ଘାନାରେ ବିସ୍ଫୋରଣ: ୫୦୦ ବିଲଡିଂ ଧ୍ୱଂସ, ୧୭ ମୃତ, ୫୯ ଆହତ

ପଶ୍ଚିମ ଆଫ୍ରିକା ଦେଶ ଘାନାରେ ବିସ୍ଫୋରଣ ଘଟିବା ଫଳରେ ଅତିକମରେ ୧୭ ଲୋକଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ୫୯ ଲୋକ ଆହତ ହୋଇଥିବା ଜଣାପଡିଛି। ରିପୋର୍ଟ ମୁତାବକ, ଘାନାର ପଶ୍ଚିମ ଭାଗରେ ଏହି ବିସ୍ଫୋରଣ ହୋଇଛି। ଖନନରେ ବ୍ୟବହୃତ ହେଉଥିବା ବିସ୍ଫୋରକ ନେଇ ଯାଉଥିବା ଏକ ଟ୍ରକ ବାଇକ୍‌ ସହିତ ଧକ୍କା ହେବା ଫଳରେ ଏହି ବିସ୍ଫୋରଣ ହୋଇଥିଲା। ତେଣୁ ଏଥିରେ ୧୭ ଲୋକ ମରିଥିବା ବେଳେ ୫୯ ଲୋକ ଆହତ ହୋଇଛନ୍ତି।

ବିସ୍ଫୋରଣ ଏତେ ମାତ୍ରାରେ ଥିଲା ଯେ ଡଜନେରୁ ଅଧିକ ବିଲିଡିଂ ଭାଙ୍ଗି ପଡିଥିଲା। ପୋଲିସ ଘଟଣାର ପ୍ରାରମ୍ଭିକ ତଦନ୍ତ ଚଳାଇଛି। ବିସ୍ଫୋରଣ ଯୋଗୁଁ ଲୋକଙ୍କୁ ନିଜ ସୁରକ୍ଷା ପଇଁ ଘଟଣାସ୍ଥଳ ସ୍ଥାନରୁ ଅନ୍ୟ ସହରକୁ ଯିବା ପାଇଁ ପରାମର୍ଶ ଦିଆଯାଇଛି।

NADMO ର ଉପ ମହାନିର୍ଦ୍ଦେଶକ ସେଜି ସାଜି ଅମେଦାନୁଙ୍କ କହିବାନୁଯାୟୀ, ଏହି ବିସ୍ଫୋରଣରେ ୫୦୦ରୁ ଅଧିକ ବିଲିଡିଂ ଭାଙ୍ଗିଛି। ସ୍ଥାନୀୟ ମିଡିଆ ମୁତାବକ ୧୦ ଜଣଙ୍କ ଶବ ମିଳିଛି। ଏହି ବିସ୍ଫୋରଣ ବୋଗୋସୋ ଏବଂ ବାବଡି ସହର ମଧ୍ୟରେ ପଡୁଥିବା ଓପିୟେଟ୍‌ରେ ହୋଇଥିଲା। କେବଳ ଏତିକି ନୁହେଁ ଏହି ବିସ୍ଫୋରଣ ଜୀବଜନ୍ତୁ ମଧ୍ୟ ଆହତ ହୋଇଛନ୍ତି। ଘାନା ରାଷ୍ଟ୍ରପତି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପାଇଁ ଦୁଃଖ ଏବଂ ସମବେଦନା ଜଣାଇଛନ୍ତି। ଆଉ ଆହତଙ୍କ ଶୀଘ୍ର ସୁସ୍ଥ ହେବାର କାମନା ମଧ୍ୟ କରିଛନ୍ତି।