Below header

ବୁର୍ଲା ଭିସୁଟ୍‌ରେ ନାହିଁ କରୋନା! ଆଣ୍ଟିଜେନ୍‌ କିଟ୍‌ ଖରାପ ଯୋଗୁ ଆସିଥିଲା ୨୫ ପଜିଟିଭ୍

ସମ୍ବଲପୁର: ବୁର୍ଲା ଭିସୁଟ୍‌ରେ ନାହିଁ କରୋନା । କୌଣସି ଛାତ୍ର କରୋନା ଆକ୍ରାନ୍ତ ହୋଇନାହାନ୍ତି । ଆଣ୍ଟିଜେନ୍‌ କିଟ୍‌ ଖରାପ ଯୋଗୁ ଆସିଥିଲା ୨୫ ପଜିଟିଭ୍‌ । ଏନେଇ ଆଜି ସ୍ପଷ୍ଟ କରିଛନ୍ତି ACS ପ୍ରଦୀପ୍ତ ମହାପାତ୍ର । ସେ କହିଛନ୍ତି, ପରେ ଆରଟିପିସିଆର ଟେଷ୍ଟ କରିବା ପରେ ପଜିଟିଭ୍‌ ଥିବା ଛାତ୍ରଙ୍କ ରିପୋର୍ଟ ନେଗେଟିଭ ଆସିଛି ।

ସେଠାରୁ ସବୁ ଆଣ୍ଟିଜେନ୍‌ କିଟ୍‌ ପ୍ରତ୍ୟାହାର କରାଯିବ । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି, ବୁର୍ଲାରେ ସ୍ଥିତି ଭଲ ଅଛି । କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଥିବାରୁ ହଟାଇବା ନିଷ୍ପତ୍ତି ସମ୍ବଲପୁର ଜିଲ୍ଲା ପ୍ରଶାସନ ନେବ । ଏବେ ସୁସ୍ଥ ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ହଷ୍ଟେଲରେ ରଖାଯାଇଛି । ଜଣେ ମାତ୍ର ଛାତ୍ର ହସ୍ପିଟାଲରେ ଆଡ୍‌ମିଟ୍‌ ହୋଇଥିଲେ । ଏବେ ସେ ଠିକ୍‌ ଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.