ନିର୍ଦ୍ଦୟ ମଣିଷର ଜୁଲୁମ, ଆଉ କେତେ ସହିବ ଟିକିରୀ

ନା ତା’ର ଟିକିରୀ, ଛୋଟ ବେଳରୁ ମାଲିକ ପାଖରେ କାମ କରିଆସିଛି। ଏବେ ତାର ବୟସ ୭୦ ଛୁଇଁଲାଣି, ତଥାପି ମାଲିକ ତାକୁ କାମରେ ଲଗାଉଛି। ଟିକିରୀର ଦେହରେ କେବଳ ହାଡ ଛଡା ମାଂସ ମଧ୍ୟ ନାହିଁ। ପାଟି ଖୋଲିବାର କ୍ଷମତା ନାହିଁ ବୋଲି ଏହି ନିର୍ଦ୍ଦୟ ମଣିଷ ପ୍ରତିଦିନ କାମରେ ଲଗାଉଛି ଟିକିରୀକୁ। ଟିକିରୀ ଏବେ ଠିକ୍‌ ଭାବେ ଠିଆ ହେବାକୁ ମଧ୍ୟ ଅସମର୍ଥ। ଟିକିରୀର ଏତେ ଖରାପ ଅବସ୍ଥା ଥିବା ସତେ୍ତ୍ୱ ପ୍ରତିବର୍ଷ ଶ୍ରୀଲଙ୍କାରେ ହେଉଥିବା ପେରାହେରା ମହୋତ୍ସବରେ ଭାଗ ନେବା ପାଇଁ ଟିକିରୀକୁ ବାଧ୍ୟ କରାଯାଏ। କେବଳ ଏତିକି ନୁହେଁ ଟିକିରୀରୁ ଧୂଆଁ ଏବଂ ଅଧିକ ଗହିଳି ସ୍ଥାନରେ ମଧ୍ୟ ରାତିରେ କାମ କରିବା ପାଇଁ ବାଧ୍ୟ କରାଯାଇଥାଏ। ତା’ର ଅବସ୍ଥାକୁ ଲୁଚାଇବାକୁ ଯାଇ ଟିକିରୀ ଉପରେ ଅଧିକ ଓଜନ ଚକମକିଆ ଚାଦର ବିଛାଯାଇଥାଏ।
ଏଠାରେ ଆମେ କୌଣସି ମଣିଷ କଥା କହୁନାହୁଁ। ଯାହା ବିଷୟରେ କହୁଛୁ, ତା’ର ପାଟି ଖୋଲି କହିବାର ସାମର୍ଥ୍ୟ ନାହିଁ। ଯେତେ କଷ୍ଟ ହେଲେ ମଧ୍ୟ ସେ ସବୁ ସହି ମାଲିକର ସବୁ କାମ କରିବାକୁ ପଛାଉନାହିଁ। ବୟସର ଶେଷ ଅବସ୍ଥାରେ ମଧ୍ୟ ନିର୍ଦ୍ଦୟ ମାଲିକ ତାକୁ ବିଭିନ୍ନ କାମ କରିବାକୁ ବାଧ୍ୟ କରୁଛି। ଏବେ କେବଳ ଟିକିରୀ ମୃତ୍ୟୁ ଅପେକ୍ଷାରେ ରହିଛି ।

tikiri

ହାତୀ ! ନାମ ଶୁଣିଲେ ଆମମାନଙ୍କ ମନରେ ଏକ ବିଶାଳକାୟ ଜୀବର ପ୍ରତିଛବି ଆସିଥାଏ। ଏହି ବିଶାଳକାୟ ଜୀବକୁ ଦେଖିବାକୁ ପ୍ରାୟତଃ ଛୋଟ ଠାରୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ସବୁ ପ୍ରିୟ। କିନ୍ତୁ ସୋସିଆଲ ମିଡିଆରେ ଏପରି ଏକ ହାତୀର ଫଟୋ ଭାଇରାଲ ହୋଇଛି ଯାହା ଆପଣ ମଧ୍ୟ ଦେଖିଲେ ବିଚଳିତ ହୋଇପଡିବେ। ଏପରି ଏକ ଘଟଣା ଶ୍ରୀଲଙ୍କାରେ ଦେଖିବାକୁ ମିଳିଛି।

୧୨ ଅଗଷ୍ଟରେ ବିଶ୍ୱ ହସ୍ତୀ ଦିବସ ପାଳନ କରାଯାଏ। ଏହି ଅବସରରେ ସୋସିଆଲ ମିଡିଆରେ ଟିକିରୀର ଏକ ଫଟୋ ଭାଇରାଲ ହୋଇଥିଲା। ଟିକିରୀକୁ ବଞ୍ଚାଇବା ପାଇଁ ଲୋକେ ଶ୍ରୀଳଙ୍କା ସରକାରଙ୍କୁ ନିବେଦନ କରିଥିଲେ। ଟିକିରୀର ଯେଉଁ ଫଟୋ ଭାଇରାଲ ହୋଇଛି, ସେଥିରେ ସେ ବହୁତ ଦୁର୍ବଳ ଦେଖାଯାଉଛି। ସଠିକ ଭାବେ ଠିଆ ହେବାକୁ ମଧ୍ୟ ତାର କ୍ଷମତା ନାହିଁ। ଟିକିରୀ ଫଟୋ ଭାଇରାଲ ହେବା ପରେ ମାଲିକ ଏବଂ ପରେଡର ଆୟୋଜକ ଆଲୋଚନା କରୁଛନ୍ତି। ପର‌୍ୟ୍ୟଟନ ଏବଂ ବନ୍ୟଜୀବ ମନ୍ତ୍ରୀ ଜନ ଅମରାତୁଙ୍ଗା ମଧ୍ୟ ଏହା ବିରୋଧୟରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.