ଭଡାଟିଆ ହୋଇ ରହିଲେ ମିଠା ଖୁଆଇ ଘରେ ବୁଲାଇଲେ କଳାକନା, ଆଖି ପିଛୁଳାକେ ୩୫ଲକ୍ଷ ଟଙ୍କାର ସୁନା ଗହଣା ସହ ୨ଲକ୍ଷ ଟଙ୍କା ଧରି ଛୁ

ମାଲକାନଗିରି: ମିଠା ଖୁଆଇ ଲୁଟ୍‌। ସୁନାରୀଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ। ୩୫ଲକ୍ଷ ଟଙ୍କାର ସୁନା ଗହଣା ସହ ୨ଲକ୍ଷ ଟଙ୍କା ଧରି ଛୁ ମାରିଲେ । ମାଲକାନଗିରି ସଦର ମହକୁମା ବିବିଗୁଡ଼ା କଲୋନୀରୁ ଏହି ଲୁଟ୍‌ ହୋଇଛି।

ଲୁଟ୍‌ ପାଇଁ ୩ ମାସ ଆଗରୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ଲୁଟେରା। ଭଡା ନେଇ ସୁନାରୀଙ୍କ ଘରେ ଭଡାରେ ରହିଥିଲେ। ଗତକାଲି ରାତିରେ ଚାକିରୀ ହୋଇଯାଇଥିବା କହି ଲୁଟେରା ସମସ୍ତଙ୍କୁ ମିଠାରେ ନିଶା ମିଶାଇ ଖାଇବାକୁ ଦେଇଥିଲେ। ସମସ୍ତେ ଅଚେତ୍‌ ହୋଇଯିବା ପରେ ଘରେ କଳା କନା ବୁଲାଇ ଦେଇଥିଲେ। ଲୁଟ୍‌ ପରେ ଲୁଟେରାମାନେ ସିସିଟିଭିକୁ କାଟି ନେଇଯାଇଛନ୍ତି। ସଦର ମହକୁମା ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.