ପଣ୍ଡିତ ବେଶରେ ବାହାଘର କରାଇଲେ ଏହି ପୋଲିସ କର୍ମଚାରୀ, ଜାଣନ୍ତୁ ପୂରା ଘଟଣା

ବିଶ୍ୱାସ କରାଯାଏକି କୌଣସି ହିନ୍ଦୁ ବିବାହ ପଣ୍ଡିତଙ୍କ ବିନା ଅସମ୍ପୂର୍ଣ୍ଣ ହୋଇଥାଏ । ଯଦି ହୋମ ଯଜ୍ଞ ନ ହେଲା, ମନ୍ତ୍ର ପାଠ ଉଚ୍ଚାରଣ ନ ହେଲା, ପଣ୍ଡିତ ମାନେ ମନ୍ତ୍ର ପଢି ଦକ୍ଷିଣା ନ ନେଲେ ତାହା ହେଲେ ସେ କି ବାହାଘର । କିନ୍ତୁ ନିକଟରେ ବିନା ପଣ୍ଡିତରେ ହୋଇଥିବା ଏକ ବାହାଘର ଚର୍ଚ୍ଚାର ପରିସରକୁ ଆସିଛି । ପଣ୍ଡିତ ବଦଳରେ ଏହି ବିବାଘରକୁ ସମ୍ପୂର୍ଣ୍ଣ କରିଛନ୍ତି ଜଣେ ପୋଲିସ ଅଧିକ୍ଷକ । ନିକଟରେ ଉତ୍ତରପ୍ରଦେଶ ରାଜ୍ୟର ଅରମୋହା ଜିଲ୍ଲାରେ ‘ମୁଖ୍ୟମନ୍ତ୍ରୀ ସାମୁହିକ ବିବାହ ଯୋଜନା’ ଅଧୀନରେ ଏକ ସାମୁହିକ ବିବାହର ଆୟୋଜନ କରାଯାଇଥିଲା । ଏହି ଉତ୍ସବରେ ପ୍ରାୟ ୨୨୨ ଯୋଡ଼ା ଦମ୍ପତି ଭାଗ ନେଇଥିଲେ । ଏମାନଙ୍କ ଭିତରୁ ଅଧିକାଂଶ ହିନ୍ଦୁ ସମ୍ପ୍ରଦାୟର ଥିଲେ ।

wedding

କିନ୍ତୁ ଯୋଡ଼ା ମାନଙ୍କ ଅନୁସାରେ ପଣ୍ଡିତ ମାନଙ୍କ ସଂଖ୍ୟା ଖୁବ କମ ଥିଲା । ପଣ୍ଡିତ ମାନଙ୍କ ଅଭାବ ହେବାରୁ ଆଉ ଅପେକ୍ଷା ନକରି ସେଠାରେ ସୁରକ୍ଷା ପାଇଁ ମୁତୟନ ହୋଇଥିବା ପୋଲିସ କର୍ମଚାରୀ ଆର.ପି. ଶର୍ମା ନିଜେ ବାହାଘର କରାଇବେ ବୋଲି ନିଷ୍ପତି ନେଲେ । ବିବାହର ଆୟୋଜକ ମାନେ ମଧ୍ୟ ଏଥିରେ ସହମତି ଦେଇଥିଲେ । ଆହୁରି ବର ବଧୂ ମାନେ ମଧ୍ୟ ଏ ନେଇ ରାଜି ହୋଇଥିଲେ । ପରେ ପୋଲିସ କର୍ମଚାରୀ ଜଣକ ପଣ୍ଡିତ ବେଶ ଧାରଣ କରି ନିଜେ ମନ୍ତ୍ର ପାଠ କରି ବିଭାଘର କରାଇଥିଲେ । ପୁର୍ଣ ହିନ୍ଦୁ ବୈଦିକ ରୀତି ନୀତିରେ ଅଗ୍ନିକୁ ସାକ୍ଷୀ ରଖି ଏହି ବାହାଘରଟି ସମ୍ପର୍ଣ୍ଣ ହୋଇଥିଲା । ପ୍ରକୃତରେ ଆର ପି ଶର୍ମା ପଣ୍ଡିତ ବେଶରେ ବୀରେନ୍ଦ୍ରପୁରରେ ରହୁଥିବା ବୀରେନ୍ଦ୍ର ସିଂ ଓ ହସନପୁରରେ ରହୁଥିବା ନିଶାଙ୍କର ବିବାହ କରାଇଥିଲେ ।

wedding

ଏହା ସହ ପଢନ୍ତୁ: ବାହାବେଦିରେ କନ୍ୟାକୁ ଦେଖି ବରର ହଜିଲା ବୁଦ୍ଧି, ପାଗଳ ଭଳି ଭୁଇଁରେ ଘଷିଲା ନାକ

ଖାଲି ସେତିକି ନୁହେଁ ବିବାହ ସମାପ୍ତ ହେବା ପରେ ପୋଲିସ ଜଣଙ୍କ ବର ବଧୂଙ୍କୁ ସୁଖୀ ଦାମ୍ପତ୍ୟ ଜୀବନର ଆଶୀର୍ବାଦ ମଧ୍ୟ ଦେଇଥିଲେ । ଅନ୍ୟ ପକ୍ଷରେ ସାଧାରଣ ଲୋକେ ପୋଲିସ ଅଫିସରଙ୍କ ଏପରି ଏକ ଅନନ୍ୟ ରୂପ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପୋଲିସ ଅଧିକ୍ଷକଙ୍କୁ ଯେତେବେଳେ ଏ ସମ୍ପର୍କରେ ପଚରା ଯାଇଥିଲା ସେ କହିଥିଲେ ତାଙ୍କୁ ପୌରହିତ୍ୟର କାମ ଆଗରୁ କିଛି କିଛି ଜଣା ଥିଲା । ଯାହା ହେଉ ତାହା ଠିକ ଉପଯୁକ୍ତ ସମୟରେ କାମରେ ଆସିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.