ଜଣେ ବ୍ୟକ୍ତିଙ୍କ କାନରୁ ବାହାରିଲା ୧୦ରୁ ଅଧିକ ଅସରପା, ଡାକ୍ତରଙ୍କର ହୋଇଗଲା ଅକଲ ଗୁଡୁମ

ମଣିଷ ଶରୀର ଭିତରେ ଅନେକ ଗୁଡିଏ ଜିନିଷ ଥାଏ । ଯେତେବେଳେ ଶରୀର ଭିତରକୁ ନାକ କିମ୍ବା କାନ ଦେଇ କୌଣସି ପୋକ ଚାଲିଯାଏ ସେତେବେଳେ ଏହା ବଡ ସମସ୍ୟା ସୃଷ୍ଟି କରେ। ଠିକ ସେହିପରି ଜଣେ ବ୍ୟକ୍ତିଙ୍କ କାନରେ ଯନ୍ତ୍ରଣା ଅନୁଭୂତ ହେବାରୁ ସେ ଡାକ୍ତରଙ୍କ ନିକଟକୁ ଯାଇ ଚେକଅପ୍ କରାଇଲେ । କିନ୍ତୁ ଚେକଅପ୍ ପରେ ଯାହା ଦେଖିବାକୁ ମିଳିଥିଲା, ତାହା ଶୁଣି ଆପଣଙ୍କର ହୋସ୍ ଉଡିଯିବ ।

ସେହି ବ୍ୟକ୍ତଙ୍କ କାନରେ ଅସରପା ନିଜ ପରିବାର ସହ ରହୁଥିବାର ଦେଖିବାକୁ ମିଳିଥିଲା । ଏହି ଆଶ୍ଚର୍ଯ୍ୟକର ଘଟଣା ନ୍ୟୁଜିଲ୍ୟାଣ୍ଡର ଅକଲ୍ୟାଣ୍ଡର ଅଞ୍ଚଳରେ ଘଟିଛି । ତେବେ ଏହି ଅଞ୍ଚଳରେ ୨୪ ବର୍ଷିୟା ଜଣେ ଯୁବକଙ୍କ କାନରେ ବହୁତ ଯନ୍ତ୍ରଣା ହେଉଥିଲା । ଯନ୍ତ୍ରଣା ଦୂରେଇବା ପାଇଁ ସେ ଡାକ୍ତରଙ୍କ ପାଖରେ ପହଞ୍ଚିଥିଲା । ଡାକ୍ତର ଯାଞ୍ଚ କରି ତାଙ୍କ କାନରୁ ୧୦ରୁ ଅଧିକ ଅସରପା ବାହାର କରିଥିଲେ । ଏହି ଅସରପା କାନ ଭିତରେ ତିନି ଦିନ ଧରି ରହିଥିଲା। ଏହା ବ୍ୟତିତ ଏକ ବଡ ଅସରପା ମଧ୍ୟ କାନରୁ ବାହାର କରିଥିଲେ ଡାକ୍ତର, ଯେ କି ସମସ୍ତ ଅସରପାର ମା ବୋଲି କୁହାଯାଉଛି । କିନ୍ତୁ କେବେଠାରୁ ଅସରପା ବ୍ୟକ୍ତଙ୍କ କାନରେ ରହିଆସୁଥିଲା, ତାହା ଜଣାପଡୁନାହିଁ ବୋଲି ଡାକ୍ତର କହିଛନ୍ତି । ବ୍ୟକ୍ତିର କାନକୁ ଅସରପାମାନେ ବହୁ କ୍ଷତି ପହଞ୍ଚାଇଛନ୍ତି ।

ଏହି ବ୍ୟକ୍ତି ଜଣକ ନିଜ ଫେସବୁକ୍ ପେଜରେ ଅସରପାର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି। ଜେନ ୱେଡିଂ କହିଛନ୍ତି ଯେ ଯେତେବେଳେ ସେ ପ୍ରଥମ ଥର ପାଇଁ କିଛି ଅନୁଭବ କଲେ, ସେତେବେଳେ ତାଙ୍କୁ ଲାଗିଲା ଯେ କାନରେ ପାଣି ପ୍ରବେଶ କରିଛି, ଯାହାକି କିଛି ପରିମାଣରେ ସତ୍ୟ ଅଟେ। ନ୍ୟୁଜିଲ୍ୟାଣ୍ଡ ହେରାଲ୍ଡ ଅନୁଯାୟୀ, ସେ ଗୋଟିଏ ଦିନ ପୂର୍ବରୁ ସୁଇମିଂ ପୁଲରେ ଗାଧୋଇବାକୁ ଯାଇଥିଲେ, ତେଣୁ ସେ ଭାବିଥିଲେ ଯେ ତାଙ୍କ କାନ ଭିତରକୁ ପାଣି ଯାଇଥାଇପାରେ। କିନ୍ତୁ ତାଙ୍କ କାନ ଭିତରେ କିଛି ଗତି କରୁଥିବା ଅନୁଭବ କରିଥିଲେ ।

ବ୍ୟକ୍ତି ଜଣକ ଡାକ୍ତରଙ୍କ ପରାମର୍ଶ ନେବାକୁ ସ୍ଥିର କଲା। ଜାନୁଆରୀ ୮ ରେ, ସେ ଆଣ୍ଟିବାୟୋଟିକ୍ ଗ୍ରହଣ କରିବା ସହ ହେୟାର ଡ୍ରାଏ ଲଗାଇ କାନ ଶୁଖାଇବା ଆରମ୍ଭ କଲେ | ସମସ୍ତ ଚେଷ୍ଟା ପରେ ସମସ୍ୟା ଲାଗି ରହିଥିଲା ଏବଂ ଶେଷରେ ସେ ଏକ କାନ କ୍ଲିନିକ୍ ନିକଟକୁ ଯିବାକୁ ସ୍ଥିର କଲେ। ଏହା ଏକ ଟ୍ୟୁମର ହୋଇପାରେ ବୋଲି ଡାକ୍ତର ତାଙ୍କୁ କହିଥିଲେ। କିନ୍ତୁ ପରେ ସେ କହିଥିଲେ ଯେ ଏହା ହେଉଛି ପୋକ ଯାହା କାନ ଭିତରେ ରହିଛି । ଡାକ୍ତରଙ୍କ କଥା ଶୁଣି ବ୍ୟକ୍ତି ଜଣଙ୍କ ଆଶ୍ଚର୍ଯ୍ୟ ହୋଇଗଲେ । ଏହି ଘଟଣାରେ ଡାକ୍ତର ନିଜେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ ଏବଂ ବ୍ୟକ୍ତିଙ୍କ କାନରୁ ଅସରପା କାଢିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.