ମଣିଷ ସହିତ ଦେବୀଙ୍କ ବାହାଘର, ଏମିତି ବିବାହ ହୋଇଛି କେନ୍ଦ୍ରାପଡ଼ାର ବଜରପୁର ଗାଁରେ

ଷ୍ଟେରିଓ ମ୍ୟୁଜିକର ତାଳେ ତାଳେ ବରଯାତ୍ରୀଙ୍କ ପାଦ ଉଠୁଛି ଆଉ ପଡୁଛି। ବର ଆସୁଛି। ବାଜା ରୋଷଣୀରେ କମ୍ପୁଛି ଗାଁ ଦାଣ୍ଡ। ରାସ୍ତାର ଦୁଇ କଡ଼ରେ ଭିଡ ଜମାଇଛନ୍ତି ଦେଖଣାହାରୀ। ସମସ୍ତେ ଏହାକୁ ଏକ ବରଯାତ୍ରୀ ଶୋଭାଯାତ୍ରା ଭାବୁଥିଲେ କିନ୍ତୁ ଏ କୌଣସି ସାଧାରଣ ବାହାଘରର ଦୃଶ୍ଯ ନୁହେଁ। ଏହା ହେଉଛି ଠାକୁର ବିବାହର ଦୃଶ୍ୟ। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବଜରପୁର ଗାଁର ଆରାଧ୍ୟ ଦେବୀ ମା’ ବାସୁଳାଇଙ୍କ ବାହାଘର ଅନୁଷ୍ଠିତ ହେଉଛି ସେହି ଗାଁର କୁମ୍ଭାର ରାଜା ବଳୀଙ୍କ ସହ। ଦେବୀ-ମାନବ ବିବାହର ଏହା ଏକ ନିଆରା ନିଦର୍ଶନ।

marriage2

କିମ୍ବଦନ୍ତୀ ଅନୁଯାୟୀ, ପ୍ରତିବର୍ଷ ଅଗିରା ପୁନେଇରେ ବଜରପୁର ଗାଁରେ ଅନୁଷ୍ଠିତ ହୁଏ ମା’ ବାସୁଳାଇଙ୍କ ବାହାଘର। ଏ ଅବସରରେ କୁମ୍ଭାର ରାଜା ବଳୀଙ୍କ ବଂଶଧରମାନେ ବଳୀ ଓ ବିଶୁଳୀଙ୍କ ପ୍ରତିମୂର୍ତ୍ତି ଧରି ବାଜା ରୋଷଣୀ ସହ ବଜରପୁରରେ ପହଞ୍ଚିଥାନ୍ତି। ବରଯାତ୍ରୀ ପହଞ୍ଚିବା ପରେ କନ୍ୟା ପକ୍ଷରୁ ଜୋରଦାର ସ୍ୱାଗତ କରାଯାଇଥାଏ। ପରେ ପୂଜକ ବାସୁଳାଇଙ୍କ ପିତା ହୋଇ ଏହି ବିବାହରେ କନ୍ୟା ଦାନ କରିଥାନ୍ତି। ପ୍ରକାଶ ଯେ ବିବାହ, ବ୍ରତ ଓ ସାଧାରଣ ଅନୁଷ୍ଠାନର କାର୍ଯ୍ଯ ଆରମ୍ଭ ପୂର୍ବରୁ ଗାଁ ଲୋକେ ପ୍ରଥମେ ବାସୁଳାଇଙ୍କ ପାଖରେ ପୂଜା କରିଥାନ୍ତି।

ବଜରପୁର ଗାଁର ଏହି ପରମ୍ପରା ସ୍ୱତନ୍ତ୍ର। ଏହି ଦେବୀ-ମାନବ ବିବାହ କେବଳ ଆଧ୍ୟାତ୍ମିକ ଭାବଧାରାରେ ଲୋକଙ୍କୁ ଉଦ୍ଭୂତ କରେ ତା ନୁହେଁ, ବରଂ ଭାଇଚାର ଓ ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ ପାଇଁ ଆଣିଥାଏ ସୁଯୋଗ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.