶଳ

ଏହି ଫଟୋକୁ ଦେଖି ଆପଣ ନିଶ୍ଚିତ ଭାବେ ଅନୁମାନ କରିପାରୁଥିବେ। ବ୍ୟକ୍ତି ଜଣକ କିପରି ଷଣ୍ଢର ଶିଙ୍ଘ ଧରି ତାଙ୍କୁ ତାକୁ ପକାଇବା ଚେଷ୍ଟା କରୁଛନ୍ତି। ଷଣ୍ଢ ମଧ୍ୟ ତାର ସବୁ ଶକ୍ତି ଲଗାଇ ଲୋକଟିକୁ ପରାସ୍ତ କରିବାକୁ ମଧ୍ୟ ଚେଷ୍ଟା କରୁଛି। ଶେଷରେ ମଣିଷଟି ତାର ସଂପୂର୍ଣ୍ଣ ଶକ୍ତି ଲଗାଇ ଷଣ୍ଢକୁ ତଳେ କଚାଡି ଦେଉଛି। ଏହାକୁ ଦେଇ ଲୋକେ ସୋସିଆଲ ମିଡଆରେ ପ୍ରକୃତ ‘ଭଲ୍ଲାଲଦେବ’ ବୋଲି କମେଣ୍ଟ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.