ବାଲେଶ୍ବର ଝିଙ୍କିରିଆ ଛକ ଗୁଳିକାଣ୍ଡ ଘଟଣା: ଆଉ ୨ ଅଭିଯୁକ୍ତଙ୍କୁ ଗରିଫ କରି କୋର୍ଟ ଚାଲାଣ କଲା ପୋଲିସ୍

ବାଲେଶ୍ବର(କେନ୍ଯୁଜ୍): ବାଲେଶ୍ବର ସଦର ଥାନା ହଳଦିପଦା ଅଞ୍ଚଳର ଝିଙ୍କିରିଆ ଛକ ନିକଟରେ ଗୁଳିକାଣ୍ଡ ଘଟଣାରେ ଆଉ ଦୁଇଜଣ ଅଭିଯୁକ୍ତଙ୍କୁ ଗରିଫ କରି କୋର୍ଟ ଚାଲାଣ କରିଛି ସଦର ଥାନା ପୋଲିସ୍ । ତେବେ ସୂଚନା ଥାଉକି ଗତ ୯ ରିଖରେ ଝିଙ୍କିରିଆ ଅଞ୍ଚଳର ପ୍ରିୟକାନ୍ତ ନୟକ ନାମକ ଜଣେ ଯୁବକଙ୍କୁ ତାଙ୍କର ୫ଜଣ ବନ୍ଧୁ ନିଶା ଶକ୍ତ ଅବସ୍ଥାରେ ଟଙ୍କା ନେବା ଦେବା ଘଟଣାକୁ କେନ୍ଦ୍ର କରି ଗୁଳି ଚାଳନା କରିଥିଲେ ।

ପ୍ରିୟକାନ୍ତଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବାଲେଶ୍ବର ଏବେ କଟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପ୍ରିୟକାନ୍ତଙ୍କ ଉପରକୁ ଗୁଳି ଚଳାଇଥିବା ୫ଜଣ ସାଙ୍ଗ ଅଶୋକ ଦାସ, ନିରଜଂନ ଦାସ, ବିଦ୍ୟାଧର ଦାସ , ଦାମୋଦର ଜେନା , ଜୟିରାମ ଦାସ, ନିରଜଂନ ଦାସ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବାଲେଶ୍ଵର ସଦର ପୋଲିସ । ଏହା ସହିତ ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ବନ୍ଧୁକ ସହିତ ୩ଟି ଜୀବନ୍ତ ଗୁଳି ଉଦ୍ଧାର ହୋଇଥିବା ସଦର ଏସଡିପିଓ ଆଜି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.