ଏମିତି କେବଳ ଭାରତରେ ସମ୍ଭବ ! କୁହନ୍ତୁ ତ ଏମାନଙ୍କୁ କେତେ ହେବ ଫାଇନ୍
ନିୟମ ଅନୁଯାୟୀ ଗୋଟିଏ ବାଇକରେ ଦୁଇ ଜଣ ଲୋକ ବସିପାରିବେ। କିନ୍ତୁ ଅନେକ ସ୍ଥାନରେ ଏହି ନିୟମକୁ ଅଣଦେଖା କରି ଗୋଟିଏ ବାଇକରେ ତିନି ଜଣ ଲୋକ ଯାତ୍ରା କରୁଛନ୍ତି। କିନ୍ତୁ କେବେ ଆପଣ ଚିନ୍ତା କରିପାରିବେ ବାଇକ ଉପରେ ଜଣେ ନୁହେଁ, ଦୁଇ ଜଣ ନୁହେଁ ବରଂ ସାତ ଜଣ ଲୋକ ବସି ଯାଉଛନ୍ତି।
କେବଳ ଏତିକି ନୁହେଁ ବାଇକରେ ଜିନିଷ ପତ୍ର ଏବଂ କୁକୁର ଓ କୁକୁଡାକୁ ଲଦି ମଧ୍ୟ ନେଉଛନ୍ତି। ଏହାକୁ ନିଶ୍ଚୟ ପଢ଼ିଲା ପରେ ଆପଣ ଦାନ୍ତ କାମୁଡି ପକାଇବେ। ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ୍ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଉଛି ଯେ ଜିନିଷ ପତ୍ର ସହିତ ଚାରିଟି ପଶୁ ଏବଂ ସାତ ଜଣ ଲୋକ ବସି ଯାଉଛନ୍ତି।
Only in India! pic.twitter.com/1ZvKLVvaZp
— Rishad Cooper (@rishadcooper) August 29, 2019
ଧ୍ୟାନ ଦେଇ ଦେଖିଲେ ଜାଣିପାରିବେ ବାଇକ ପଛରେ ଜଣେ ଛୋଟ ପିଲା ନିଜ କୋଳରେ କୁକୁଡାକୁ ଧରି ବସିଛି। ଏହା ପରେ ଦୁଇ ଜଣ ପିଲା, ତାପରେ ଜଣେ ମହିଳା, ଆଉ ତାଙ୍କ ପରେ ଜଣେ ବ୍ୟକ୍ତି ଏବଂ ତାଙ୍କ ଆଗରେ ବସିଛନ୍ତି ଦୁଇଟି ପିଲା। ହ୍ୟାଣ୍ଡେଲ ପାଖରେ ବସିଥିବା ପିଲାଟି କୋଳରେ ଗୋଟିଏ କୁକୁରକୁ ଧରିଛି। ବାଇକର ସାଇଡରେ ଜିନିଷ ପତ୍ର ଉପରେ ଆଉ ଗୋଟେ କୁକୁର ବସିଥିବାର ଦେଖିବାକୁ ପାଇବେ।
ଏହା ସହ ପଢ଼ନ୍ତୁ : ଭାରତୀୟ ଆକାଶରେ ଉଡନ୍ତା ମଣିଷ, ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ !
ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି। ଲୋକମାନେ ଏହି ଭିଡିଓକୁ ଦେଖି ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି। ଜଣେ ବ୍ୟକ୍ତି ଟ୍ବିଟ୍ କରି କହିଛନ୍ତି ଯେ ଏହା କେବଳ ଭାରତରେ ସମ୍ଭବ। ସେହିପରି ଅନ୍ୟ ଜଣେ ବ୍ୟକ୍ତି କହିଛନ୍ତି ଯେ ଏହି ବାଇକ୍ ଚାଳକଙ୍କୁ ନେଇ ବିଜ୍ଞାପନ କରାଯିବା ଉଚିତ। ସେହିଭଳି ଜଣେ ସୋସିଆଲ ମିଡିଆ ୟୁଜର୍ସ ଲେଖିଛନ୍ତି ଏହି ବାଇକ ତ ଏସୟୁବିକୁ ଫେଲ୍ କରିଦେଲା।