ହାପି ବର୍ଥ ଡେ’ ଡିୟର! ଜନ୍ମଦିନରେ ଟାଇଗର ଶ୍ରଫ୍ଙ୍କୁ ଖାସ୍ ଅନ୍ଦାଜ୍ରେ ଶୁଭେଚ୍ଛା ଜଣାଇଲେ ଦିଶା ପଟାନୀ
ଆଜି ଟାଇଗର ଶ୍ରଫ୍ ନିଜ ୩୧ ତମ ଜନ୍ମ ଦିନ ପାଳନ କରୁଛନ୍ତି। ଏ ଅବସରରେ ଦିଶା ପଟାନୀ ସୋସିଆଲ ମିଡିଆରେ ତାଙ୍କର ଏକ ଖାସ୍ ଫଟୋ ସେୟାର କରି ଶୁଭେଚ୍ଛା ଜଣାଇଛନ୍ତି। ଟାଇଗରଙ୍କ ନିକଟରେ ରିଲିଜ୍ ହୋଇଥିବା ମ୍ୟୁଜିକ ଭିଡିଓ ବିଷୟରେ ସୂଚନା ଦେଇ ଦିଶା ତାଙ୍କୁ ‘କାସାନୋଭା’ମଧ୍ୟ କହିଛନ୍ତି। ସୂଚନାଯୋଗ୍ୟ ଯେ, ବଲିଉଡ୍ ଅଭିନେତ୍ରୀ ଦିଶା ପଟାନୀ ଓ ଟାଇଗର ଶ୍ରଫ୍ ନିଜ ପ୍ରେମକୁ ସର୍ବସମ୍ମୁଖରେ ସ୍ୱୀକାର କରୁନଥିଲେ ମଧ୍ୟ ପ୍ରାୟତଃ ଉଭୟେ ଡିନର ଡେଟ୍ରେ ଯାଉଥିବା ଦେଖାଯାଏ।
ଦିଶା ପଟାନୀ ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଟାଇଗର ଶ୍ରଫ୍ଙ୍କର ଏକ ଫଟୋ ସେୟାର କରିଛନ୍ତି। ଉକ୍ତ ଫଟୋରେ ଟାଇଗରଙ୍କର ଏକ ଫିଲ୍ଟର ଫଟୋ ରହିଛି। ସେ କଳା ରଙ୍ଗର ସାର୍ଟ ପିନ୍ଧିଥିବା ନଜର ଆସିଛନ୍ତି। ଦିଶା ପୋଷ୍ଟର ସେୟାର କରି କ୍ୟାପସନ୍ରେ ଲେଖିଛନ୍ତି, ହାପି ବାର୍ଥ ଡେ କାସାନୋଭା, ଏକ ବନ୍ନି ଭଳି ସବୁବେଳେ ଚମକୁ ଥାଅ।
View this post on Instagram
ଏହି ପୋଷ୍ଟ ସହ ସେ ଟାଇଗରଙ୍କ ମାଲଦ୍ୱୀପ ଟ୍ରିପ୍ ବେଳର ଏକ ସାର୍ଟଲେସ୍ ଫଟୋ ମଧ୍ୟ ସେୟାର କରିଛନ୍ତି। ଏହି ଫଟୋରେ ସେ ଟାଇଗର ଶ୍ରଫ୍ଙ୍କୁ ଟ୍ୟାଗ୍ କରିଛନ୍ତି।
ସୂଚନାଯୋଗ୍ୟ ଯେ ଟାଇଗର ଏବେ କୃତି ସାନନ୍ଙ୍କ ସହ ଫିଲ୍ମ ଗଣପତ୍ରେ ନଜର ଆସିବେ। ମହାମାରୀ ପରେ ଏହି ଫିଲ୍ମ ରିଲିଜ୍ ହେବ ବୋଲି କୁହାଯାଉଛି। ଏଥିସହ ଟାଇଗର ୨୦୧୪ରେ ରିଲିଜ୍ ହୋଇଥିବା ନିଜ ଫିଲ୍ମ ହିରୋପନ୍ତିର ଦ୍ୱିତୀୟ ପାର୍ଟରେ ମଧ୍ୟ ନଜର ଆସିବେ। ଏଥିରେ ତାଙ୍କ କୋ-ଷ୍ଟାର ରହିବେ ତାରା ସୁତାରିୟା।