ବାଲେଶ୍ୱର ଜେଲ୍‌ରୁ ମୁକ୍ତ ହେବା ପରେ ବାଂଲାଦେଶ ଅଭିମୁଖେ ୪ ବାଂଲାଦେଶୀ ନାଗରିକ

ବାଲେଶ୍ୱର(କେନ୍ୟୁଜ୍) : ସ୍ୱଦେଶ ଫେରିବେ ୪ ବାଂଲାଦେଶୀ ନାଗରିକ । ବାଲେଶ୍ୱର ଜେଲ୍‌ରୁ ମୁକ୍ତ ହେବା ପରେ ବାଂଲାଦେଶ ଅଭିମୁଖେ ବାହାରିଛନ୍ତି ଚାରି ବାଂଲାଦେଶୀ । ଆଜି ଜନଶତାବ୍ଦୀ ଏକ୍ସପ୍ରେସରେ ୪ ଜଣଙ୍କୁ କଡ଼ା ସୁରକ୍ଷା ବଳୟରେ ଜିଲ୍ଲା ପୋଲିସ ପଶ୍ଚିମବଙ୍ଗ ନେଇଛି । ୨୦୦୭ରୁ ସିରିଜ ଡକାୟତି ମାମଲାରେ ୪ ଜଣ ବାଲେଶ୍ୱର ଜେଲ୍‌ରେ ଥିଲେ । ଦୀର୍ଘ ୧୨ ବର୍ଷ ବନ୍ଦୀ ଜୀବନରୁ ମୁକ୍ତ ହେବା ପରେ ଏବେ ସେମାନଙ୍କୁ ବାଲେଶ୍ୱର ପୋଲିସ କୋଲକାତା ଆଇବିକୁ ହସ୍ତାନ୍ତର କରିବ । ପରେ ବିଏସ୍‌ଏଫ୍‌ ବାଂଲାଦେଶ ରାଇଫଲକୁ ହସ୍ତାନ୍ତର କରିବ।

Leave A Reply

Your email address will not be published.