ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ନେଲେ କୋଭିଡ୍-୧୯ ଭ୍ୟାକ୍ସିନ୍ର ପ୍ରଥମ ଡୋଜ୍

ଭାରତୀୟ କ୍ରିକେଟ୍ ଟିମ୍ର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ କୋଭିଡ୍-୧୯ ଭ୍ୟାକ୍ସିନ୍ର ପ୍ରଥମ ଡୋଜ୍ ନେଇଛନ୍ତି। ଅହମ୍ମଦାବାଦର ଆପୋଲୋ ହସ୍ପିଟାଲରେ ଶାସ୍ତ୍ରୀ ଏହି ଟିକା ନେଇଛନ୍ତି। ଟିକା ନେବା ବେଳର ଫଟୋକୁ ଶାସ୍ତ୍ରୀ ସୋସିଅଲ ମିଡିଆରେ ସେୟାର କରି ଏକ ଖାସ୍ ମେସେଜ୍ ଦେଇଛନ୍ତି।
ଶାସ୍ତ୍ରୀ ଟ୍ଵିଟ୍ କରି ଲେଖିଛନ୍ତି, କୋଭିଡ୍-୧୦ ଭ୍ୟାକ୍ସିନ୍ର ପ୍ରଥମ ଡୋଜ୍ ନେଲି। ମହାମାରୀ ବିରୋଧରେ ଭାରତକୁ ସଶକ୍ତ କରିବା ପାଇଁ ଅଦ୍ଭୁତ ଚିକିତ୍ସା ବାହାର କରିଥିବା ଗବେଷକ ଓ ବୈଜ୍ଞାନିକଙ୍କୁ ଧନ୍ୟବାଦ। ଅହମ୍ମଦାବାଦର କାନ୍ତାବେନ୍ ଓ ତାଙ୍କ ଆପୋଲୋ ଟିମ୍ ଯେଉଁଭଳି ଭାବେ କୋଭିଡ୍-୧୯ ଟିକାକରଣର ପ୍ରଫେସନାଲିଜମ୍ ଦେଖାଉଛନ୍ତି ତା ଦେଖି ସେ ଖୁବ୍ ପ୍ରଭାବିତ ହୋଇଛନ୍ତି।
Got the first dose of COVID-19 vaccine. Thank you to the amazing medical professionals & scientists for empowering India 🇮🇳 against the pandemic.
Extremely impressed with the professionalism shown by Kantaben & her team at Apollo, Ahmedabad in dealing with COVID-19 vaccination pic.twitter.com/EI29kMdoDF
— Ravi Shastri (@RaviShastriOfc) March 2, 2021
ତେବେ ଟିମ୍ ଇଣ୍ଡିଆର ବାକି ଖେଳାଳି ମଧ୍ୟ ଏବେ ଟିକା ନେବେ ନା ନାହିଁ ସେ ନେଇ କୌଣସି ସୂଚନା ଦିଆଯାଇନାହିଁ। ସୂଚନାଯୋଗ୍ୟ ଯେ ସୋମବାର ଅର୍ଥାତ୍ ୧ ମାର୍ଚ୍ଚରୁ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ଲୋକ ଓ ଅନ୍ୟ ରୋଗରେ ପୀଡ଼ିତ ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ କରୋନା ଭ୍ୟାକ୍ସିନ୍ ସରକାରୀ ହସ୍ପିଟାଲରେ ନିଃଶୁଳ୍କ ଦିଆଯିବ। ସେହିପରି ପ୍ରାଇଭେଟ୍ ହସ୍ପିଟାଲରେ ଏଥିପାଇଁ କିଛି ଟଙ୍କା ଦେବାକୁ ପଡ଼ିବ।