ମାର୍ଚ୍ଚ ମାସରେ ହେବାକୁ ଥିବା ଜେଇଇ ମେନ୍ ପାଇଁ ଆରମ୍ଭ ହୋଇଛି ରେଜିଷ୍ଟ୍ରେସନ୍, ୬ ତାରିଖ ପୂର୍ବରୁ କରିବାକୁ ପଡିବ ପଞ୍ଜିକରଣ
ଭୁବନେଶ୍ବର: ମାର୍ଚ୍ଚ ମାସରେ ହେବାକୁ ଥିବା ଜେଇଇ ମେନ୍ ପାଇଁ ଆରମ୍ଭ ହୋଇଛି ରେଜିଷ୍ଟ୍ରେସନ୍ । jeemain.nta.nic.inରେ ରେଜିଷ୍ଟ୍ରେସନ୍ କରିହେବ । ମାର୍ଚ୍ଚ ୬ ତାରିଖ ପୂର୍ବରୁ ପଞ୍ଜିକରଣ କରିବାକୁ ପଡ଼ିବ । ଏଥର ୪ଟି ପର୍ଯ୍ୟାୟରେ ଜେଇଇ ମେନ୍ ପରୀକ୍ଷା ହେଉଛି ।
ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରୀ ୨୩ରୁ ଆରମ୍ଭ ହୋଇ ୨୬ ତାରିଖ ପର୍ଯ୍ୟନ୍ତ ହୋଇଥିଲା । ମାର୍ଚ୍ଚ ସେସନ୍ର ପରୀକ୍ଷା ୧୫ରୁ ୧୮, ତୃତୀୟ ପଯ୍ୟର୍ାୟ ପରୀକ୍ଷା ଏପ୍ରିଲ ୨୭ ରୁ ୩୦ ଏବଂ ଚତୁର୍ଥ ପର୍ଯ୍ୟାୟ ପରୀକ୍ଷା ମେ ୨୪ ରୁ ୨୮ ତାରିଖ ଯାଏଁ ହେବ । ସେପଟେ ରିଲିଜ୍ ହୋଇଛି ଫେବ୍ରୁଆରୀ ମାସ ଜେଇଇ ପରୀକ୍ଷାର ଉତ୍ତର ପତ୍ର । ମାର୍ଚ୍ଚ ୩ ତାରିଖ ସୁଦ୍ଧା ଛାତ୍ରଛାତ୍ରୀମାନେ ଆପତ୍ତି ଜଣାଇପାରିବେ ।