ଭଗବାନ ଯାହାକୁ ଦିଅନ୍ତି ଛପର ଫାଡି ଦିଅନ୍ତି, ଏଥର କିନ୍ତୁ ଛପର ନୁହେଁ କାନ୍ଥ ଫାଡି ଦେଲେ ଭଗବାନ

କଥାରେ ଅଛି ଭଗବାନ ଯାହାକୁ ଦିଅନ୍ତି ଛପର ଫାଡି ଦିଅନ୍ତି। ଅନେକ ଥର ଲୋକଙ୍କୁ ବିନା କୌଣସି ପରିଶ୍ରମରେ ଏମିତି କିଛି ମିଳିଯାଏ, ଯାହା ସେମାନଙ୍କର ଭାଗ୍ୟ ବଦଳାଇଦିଏ। ଏମିତିରେ କାହା ଭାଗ୍ୟ କେଉଁଠି ଖୋଲିବ କିଏ କହିପାରିବ ? କେମିତି କେତେ ବେଳେ କାହା ଭାଗ୍ୟ ବଦଳିଯିବ, ତାହା ସମସ୍ତଙ୍କୁ ଅଜଣା। ହେଲ ଏହି ବ୍ୟକ୍ତିଙ୍କର ଭାଗ୍ୟ ଯେ ପାଇଖାନା ଘରେ ଖୋଲିବ ତାହା କିଏ ଜାଣିଥିଲା। ଟଏଲେଟ୍‌ର ଭଙ୍ଗା କାନ୍ଥ ମରାମତି କରିବାକୁ ଯାଇ କୋଟିପତି ହେଲେ ବ୍ୟକ୍ତି।

ଏମିତି ଏକ ଘଟଣା ଘଟିଛି, ଆମେରିକାର ଟେକ୍ସାସ୍ ସହରରେ। ବ୍ୟକ୍ତି ଜଣଙ୍କ ପାଇଖାନା ଘର କାନ୍ଥ ମରାମତି କରିବାକୁ ଯାଇ ଯେତେବେଳେ କାନ୍ଥ ତାଡ଼ିଲେ ସେତେବେଳେ ସେଥିରୁ ହଜାରେ ନୁହେଁ କି ଲକ୍ଷେ ନୁହେଁ କି କୋଟିଏ ବି ନୁହେଁ ଏକାଥରକେ ବାହାରିଲା ୪ କୋଟି ଟଙ୍କା।

ରିପୋର୍ଟ ଅନୁସାରେ, ଜଷ୍ଟିନ ନାମକ ଜଣେ ମିସ୍ତ୍ରୀ ଏକ ଚର୍ଚ୍ଚରେ ଥିବା ଏକ ପାଇଖାନା ଘରର କାନ୍ଥ ମରାମତି କରିବା ପାଇଁ କାନ୍ଥ ତାଡ଼ିଥିଲେ। ତାଙ୍କୁ ଲାଗିଲା ଯେ କାନ୍ଥ ଭିତରେ କିଛି ରହିଛି। ତେଣୁ କାନ୍ଥକୁ ଖୋଳିବାକୁ ଆରମ୍ଭ କରିଥିଲେ, ଆଉ କାନ୍ଥ ଖୋଳିବା ପରେ ଯାହା ବାହାରିଥିଲା ମିସ୍ତ୍ରୀ ଜଣକ ଦେଖି କାବା ହୋଇଯାଇଥିଲେ।ପ୍ଲାଷ୍ଟର ଖୋଲିବା ପରେ କାନ୍ଥରେ ଏତେ ପରିମାଣରେ ଟଙ୍କା ବାହାରିବା ଦେଖି ଜଷ୍ଟିନ ଚମକି ପଡ଼ିଥିଲେ। ତେବେ ସେ ଏହି ଟଙ୍କା ନନେଇ ପୂରା ସଚ୍ଚୋଟତାର ସହ ଚର୍ଚ୍ଚ ପ୍ରଶାସନକୁ ଏହାର ଖବର ଦେବା ସହ ସବୁ ଟଙ୍କା ଚର୍ଚ୍ଚ ପ୍ରଶାସନକୁ ଦେଇଥିଲେ। ଜଷ୍ଟିସନଙ୍କର ସଚ୍ଚୋଟତାରେ ଚର୍ଚ୍ଚ ପ୍ରଶାସନ ଖୁସି ତାଙ୍କୁ କିଛି ଟଙ୍କା ଉପହାର ଦିଆଯାଇଛି। ଏହି ଟଙ୍କା ଜଷ୍ଟିନ୍‌ଙ୍କୁ କୋଟିପତି କରିଦେଇଛି। ଆଉ ଏହି ଟଙ୍କା ଜଷ୍ଟିନଙ୍କର ବାକି ପଡିଥିବା ଅନେକ ଋଣକୁ ସୁଝିବାରେ ସହାୟକ ହେବ ବୋଲି କହିଛନ୍ତି ଜଷ୍ଟିନ।

ଦ ଗାର୍ଡିଅନରେ ପ୍ରକାଶିତ ରିପୋର୍ଟ ମୁତାବକ, ଏହି ଟଙ୍କା ୭-୮ ବର୍ଷ ହେବ ଚର୍ଚ୍ଚ କାନ୍ଥରେ ରଖାଯାଇଥିଲା। ଚର୍ଚ୍ଚର ଜଣେ ରୋଷେଇଆ(ସେଫ୍)ଙ୍କ ପାଖରେ ଏହି ଟଙ୍କା ଚୋରି ହୋଇଯାଇଥିଲା । ଅନେକ ଖୋଜାଖୋଜି କରିବା ପରେ ବି ମିଳି ନଥିଲା। ଇଏ ସେହି ଟଙ୍କା ବୋଲି କୁହାଯାଉଛି। କାନ୍ଥ ତାଡି ଟଙ୍କା ମିଳିବା ପରେ ପୁଣି ଚର୍ଚ୍ଚର ପାଇଖାନା କାନ୍ଥକୁ ମରାମତି କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.