ଚଳନ୍ତା ଟ୍ରେନରେ ଚଢ଼ିବାକୁ ଯାଇ ଟ୍ରେନ ଲାଇନରେ ଫସିଗଲେ ଏହି ଯାତ୍ରୀ, ଦେଖନ୍ତୁ ତା’ ପରେ କ’ଣ ଘଟିଲା, ଭିଡ଼ିଓ ହେଉଛି ଖୁବ ଭାଇରାଲ

ଚଳନ୍ତା ଟ୍ରେନରେ ଚଢ଼ିବାକୁ ପ୍ରୟାସ କରୁଥିବା ବେଳେ ଘଟିଲା ବଡ଼ ଅଘଟଣ। ଯାହା ସିସି ଟିଭି କ୍ୟାମେରାରେ କଏଦ ହୋଇଛି। ଭିଡ଼ିଓରେ ଦେଖିବାକୁ ମିଳିଛି ଯେ ବ୍ୟକ୍ତି ଜଣକ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଆଗକୁ ଯାଉଛନ୍ତି। କିନ୍ତୁ ସେହି ସମୟରେ ନିଜ ମୃତ୍ୟୁର ସାମ୍ନା କରିଛନ୍ତି। ତାଙ୍କୁ ରକ୍ଷା କରିବାକୁ ଯାଇଛନ୍ତି ଆରପିଏଫ ଯବାନ।

ଆରପିଏଫ ଯବାନଙ୍କର ସାହାସିକତା ବଳରେ ସେହି ବ୍ୟକ୍ତି ଜଣକ ରକ୍ଷା ପାଇଛନ୍ତି। ଏହି ଘଟଣା ଗତ ରବିବାର ମହାରାଷ୍ଟ୍ରର ବସାଇ ରେଲେଓ୍ଵ ଷ୍ଟେସନରେ ଘଟିଥିଲା। ଚଳନ୍ତା ଟ୍ରେନରେ ଜଣେ ବ୍ୟକ୍ତି ଚଢ଼ୁଥିବା ବେଳେ ହଠାତ ନିୟନ୍ତ୍ରଣ ହରାଇ ଟ୍ରେନ ଲାଇନକୁ ପଡ଼ିଯାଉଥିଲା। ଏହି ସମୟରେ ଆରପିଏଫ ଯବାନ ତାଙ୍କୁ ରକ୍ଷା କରିଥିଲେ। ସାହାସିକତା ଦେଖାଇ ସେ ଶୀଘ୍ର ହିଁ ପ୍ଲାଟଫର୍ମର ଚେନକୁ ଟାଣିି ଦେଇଥିଲେ। ଏହି ଘଟଣା ସିସିଟିଭି ଫୁଟେଜରେ କଏଦ ହୋଇଥିଲା।ଦେଖନ୍ତୁ ଥରେ ସେହି ଭିଡ଼ିଓ..

ସେହି ଯାତ୍ରୀ ଜଣକ ନିଜ ପିଠିରେ ବ୍ୟାଗ ପକାଇ ଚଳନ୍ତା ଟ୍ରେନ ଉପରେ ଚଢ଼ିବାକୁ ଆଗେଇବା ବେଳେ ବାଲାନ୍ସ ଫେଲ ହେବାର ୁ ସେ ଟ୍ରେନ ଲାଇନରେ ପଡ଼ିବାକୁ ଯାଉଥିବା ବେଳେ ସେହି ସମୟରେ ସୁରକ୍ଷା କର୍ମୀ ଆସି ତାଙ୍କୁ ରକ୍ଷା କରିଥିଲେ। ଏହି ଭିଡ଼ିଓ ଏବେ ସୋସିଆଲ ମିିଡିଆରେ ଖୁବ ଭାଇରାଲ ହେଉଛି। ଏହାକୁ ବର୍ତ୍ତମାନ ପର୍ଯ୍ୟନ୍ତ ୩୩ ହଜାରରୁ ଅଧିକ ଲୋକ ଦେଖିସାରିଲେଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.